ସ୍ୱିଜରଲ୍ୟାଣ୍ଡ ବଦଳରେ ପାକିସ୍ତାନ ଚାଲିଯାଇଥିଲେ, ଜେଲ୍‌ରେ ୪ ବର୍ଷ ରହିବା ପରେ ଫେରିଲେ ଯୁବକ

ହାଇଦ୍ରାବାଦ: ଭାରତରୁ ସ୍ୱଜରଲ୍ୟାଣ୍ଡ ଯିବା ବଦଳରେ ପାକିସ୍ତାନକୁ ଚାଲିଯାଇଥିବା ଜଣେ ଯୁବକ ଶେଷରେ ସ୍ୱଦେଶ ଫେରିଛନ୍ତି। ସେ ଭାରତୀୟ ସୀମାରେ ଲାଗିଥିବା ତାରବାଡ଼ ଦେଇ ବେଆଇନ ଭାବେ ପାକିସ୍ତାନ ଚାଲି ଯାଇଥିବାରୁ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ଦୀର୍ଘ ୪ ବର୍ଷ କାଳ ପାକିସ୍ତାନ ଜେଲରେ ରହିବା ପରେ ଯୁବକ ଜଣଙ୍କ ଶେଷରେ ନିଜ ରାଜ୍ୟ ତେଲେଙ୍ଗାନାକୁ ଫେରିଛନ୍ତି। ଆଇଟି କ୍ଷେତ୍ରରେ କାମ କରୁଥିବା ପ୍ରଶାନ୍ତଙ୍କୁ ପାକିସ୍ତାନ ଜେଲ କର୍ତ୍ତୃପକ୍ଷ ସୋମବାର ରିଲିଜ୍‌ କରିଥିଲେ। ଏହାରେ ତାଙ୍କୁ […]

Pakistan

Hemant Lenka
  • Published: Wednesday, 02 June 2021
  • , Updated: 02 June 2021, 05:58 PM IST

ହାଇଦ୍ରାବାଦ: ଭାରତରୁ ସ୍ୱଜରଲ୍ୟାଣ୍ଡ ଯିବା ବଦଳରେ ପାକିସ୍ତାନକୁ ଚାଲିଯାଇଥିବା ଜଣେ ଯୁବକ ଶେଷରେ ସ୍ୱଦେଶ ଫେରିଛନ୍ତି। ସେ ଭାରତୀୟ ସୀମାରେ ଲାଗିଥିବା ତାରବାଡ଼ ଦେଇ ବେଆଇନ ଭାବେ ପାକିସ୍ତାନ ଚାଲି ଯାଇଥିବାରୁ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା।

ଦୀର୍ଘ ୪ ବର୍ଷ କାଳ ପାକିସ୍ତାନ ଜେଲରେ ରହିବା ପରେ ଯୁବକ ଜଣଙ୍କ ଶେଷରେ ନିଜ ରାଜ୍ୟ ତେଲେଙ୍ଗାନାକୁ ଫେରିଛନ୍ତି। ଆଇଟି କ୍ଷେତ୍ରରେ କାମ କରୁଥିବା ପ୍ରଶାନ୍ତଙ୍କୁ ପାକିସ୍ତାନ ଜେଲ କର୍ତ୍ତୃପକ୍ଷ ସୋମବାର ରିଲିଜ୍‌ କରିଥିଲେ। ଏହାରେ ତାଙ୍କୁ ୱାଘା-ଅଟ୍ଟାରୀ ବର୍ଡରେ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।

ସେଠାରୁ ସାଇବରବାଦ କମିଶନରେଟ ପୁଲିସ୍‌ ତାଙ୍କୁ ତେଲେଙ୍ଗାନାର ମାଧାପୁରକୁ ଆଣିଥିଲା। ଏହି ସ୍ଥାନରେ ତାଙ୍କ ପରିବାର ଲୋକ ୨୦୧୭ ମସିହା ଏପ୍ରିଲ ୨୯ରେ ପ୍ରଶାନ୍ତଙ୍କ ନିଖୋଜ ସମ୍ପର୍କରେ ପ୍ରଥମେ ରିପୋର୍ଟ ଦାଖଲ କରିଥିଲେ।

ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ପ୍ରଶାନ୍ତଙ୍କ ନିଖୋଜ ସମ୍ପର୍କରେ ପ୍ରଥମେ ତେଲେଙ୍ଗାନା ସରକାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ କଥା ହୋଇଥିଲେ। ବୈଦେଶିକ ବ୍ୟାପର ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏ ସମ୍ପର୍କରେ ପାକିସ୍ତାନୀ ଅଧିକାରୀଙ୍କ ସହ କଥା ହୋଇଥିଲେ। ଶେଷରେ ପ୍ରଶାନ୍ତଙ୍କୁ ସୁରକ୍ଷିତ ଭାବେ ପାକିସ୍ତାନ ଅଧିକାରୀମାନେ ୱାଘା-ଅଟ୍ଟାରୀ ସୀମାକୁ ଆଣିଥିଲେ। ସେଠାରୁ ତାଙ୍କୁ ଭାରତୀୟ ଅଧିକାରୀମାନେ ତେଲେଙ୍ଗାନାକୁ ଆଣିଥିଲେ।

ଅଧିକ କାମ କରିବା ପାଇଁ ପ୍ରଶାନ୍ତ ସ୍ୱିଜରଲ୍ୟାଣ୍ଡ ଯିବାକୁ ଚାହୁଁଥିଲେ। ହେଲେ ଆର୍ଥିକ ଅଭାବ ଯୋଗୁ ସେ ଚାଲିଚାଲି ୟୁରୋପ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ୪ ବର୍ଷ ତଳେ ଏପ୍ରିଲ ୧୧ରେ ଘରୁ ବାହାରି ଟ୍ରେନ ଯୋଗେ ରାଜସ୍ଥାନର ବିକେନାର ଯାଇଥିଲେ। ସେଠାରୁ ସେ ଭାରତ-ପାକିସ୍ତାନ ସୀମାକୁ ଯାଇଥିଲେ ଓ ତାରବାଡ଼ ଡେଇଁ ପାକିସ୍ତାନରେ ଦାଖିଲ ହୋଇଥିଲେ।

ପାକିସ୍ତାନରେ ପ୍ରବେଶ କରିବା ପରେ ସେ ଆଉ ଆଗକୁ ବଢ଼ି ପାରି ନଥିଲେ। ସେଠାରେ ବେଆଇନ ପ୍ରବେଶ ପାଇଁ ପାକିସ୍ତାନ ପୁଲିସ ତାଙ୍କୁ ଗିରଫ କରିଥିଲା। ଏକଥା କିନ୍ତୁ ପରିବାର ଲୋକଙ୍କୁ ଜଣା ନଥିଲା। ସେମାନେ ପ୍ରଶାନ୍ତଙ୍କୁ ନ ପାଇଁ ସ୍ଥାନୀୟ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ଦୀର୍ଘ ଦିନ ପରେ ପ୍ରଶାନ୍ତ ପାକିସ୍ତାନରେ ଅଟକ ଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ତେଲେଙ୍ଗାନା ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ। ତେଲେଙ୍ଗାନା ସରକାରଙ୍କ ଅନୁରୋଧକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାକିସ୍ତାନ ସରକାରଙ୍କୁ ଯୋଗାଯୋଗ କରିଥିଲା।

ପାକିସ୍ତାନ ଅଧିକାରୀମାନେ ପ୍ରଶାନ୍ତଙ୍କ ବିଷୟରେ ଯାଞ୍ଚ କରିବା ପରେ ସେ ଜେଲରେ ଥିବା ଭାରତକୁ ଜଣାଇଥିଲେ। ଏହାପରେ ତାଙ୍କ ରିଲିଜ୍ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପାକିସ୍ତାନ ଜେଲରେ ଥିବା ବେଳେ ପ୍ରଶାନ୍ତ ଏକାଧିକ ବହି ପଢ଼ିବାର ସୁଯୋଗ ପାଇଥିଲେ। ତେଣୁ ଏବେ ସେ ପୁଣି ଚାକିରି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।

Related story