ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ମହିଳାଙ୍କୁ ଜୀବନ୍ତ ଜାଳିଦେଲେ

ବେଙ୍ଗାଲୁରୁ: ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣେ ବ୍ୟକ୍ତି ସାଂଘାତିକ କାଣ୍ଡ ଘଟାଇଛି। ଦୁଷ୍କର୍ମ ଉଦ୍ୟମକୁ ମହିଳା ଜଣଙ୍କ ବିରୋଧ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ବ୍ୟକ୍ତି ଜଣଙ୍କ ଉକ୍ତ ମହିଳାଙ୍କୁ ଜୀବନ୍ତ ଜାଳି ଦେଇଛି। କର୍ଣ୍ଣାଟକାର ୟାଦଗିର ଜିଲ୍ଲାରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି। ସୋମବାର ରାତି ପ୍ରାୟ ୨ଟା ବେଳେ ଅଭିଯୁକ୍ତ ଗଙ୍ଗାପ୍ପା ବାସାପ୍ପା ସୁରୁପୁର ତାଲୁକାରେ ରହିଥିବା ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ […]

stop-Rape

Hemant Lenka
  • Published: Wednesday, 06 October 2021
  • , Updated: 06 October 2021, 02:04 PM IST

ବେଙ୍ଗାଲୁରୁ: ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣେ ବ୍ୟକ୍ତି ସାଂଘାତିକ କାଣ୍ଡ ଘଟାଇଛି। ଦୁଷ୍କର୍ମ ଉଦ୍ୟମକୁ ମହିଳା ଜଣଙ୍କ ବିରୋଧ କରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ବ୍ୟକ୍ତି ଜଣଙ୍କ ଉକ୍ତ ମହିଳାଙ୍କୁ ଜୀବନ୍ତ ଜାଳି ଦେଇଛି। କର୍ଣ୍ଣାଟକାର ୟାଦଗିର ଜିଲ୍ଲାରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।

ସୋମବାର ରାତି ପ୍ରାୟ ୨ଟା ବେଳେ ଅଭିଯୁକ୍ତ ଗଙ୍ଗାପ୍ପା ବାସାପ୍ପା ସୁରୁପୁର ତାଲୁକାରେ ରହିଥିବା ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ତେବେ ମହିଳା ଜଣଙ୍କ ଏହାକୁ ବିରୋଧ କରିବାରୁ ଗଙ୍ଗାପ୍ପା ରାଗି ଯାଇଥିଲେ। ଏହାପରେ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ଜୀବନ୍ତ ଜାଳି ଦେଇଥିଲା। ଏହି ଘଟଣାରେ ମହିଳାଙ୍କ ଶରୀରର ୯୫% ଅଂଶ ପୋଡ଼ି ଯାଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମହିଳା ଜଣଙ୍କ ସହ ଏପରି ଘଟଣା ଘଟିଥିବା କେହି ଜାଣି ପାରି ନଥିଲେ। ସକାଳୁ ସେ ଘରୁ ନ ବାହାରିବାରୁ ଯାଞ୍ଚ ବେଳେ ପୂରା ଘଟଣା ସାମ୍ନାକୁ ଆସିଛି। ୟାଦଗିର ଏସ୍‌ପି ସିବି ବେଦାମୂର୍ତ୍ତୀ କହିଛନ୍ତି, ମଧ୍ୟରାତ୍ରରେ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚାହିଁଥିଲା। ତେବେ ଏହାକୁ ମହିଳା ଜଣଙ୍କ ବିରୋଧ କରିଥିଲେ।

ଏଥିରେ ରାଗି ଯାଇ ଅଭିଯୁକ୍ତ ଜଣଙ୍କ ତା’ ବାଇକୁ ପେଟ୍ରୋଲ ବାହାର କରି ମହିଳାଙ୍କୁ ଜୀବନ୍ତ ଜାଳି ଦେଇଥିଲା। ମହିଳା ଜଣଙ୍କ ଏଥିରେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି। ଏବେ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରାଯାଉଥିବା ସେ କହିଛନ୍ତି।

Related story