ଆଇଏଏସ୍‌ ଦୁର୍ଗା ଶଙ୍କର ମିଶ୍ରଙ୍କ ନିଯୁକ୍ତିକୁ ନେଇ ଚର୍ଚ୍ଚା

ଲକ୍ଷ୍ନୌ: ପ୍ରଥମଥର ପାଇଁ କେନ୍ଦ୍ର ସରକାର ଦେଇଥିବା ଗୋଟିଏ ନିଯୁକ୍ତିକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ୍‌ ଅଫିସର ଦୁର୍ଗା ଶଙ୍କର ମିଶ୍ରଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୪ ବ୍ୟାଚ୍‌ ୟୁପି କ୍ୟାଡର ଆଇଏଏସ୍‌ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ […]

DS-Mishra

Hemant Lenka
  • Published: Monday, 03 January 2022
  • , Updated: 03 January 2022, 12:17 PM IST

ଲକ୍ଷ୍ନୌ: ପ୍ରଥମଥର ପାଇଁ କେନ୍ଦ୍ର ସରକାର ଦେଇଥିବା ଗୋଟିଏ ନିଯୁକ୍ତିକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ୍‌ ଅଫିସର ଦୁର୍ଗା ଶଙ୍କର ମିଶ୍ରଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

୧୯୮୪ ବ୍ୟାଚ୍‌ ୟୁପି କ୍ୟାଡର ଆଇଏଏସ୍‌ ଶ୍ରୀ ମିଶ୍ରଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳକୁ ବର୍ଷକ ପାଇଁ ବୃଦ୍ଧି କରିଥିଲେ। ଏବେ ସେ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଶ୍ରୀ ମିଶ୍ରଙ୍କୁ ଏପରି ନିଯୁକ୍ତି ଦିଆଯାଇଛି।

ବର୍ତ୍ତମାନ ରାଜେନ୍ଦ୍ର କୁମାର ତିୱାରୀ ଉତ୍ତର ପ୍ରଦେଶ ମୁଖ୍ୟ ସଚିନ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୫ ବ୍ୟାଚର ଏହି ଅଧିକାରୀ ଜଣଙ୍କ ୨୦୨୩ ‍ଫେବୃଆରୀ ମାସରେ ଅବସର ନେବେ। ହେଲେ ତା’ ପୂର୍ବରୁ ଦୁର୍ଗା ଶଙ୍କର ମିଶ୍ରଙ୍କୁ ନୂଆ ଦାୟିତ୍ୱ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉତ୍ତର ପ୍ରଦେଶ ଏବେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶ୍ରୀ ମିଶ୍ର ରାଜ୍ୟକୁ ଫେରିଛନ୍ତି। ଗୁରୁବାରର ସେ ଲକ୍ଷ୍ନୌକୁ ଆସି ସିଧାସଳଖ ନିର୍ବାଚନ କିମିଶନ ଅଫିସରେ ପହଞ୍ଚିଥିଲେ। ସେଠାରେ ଆଲୋଚନା ଶେଷ କରିବା ପରେ ସେ ବିଧିବଦ୍ଧ ଭାବେ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ରାଜେନ୍ଦ୍ର କୁମାର ତିୱାରୀ କେନ୍ଦ୍ରୀୟ ଡେପୁଟେସନରେ ଯିବେ ବୋଲି ଆଶା ରଖିଛନ୍ତି। କିନ୍ତୁ କେନ୍ଦ୍ରରେ ତାଙ୍କୁ ନିଯୁକ୍ତି ମିଳିବା ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି।

ଆଇଏଏସ୍‌ ଦୁର୍ଗା ଶଙ୍କର ମିଶ୍ର ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜନିୟରିଂରେ ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ୱେଷ୍ଟର୍ଣ୍ଣ ସିଡ୍‌ନୀ ବିଶ୍ୱବିଦ୍ୟାଳୟରେ ଏମବିଏ କରିଛନ୍ତି। ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବେଶ ଘନିଷ୍ଠ ବୋଲି କୁହାଯାଉଛି।

ମାୟବତୀଙ୍କ ଶାସନ ବେଳେ ଶ୍ରୀ ମିଶ୍ରଙ୍କ ସହ କାମ କରୁଥିବା ଜଣେ ଆଇଏଏସ୍‌ ଅଫିସର କହିଛନ୍ତି, ଶ୍ରୀ ମିଶ୍ରା କେବେ ହେଲେ ରବର ଷ୍ଟାମ୍ପ ଭଳି କାମ କରନ୍ତି ନାହିଁ। ପ୍ରଶାସନିକ ସ୍ତରରେ କୌଣସି ଭୁଲ କାମ ହେଲେ ସେ ତୁରନ୍ତ ପଦକ୍ଷେପ ନିଅନ୍ତି। ସେ ଏଥର ନିଶ୍ଚିତ ଭାବେ ପ୍ରଶାସନିକ ସ୍ତରରେ ଭଲ କରିବର୍ତ୍ତନ ଆଣିପାରିବେ।

Related story