ନିର୍ବାଚନ ଲଢ଼ିବେ କି ଚାଷୀ ନେତା ରାକେଶ ଟିକାୟତ?

ମୀରଟ: ଦୀର୍ଘ ଗୋଟିଏ ବର୍ଷ ଧରି କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସଫଳତା ମିଳିବା ପରେ ଚାଷୀମାନେ ନିଜ ନିଜ ଘରକୁ ଫେରିଛନ୍ତି। ଏହିକ୍ରମରେ ଭାରତୀୟ କିଷାନ ୟୁନିୟନର ନେତା ତଥା ଆନ୍ଦୋଳନ ବେଳେ ଚାଷୀମାନଙ୍କ ଚେହେରା ପାଲଟିଥିବା ରାକେଶ ଟିକାୟତ ବୁଧବାର ନିଜ ଗାଁକୁ ଫେରିଛନ୍ତି। ତେବେ ସେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବେ ବୋଲି କିଛି ଗଣମାଧ୍ୟମ ନିମୟିତ ଖବର ପ୍ରସାରଣ କରିବାରେ ଲାଗିଛି। ଏହା ଉପରେ […]

Rakesh-Tikait

Hemant Lenka
  • Published: Thursday, 16 December 2021
  • , Updated: 16 December 2021, 10:27 AM IST

ମୀରଟ: ଦୀର୍ଘ ଗୋଟିଏ ବର୍ଷ ଧରି କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସଫଳତା ମିଳିବା ପରେ ଚାଷୀମାନେ ନିଜ ନିଜ ଘରକୁ ଫେରିଛନ୍ତି। ଏହିକ୍ରମରେ ଭାରତୀୟ କିଷାନ ୟୁନିୟନର ନେତା ତଥା ଆନ୍ଦୋଳନ ବେଳେ ଚାଷୀମାନଙ୍କ ଚେହେରା ପାଲଟିଥିବା ରାକେଶ ଟିକାୟତ ବୁଧବାର ନିଜ ଗାଁକୁ ଫେରିଛନ୍ତି।

ତେବେ ସେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବେ ବୋଲି କିଛି ଗଣମାଧ୍ୟମ ନିମୟିତ ଖବର ପ୍ରସାରଣ କରିବାରେ ଲାଗିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ରାକେଶ ଟିକାୟତ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ରାକେଶ ଟିକାୟତ କୌଣସି ପ୍ରକାରର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ସବୁ ରାଜନୀତିକ ଦଳଗୁଡ଼ିକ ପ୍ରଚାର ବେଳେ ତାଙ୍କର ନାଁ କିମ୍ବା ପୋଷ୍ଟର ବ୍ୟବହାର କରିବାକୁ ବାରଣ କରିଛନ୍ତି।

ଦିଲ୍ଲୀ ସୀମାରୁ ରାକେଶ ଟିକାୟତ ବୁଧବାର ଶୋଭାଯାତ୍ରାରେ ଯାଇ ନିଜ ଗାଁ ମୀରଟରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ସେ କହିଛନ୍ତି, “ମୁଁ କୌଣସି ସ୍ଥାନରେ ବି ନିର୍ବାଚନ ଲଢ଼ିବାକୁ ଯାଉନି। କୌଣସି ରାଜନୀତିକ ଦଳ ମଧ୍ୟ ମୋ ଫଟୋ କିମ୍ବା ନାଁ ସେମାନଙ୍କ ପୋଷ୍ଟର୍‌ରେ ଲଗାଇ ପାରିବେ ନାହିଁ।”

୨୦୨୦ ନଭେମ୍ବର ୨୬ରୁ ଦିଲ୍ଲୀ ସୀମାରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଚଳିତ ବର୍ଷ ଡିସେମ୍ବର ୮ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲା। ୧୧ ତାରିଖରୁ ଚାଷୀମାନେ ଘରକୁ ଫେରିବା ଆରମ୍ଭ କରିଥିଲେ। ସରକାର ସେମାନଙ୍କ ଦାବି ଅନୁଯାୟୀ ଏମଏସ୍‌ପି ପାଇଁ କମିଟି ଗଠନ କରିବାକୁ ରାଜି ହୋଇଛନ୍ତି। ସେହିପରି ଚାଷୀଙ୍କ ନାଁରେ ମାମଲା ପ୍ରତ୍ୟାହାର ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ତେବେ ଜାନୁଆରୀ ୧୫ରେ ଚାଷୀମାନେ ପୁଣିଥରେ ଗୋଟିଏ ସମୀକ୍ଷା ବୈଠକ ଡାକିଛନ୍ତି। ଯଦି ସରକାର ପ୍ରତିଶ୍ରୁତି ମୁତାବକ କାମ ନ କରିବେ, ତା’ହେଲେ ପୁଣିଥରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ମୋର୍ଚ୍ଚା କହିଛି।

Related story