ଯେଉଁ ପତ୍ନୀଙ୍କ ହତ୍ୟା ପାଇଁ ଜେଲ ଭୋଗୁଥିଲେ ସ୍ୱାମୀ, ସେ ରହୁଥିଲେ ପ୍ରେମିକ ସହ

ପାଟନା: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। କିନ୍ତୁ ଏମିତି ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ଘଟିଛି। ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଜେଲ୍‌ରେ ଅଛନ୍ତି। ହେଲେ ସେ ଯେଉଁ ହତ୍ୟାକାଣ୍ତ ପାଇଁ ଜେଲ ଭୋଗୁଥିଲେ, ବାସ୍ତବରେ ସେମିତି କିଛି ବି ଘଟଣା ଘଟିନି। ବ୍ୟକ୍ତିଙ୍କ ପତ୍ନୀ ହତ୍ୟାର ଶିକାର ହୋଇନାହାନ୍ତି, ବରଂ ସେ ନିଜ ପ୍ରେମିକ ସହ ଫେରାର ହୋଇ ଅନ୍ୟତ୍ର ରହୁଥିଲେ। ବିହାରର ମୋତିହାରି ଜିଲ୍ଲାରେ ଏହି ଚର୍ଚ୍ଚିତ […]

Bihar

Hemant Lenka
  • Published: Monday, 02 May 2022
  • , Updated: 02 May 2022, 08:42 PM IST

ପାଟନା: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। କିନ୍ତୁ ଏମିତି ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଘଟଣା ଘଟିଛି। ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଜେଲ୍‌ରେ ଅଛନ୍ତି। ହେଲେ ସେ ଯେଉଁ ହତ୍ୟାକାଣ୍ତ ପାଇଁ ଜେଲ ଭୋଗୁଥିଲେ, ବାସ୍ତବରେ ସେମିତି କିଛି ବି ଘଟଣା ଘଟିନି। ବ୍ୟକ୍ତିଙ୍କ ପତ୍ନୀ ହତ୍ୟାର ଶିକାର ହୋଇନାହାନ୍ତି, ବରଂ ସେ ନିଜ ପ୍ରେମିକ ସହ ଫେରାର ହୋଇ ଅନ୍ୟତ୍ର ରହୁଥିଲେ। ବିହାରର ମୋତିହାରି ଜିଲ୍ଲାରେ ଏହି ଚର୍ଚ୍ଚିତ ଘଟଣାଟି ଘଟିଛି। ମହିଳା ଜଣଙ୍କ ତାଙ୍କ ପ୍ରେମିକ ସହ ଜଲନ୍ଧରରେ ରହୁଥିବା ଜଣାଡ଼ିବା ପରେ ପୁଲିସ ତାଙ୍କୁ ବିହାର ଆଣିଛି।

ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ହେଲେ ଶାନ୍ତି ଦେବୀ। ସେ ଲକ୍ଷ୍ମୀପୁରରେ ରହୁଥିବା ଦୀନେଶ ରାମଙ୍କୁ ୨୦୧୬ ମସିହା ଜୁନ୍‌ ୧୪ରେ ବିବାହ କରିଥିଲେ। ବାହାଘରର କିଛି ବର୍ଷ ପରେ ମହିଳା ଜଣଙ୍କ ଦୀନେଶ ରାମଙ୍କ ଘର ଛାଡ଼ି ପଞ୍ଜାବର ଜଲନ୍ଧର ଚାଲି ଯାଇଥିଲେ। ସେଠାରେ ସେ ନିଜ ପ୍ରେମିକ ସହ ରହିବା ଆରମ୍ଭ କରିଥିଲେ।

ମହିଳା ଜଣଙ୍କ ନିଖୋଜ ହୋଇଯିବା ପରେ ତାଙ୍କ ପରିବାର ଲୋକ ପୁଲିସ୍‌ ନିକଟରେ ପହଞ୍ଚିଥିଲେ। ସେମାନେ ଦୀନେଶ ରାମଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଦୀନେଶଙ୍କୁ ଗିରଫ କରିଥିଲା ଓ ତାଙ୍କୁ ଜେଲକୁ ପଠାଇ ଦେଇଥିଲା।

ଶାନ୍ତିଙ୍କ ବାପା ଯୋଗେନ୍ଦ୍ର ଯାଦବ ପୁଲିସ୍‌ କହିଥିଲେ ଯେ “ମୋ ଝିଅ ୨୦୧୬ରେ ଦୀନେଶଙ୍କୁ ବିବାହ କରିଥିଲା। କିଛି ବର୍ଷ ପରେ ମୁଁ ତା’ ଶାଶୂ ଘରକୁ ଯାଇ ଖୋଜାଖୋଜି କରିଥିଲି। ମୋ ଝିଅକୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଥିଲା। ସେମାନେ ମୋଟର ବାଇକ ସହ ମୋ ଝିଅକୁ ୫୦ ହଜାର ଟଙ୍କା ନଗଦ ମାଗିଥିଲେ। ଏହା ନ ମିଳିବାରୁ ସମ୍ଭବତଃ ଦୀନେଶ ମୋ ଝିଅକୁ ହତ୍ୟା କରିଛି।”

ଯୋଗେନ୍ଦ୍ରଙ୍କ ଏଫଆଇଆର ଆଧାରରେ ପୁଲିସ ଦୀନେଶଙ୍କୁ ଗିରଫ କରିଥିଲା। ତେବେ ଘଟଣାର ତଦନ୍ତ ଚାଲିଥିବା ବେଳେ ଷ୍ଟେସନ ହାଉସ ଅଫିସର ସନ୍ଦେହ ପ୍ରକାଶ କରି ଶାନ୍ତିଙ୍କ ମୋବାଇଲ ଫୋନର ଲୋକେସନ ଟ୍ରାକ୍‌ କରିଥିଲେ। ଏହି ସମୟରେ ସେ ପଞ୍ଜାବର ଜଲନ୍ଧର ଥିବା ଜଣାପଡ଼ିଥିଲା। ଶେଷରେ ଗୋଟିଏ ପୁଲିସ୍‌ ଟିମ୍‌ ସେଠାକୁ ଯିବା ସହ ଶାନ୍ତିଙ୍କ ଠିକଣା ଖୋଜିଥିଲା। ଯାଞ୍ଚ ବେଳେ ସେ ଜଲନ୍ଧରରେ ନିଜ ପ୍ରେମିକ ସହ ରହୁଥିବା ପୁଲିସ୍‌ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କୁ ପୁଲିସ୍‌ ମୋତହାରି ଆଣିଛି।

Related story