ପରକୀୟା ପ୍ରୀତି: ବଜାର ଗହଳିରେ ପତ୍ନୀଙ୍କୁ ୨୫ ଥର ଛୁରୀ ଭୁଶି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗୋଟିଏ ଜନଗହଳୀପୂର୍ଣ୍ଣ ମାର୍କେଟରୁ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ମାର୍କେଟ ଭିତରେ ତା’ର ପତ୍ନୀଙ୍କୁ ରାସ୍ତାରେ ମାଡ଼ ମାରିବା ସହ ୨୫ ଥର ଛୁରୀ ଭୁଶି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଛି। ପତ୍ନୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀ ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍‌ ସୂଚନା ଦେଇଛି। ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ବୁଦ୍ଧବିହାର ସ୍ଥିତ ଗୋଟିଏ ବଜାରରେ ଏଭଳି ଘଟଣା ଘଟିଛି। […]

Dies

Hemant Lenka
  • Published: Saturday, 10 April 2021
  • , Updated: 10 April 2021, 06:50 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗୋଟିଏ ଜନଗହଳୀପୂର୍ଣ୍ଣ ମାର୍କେଟରୁ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଆଜି ଅପରାହ୍ନରେ ଜଣେ ବ୍ୟକ୍ତି ମାର୍କେଟ ଭିତରେ ତା’ର ପତ୍ନୀଙ୍କୁ ରାସ୍ତାରେ ମାଡ଼ ମାରିବା ସହ ୨୫ ଥର ଛୁରୀ ଭୁଶି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଛି। ପତ୍ନୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ୱାମୀ ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ପୁଲିସ୍‌ ସୂଚନା ଦେଇଛି।

ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ବୁଦ୍ଧବିହାର ସ୍ଥିତ ଗୋଟିଏ ବଜାରରେ ଏଭଳି ଘଟଣା ଘଟିଛି। ଘଟଣା ବେଳେ ମାର୍କେଟରେ ପ୍ରବଳ ଭିଡ଼ ମଧ୍ୟ ଥିଲା। ତେବେ ଏହାକୁ ଖାତିର ନ କରି ହରିଶ ନାମକ ଜଣେ ବ୍ୟକ୍ତି ତା’ର ୨୬ ବର୍ଷୀୟ ପତ୍ନୀ ନୀଲୁଙ୍କୁ ସର୍ବସମ୍ମୁଖରେ ପ୍ରଥମେ ମାଡ଼ ମାରିଥିଲା।

ନୀଲୁ ତଳେ ପଡ଼ିଯିବା ପରେ ହରିଶ ପାଖରେ ରଖିଥିବା ଛୁରୀକୁ ବାହାର କରି ତାଙ୍କୁ ଆକ୍ରମଣ କରିଥିଲା। ପ୍ରାୟ ୨୫ ଥର ଛୁରୀ ଭୁଶିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ନୀଲୁ ସେହିଠାରେ ହିଁ ଆଖି ବୁଜି ଦେଇଥିଲେ। ଲୋକମାନେ ନୀଲୁଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ହରିଶର ରକ୍ତମୁଖା ରୂପ ଓ ଚିତ୍କାର ଶୁଣି କେହି ବି ପାଖ ମାଡ଼ି ନଥିଲେ।

ସେ ଛୁରୀ ଭୁଶିବା ବେଳେ କେହି ଯେମିତି ପାଖକୁ ନ ଆସିବେ, ସେଥିପାଇଁ ଚିତ୍କାର ମଧ୍ୟ କରିଥିଲା। ପୁଲିସ୍‌ ଏହି ଘଟଣାରେ ହରିଶକୁ ଗିରଫ କରିଛି। ଏବେ ଘଟଣାର ତଦନ୍ତ ଚାଲିଥିବାରୁ ପୁଲିସ୍‌ ଏ ସମ୍ପର୍କରେ ଅଧିକ ସୂଚନା ଦେଇନାହିଁ।

Related story