ପୁଣି ଆସିବ ବିବାଦୀୟ କୃଷି ଆଇନ୍, ଜୋର ଦେଇ କହିଲେ କୃଷିମନ୍ତ୍ରୀ

ନାଗପୁର: ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଚଣ୍ଡ ବିରୋଧ ଓ ଜୋରଦାର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ବିବାଦୀୟ କୃଷି ଆଇନ୍ ପୁଣି ଥରେ ଆସିବ। ଏହି କୃଷି ଆଇନ୍‌କୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ସେ ଏପରି କଥା କହିବା ପରେ ପୁଣିଥରେ କୃଷି ଆଇନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ଲୋକଙ୍କ […]

narendra singh tomar

narendra singh tomar

Tapas Behera
  • Published: Saturday, 25 December 2021
  • Updated: 25 December 2021, 04:32 PM IST

Sports

Latest News

ନାଗପୁର: ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଚଣ୍ଡ ବିରୋଧ ଓ ଜୋରଦାର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ବିବାଦୀୟ କୃଷି ଆଇନ୍ ପୁଣି ଥରେ ଆସିବ। ଏହି କୃଷି ଆଇନ୍‌କୁ ପୁଣି ଥରେ ସଂସଦରେ ଉପସ୍ଥାପନ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି । ମହରାଷ୍ଟ୍ରରେ ଏକ ସଭାରେ ଯୋଗ ଦେଇ ସେ ଏପରି କଥା କହିବା ପରେ ପୁଣିଥରେ କୃଷି ଆଇନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କେତେକ ଲୋକଙ୍କ ହିଂସାତ୍ମକ ବିରୋଧ ଯୋଗୁ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଛି ବୋଲି ତୋମାର କହିଛନ୍ତି । ଏହି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ହେବା ଘଟଣା ପାଇଁ ସେ କିଛି ଲୋକଙ୍କୁ ଦାୟୀ କରିଛନ୍ତି । ବିନା ଆଲୋଚନା ଓ ବିତର୍କରେ ଏହି କୃଷି ଆଇନକୁ ରଦ୍ଦ କରାଯାଇଛି।  ତେଣୁ ପରବର୍ତ୍ତୀ ସମୟରେ ଏହି ବିଲକୁ ପୁନର୍ବାର ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମେ ସଂଶୋଧିତ କୃଷି ଆଇନ ଆଣିଥିଲୁ ।

ସ୍ୱାଧୀନତାର ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ବଡ଼ ସଂସ୍କାର ପାଇଁ ପଦେକ୍ଷପ ନିଆଯାଇଥିଲା। ହେଲେ କିଛି ଲୋକଙ୍କୁ ଏହି ଆଇନ ପସନ୍ଦ ଆସିଲା ନାହିଁ। କିନ୍ତୁ ସରକାର ଆଇନ ପ୍ରତ୍ୟାହାର କରି ଆଦୌ ନିରୁତ୍ସାହିତ ନୁହନ୍ତି। ଅମେ ଗୋଟିଏ ପାଦ ପଛେଇଛୁ। ପୁଣି ଆଗକୁ ବଢ଼ିବୁ। କାରଣ ଚାଷୀମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ତୋମାର କୃଷିକ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି।

ସୂଚନା ଅନୁଯାୟୀ, ଦେଶ ବ୍ୟାପୀ ଲକ୍ଷ ଲକ୍ଷ ଚାଷୀ କୃଷି ଆଇନକୁ ବିରୋଧ କରି ଦୀର୍ଘ ଗୋଟିଏ ବର୍ଷ ଧରି ଆନ୍ଦୋଲନ କରିଥିଲେ। ଶେଷରେ ଚାଷୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ସଂସଦର ଶୀତ ଅଧିବେଶନରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା।

ଆସନ୍ତାବର୍ଷ ୟୁପି ଓ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଏହି ଆଇନ୍‌କୁ ପ୍ରତ୍ୟାହାର କରାଯାଇଥିବା କୁହାଯାଉଛି। ପଞ୍ଜାବ, ୟୁପି, ହରିଆଣା ଓ ରାଜସ୍ଥାନର ହଜାର ହଜାର ଚାଷୀ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ୨୦୨୦ ନଭେମ୍ବର ୨୬ରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ବର୍ଷକ ପରେ ଶେଷ ହୋଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story