ସ୍ୱାମୀକୁ ମାରି ବେଡ୍‌ରୁମ୍‌ରେ ପୋତିଦେଲା ସ୍ତ୍ରୀ

ଅଗରତାଲା: ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ମାରି ବେଡ୍‌ ରୁମ୍‌ରେ ପୋତି ଦେଲେ। ତା’ପରେ ଥାନାକୁ ଯାଇ ଆତ୍ମସମର୍ପଣ କଲେ। ଘଟଣାଟି ଘଟିଛି ତ୍ରିପୁରାର ଧଲାଇ ଜିଲ୍ଲା ଗଣ୍ଡଚେରା ସବ୍‌ଡିଭିଜନ୍‌ର ଏକ ଗାଁରେ।

ଗୁରୁବାର ଅପରାହ୍ଣରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତ ବ୍ୟକ୍ତିଙ୍କ ନାଁ ସଞ୍ଜିତ ରିଅଙ୍ଗ। ତାଙ୍କୁ ୩୦ ବର୍ଷ ହୋଇଥିଲା। ତାଙ୍କ ସ୍ତ୍ରୀଙ୍କ ନାଁ ଭାରତୀ ରିଅଙ୍ଗ (୨୫)। ଅପରାହ୍ଣରେ ଭାରତୀ ସ୍ୱାମୀଙ୍କୁ ମାରିବା ପରେ ବେଡ୍‌ରୁମ୍‌ରେ ପୋତି ଦେଇଥିଲେ। ତେବେ ରାତିରେ ଥାନାକୁ ଯାଇ ସ୍ୱାମୀଙ୍କୁ ମାରି ଦେଇଥିବା କହିଥିଲେ।

ଏହା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସଞ୍ଜିତଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ କୌଣସି ଭାରିବସ୍ତୁରେ ସଞ୍ଜିତଙ୍କ ମୁଣ୍ଡରେ ପ୍ରହାର କରାଯାଇଥିଲା। ଗତକାଲି ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ପୁଲିସ୍ ରିପୋର୍ଟକୁ ଅପେକ୍ଷା କରିଛି।

ପ୍ରାଥମିକ ପଚରାଉଚରା ପରେ ଭାରତୀଙ୍କୁ ପୁଲିସ୍ ଗିରଫ କରିଛି। ତେବେ ହତ୍ୟାର କାରଣ ସ୍ପଷ୍ଟ ହୋଇପାରି ନଥିବା ପୁଲିସ୍ କହିଛି।
ଏହି ଦମ୍ପତିଙ୍କର ଏକ ୬ ବର୍ଷର ଝିଅ ମଧ୍ୟ ଅଛି।

ଆହୁରି ପଢ଼ନ୍ତୁ

ସୁପର କିଙ୍ଗସ୍ ବିପକ୍ଷ ମ୍ୟାଚ୍ ଖେଳିବେନି ବଟଲର୍

ବିଗତ ଚାରି ବର୍ଷରେ କେତେ ଜଣଙ୍କୁ ଭାରତର ନାଗରିକତ୍ୱ ଦିଆଯାଇଛି?

ଦେହଜୀବୀଙ୍କୁ ସହଯୋଗ କରିବା ପାଇଁ ରାଜ୍ୟକୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ

ନୌସେନାର ହେଲିକପ୍ଟର ବିଭାଗରେ ଦୁଇ ମହିଳା ଅଧିକାରୀ ସାମିଲ୍

ତବଲିଗି ଜମାତ ପାଇଁ କରୋନା ସଂକ୍ରମଣ ବ୍ୟାପିଛି: ଗୃହ ମନ୍ତ୍ରାଳୟ

ଆଜି ଚ୍ୟାଲେଞ୍ଜର୍ସ ସହ ରାଇଜର୍ସ ଟକ୍କର

ମୁମ୍ୱାଇ ଏନସିବି ବିଲ୍ଡିଂରେ ଅଗ୍ନିକାଣ୍ଡ

ଡ୍ରଗ୍ସ ଲିଙ୍କ୍: ଏନସିବି ରାଡାରରେ ଆଉ ଜଣେ ବଲିଉଡ ଅଭିନେତ୍ରୀ

ଲାଲୁ ଜେଲରେ ଥାଇ ପ୍ରତିଦିନ ଫୋନରେ କଥା ହେଉଛନ୍ତି: ଆରଜେଡି ନେତା

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା