କୋଭିସିଲ୍ଡ ଓ ସ୍ପୁଟନିକ-ଭି ଠାରୁ କୋଭାକ୍ସିନ ଟିକାର ଦାମ ଅଧିକ କାହିଁକି?

ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରେ ବ୍ୟବହୃତ ହେଉଥିବା ଟିକାଗୁଡ଼ିକର ଦାମ ନିର୍ଦ୍ଧାରଣ କରିଥିଲେ। ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଘୋଷଣା କରିଥିଲେ ହେଁ ଘରୋଇ ହସ୍ପିଟାଲରେ ଲୋକମାନେ ଟଙ୍କା ଦେଇ ଟିକାର ଡୋଜ୍‌ ନେଇପାରିବେ। ଏଥିପାଇଁ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି। କୋଭିସିଲ୍ଡ ଟିକାର ଗୋଟିଏ ଡୋଜ୍‌ର ଦାମ ସର୍ବାଧିକ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟନିକ ଭିର ଦାମ ୧୧୪୫ ଓ କୋଭାକ୍ସିନର ଗୋଟିଏ ଡୋଜ୍‌ର ଦାମ […]

Covaxin

Hemant Lenka
  • Published: Thursday, 10 June 2021
  • , Updated: 10 June 2021, 04:43 PM IST

ନୂଆଦିଲ୍ଲୀ: କିଛି ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରେ ବ୍ୟବହୃତ ହେଉଥିବା ଟିକାଗୁଡ଼ିକର ଦାମ ନିର୍ଦ୍ଧାରଣ କରିଥିଲେ। ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଘୋଷଣା କରିଥିଲେ ହେଁ ଘରୋଇ ହସ୍ପିଟାଲରେ ଲୋକମାନେ ଟଙ୍କା ଦେଇ ଟିକାର ଡୋଜ୍‌ ନେଇପାରିବେ।

ଏଥିପାଇଁ ଦର ମଧ୍ୟ ନିର୍ଦ୍ଧାରଣ ହୋଇଛି। କୋଭିସିଲ୍ଡ ଟିକାର ଗୋଟିଏ ଡୋଜ୍‌ର ଦାମ ସର୍ବାଧିକ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟନିକ ଭିର ଦାମ ୧୧୪୫ ଓ କୋଭାକ୍ସିନର ଗୋଟିଏ ଡୋଜ୍‌ର ଦାମ ୧୪୧୦ ଟଙ୍କା ରହିଛି। ଜିଏସ୍‌ଟି ଓ ସର୍ଭିସ ଚାର୍ଜକୁ ମିଶାଇ ଏହି ଅର୍ଥ ଧାର୍ଯ୍ୟ କରାଯାଇଛି।

ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନର ଦାମ କୋଭିସିଲ୍ଡ ତୁଳନାରେ ପ୍ରାୟ ଦୁଇଗୁଣ ଅଧିକ ହୋଇଥିବା ବେଳେ ବିଶ୍ୱ ବଜାରରେ ମିଳୁଥିବା ଫାଇଜର ଦାମ ସହ ସାମନ। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି କୋଭାକ୍ସିନର ଦାମ ଭାରତରେ ଏତେ ଅଧି ରହିଛି?

ଏହାର ଉତ୍ତର ବିଶେଷଜ୍ଞମାନେ ଦେଇଛନ୍ତି। କୋଭାକ୍ସିନ ଟିକା ପ୍ରସ୍ତୁତ କରିବା ପାଇଁ ଦାମୀ ଟେକ୍ନୋଲଜିର ବ୍ୟବହାର କରାଯାଇଥିବାରୁ ଏହାର ଦାମ ଅଧିକ ରହିଥିବା ସେମାନେ କହିଛନ୍ତି।

ସେଣ୍ଟର ଫର ସେଲୁଲାର ଓ ମୋଲେକୁଲାର ବାୟୋଲଜିର ପରାମର୍ଶଦାତା ରାକେଶ ମିଶ୍ର କହିଛନ୍ତି, କୋଭାକ୍ସିନରେ ନିଷ୍କ୍ରିୟ ଭାଇରସ ବ୍ୟବହାର ହୋଇଥାଏ। ଏହି ନିଷ୍କ୍ରିୟ ଭାଇରସକୁ ଟିକା ଜରିଆରେ ଲୋକଙ୍କ ଶରୀରକୁ ପଠାଯାଏ। ଏହି ନିଷ୍କ୍ରିୟ ଭାଇରସ ପାଇଁ ବିଦେଶରୁ ଶହଶହ ଲିଟର ସେରମ ଆସିଥାଏ। ବିଏସଏଲ ଲ୍ୟାବରେ ଅତ୍ୟଧିକ ସତର୍କତାର ସହ ଭାଇରସକୁ ସେରମ ମଧ୍ୟରେ ଜୀବନ୍ତ କରି ରଖାଯାଏ। ଏହାପରେ ଏହାକୁ ନିଷ୍କ୍ରିୟ କରି ଲୋକଙ୍କ ଶରୀରକୁ ଛଡ଼ା ଯାଏ।


ଏହି ନିଷ୍କ୍ରିୟ ଭୂତାଣୁ ଜଣେ ବ୍ୟକ୍ତିଙ୍କ ଶରୀରରେ ରହିଥାଏ। କରୋନା ଭାଇରସ ତାଙ୍କ ଶରୀରରେ ପ୍ରବେଶ କରିବା କ୍ଷଣି ଏହା ସକ୍ରିୟ ହୋଇ ଉଠେ। ଏହାପରେ ଉଭୟଙ୍କ ମଧ୍ୟରେ ଲଢ଼େଇ ହୋଇଥାଏ। ଏଥିରେ ପୂର୍ବରୁ ଲୋକଙ୍କ ଶରୀରରେ ଥିବା ନିଷ୍କ୍ରିୟ ଭାଇରସ କରୋନା ଭାଇରସକୁ ହରାଇଥାଏ।

କୋଭାକ୍ସିନର ଦାମ କାହିଁକି ଅଧିକ ସେକଥା ଜଣାପଡ଼ୁଛି। ହେଲେ କୋଭିସିଲ୍ଡ ଓ ସ୍ପୁଟନିକ ଭିର ଦାମ କାହିଁକି ଭିନ୍ନଭିନ୍ନ ରହିଛି, ତା’ହା ବୁଝାପଡ଼ୁନି। ସମ୍ଭବତଃ ବ୍ୟବସାୟିକ ଦୃଷ୍ଟି କୋଣରୁ ଏପରି କରାଯାଇ ଥାଏ ପାରେ। ଆମେ ଯଦି ଟେକ୍ନୋଲଜି ଦୃଷ୍ଟି କୋଣରୁ ଦେଖିବା mRNA ଟିକା ପ୍ରସ୍ତୁତ କରିବା ସହଜ। ଏହା ମଧ୍ୟ ଶସ୍ତା ବୋଲି ସେ କହିଛନ୍ତି।

ଫାଇଜର ଓ ମର୍ଡର୍ଣ୍ଣା ହେଉଛନ୍ତି mRNA ଟିକା। ଏମାନେ କୋଭିଡ-୧୯ ସୃଷ୍ଟି କରୁଥିବା ଜୀବନ୍ତ ଭାଇରସକୁ ବ୍ୟବହାର କରନ୍ତି ନାହିଁ।

Related story