ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ

ଘରୱା: ଝାରଖଣ୍ଡରେ ଗୋଟିଏ ପରେ ଗୋଟିଏ ହିଂସାତ୍ମକ ଘଟଣା ଘଟିବାରେ ଲାଗିଛି। ପ୍ରଥମେ ଜଣେ ଯୁବତୀଙ୍କୁ ଜୀବନ୍ତ ଜାଳି ଡୁମକାରେ ହତ୍ୟା କରାଯାଇଥିଲା। ଏବେ ଘରୱାରେ ସାମନ୍ୟ କଳି ଝଗଡ଼ା ପାଇଁ ଜଣେ ଯୁବକ ଉପରେ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦିଆଯାଇଛି। ଏବେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍‌ […]

youth

  • Published: Saturday, 10 September 2022
  • , Updated: 10 September 2022, 03:46 PM IST

ଘରୱା: ଝାରଖଣ୍ଡରେ ଗୋଟିଏ ପରେ ଗୋଟିଏ ହିଂସାତ୍ମକ ଘଟଣା ଘଟିବାରେ ଲାଗିଛି। ପ୍ରଥମେ ଜଣେ ଯୁବତୀଙ୍କୁ ଜୀବନ୍ତ ଜାଳି ଡୁମକାରେ ହତ୍ୟା କରାଯାଇଥିଲା। ଏବେ ଘରୱାରେ ସାମନ୍ୟ କଳି ଝଗଡ଼ା ପାଇଁ ଜଣେ ଯୁବକ ଉପରେ ପେଟ୍ରୋଲ ଢାଳି ନିଆଁ ଲାଗାଇ ଦିଆଯାଇଛି। ଏବେ ସେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି। ସେହିପରି ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ପୁଲିସ୍‌ କହିଛି ଯେ ଘରୱା ଜିଲ୍ଲାର ଶ୍ରୀ ବଂଶୀଧର ସବ ଡିଭିଜନ ଅଧୀନରେ ଥିବା ଚିତବିଶରମ ଗାଁରେ ଏହି ଘଟଣା ଘଟିଛି। ଏଠାରେ ରହୁଥିବା ଦୀପକ ସୋନି ଓ କସମୁଦ୍ଦିନଙ୍କ ମଧ୍ୟରେ କୌଣସି କାରଣରୁ ନେଇ ଝଗଡ଼ା ହୋଇଥିଲା। ଏହାପରେ କସମୁଦ୍ଦିନ ପେଟ୍ରୋଲ ଆଣି ଦୀପକଙ୍କ ଉପରେ ଢାଳି ଦେଇ ଦିଆସିଲ ମାରି ଦେଇଥିଲେ। ସେ ଜୀବନ୍ତ ଜଳୁଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଗତକାଲି ସନ୍ଧ୍ୟା ୭ଟାରେ ଏହି ଘଟଣା ଘଟିଥିଲା। ନିଆଁରେ ପୋଡ଼ି ହୋଇ ଦୀପକ ଗୁରୁତର ହୋଇଛନ୍ତି। ପ୍ରଥମେ ପରିବାର ଲୋକ ତାଙ୍କୁ ସବ ଡିଭିଜନାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରୀ ଟିମ୍‌ ଅଧିକ ଚିକିତ୍ସା ପାଇଁ ତାଙ୍କୁ ସଦର ହସ୍ପିଟାଲକୁ ପଠାଇ ଦେଇଛନ୍ତି।

ଦୀପକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ସେ(ଦୀପକ ସୋନି) ମୋତେ କହିଛି ଯେ କସମୁଦ୍ଦିନ ନାମକ ଜଣେ ଯୁବକ ପେଟ୍ରୋଲ ଢାଳିବା ସହ ନିଆଁ ଲଗାଇ ଦେଇଛି।”

ଇନ୍ସପେକ୍ଟର ରାଜେଶ କୁମାର କହିଛନ୍ତି ଯେ ଘଟଣାରେ ଅଭିଯୁକ୍ତ କସମୁଦ୍ଦିନଙ୍କୁ ଗିରଫ କରାଯାଇଛି। ଝଗଡ଼ାର କାରଣ ଓ ଅନ୍ୟାନ୍ୟ ଦିଗକୁ ଦୃଷ୍ଟିରେ ରଖି ଘଟଣାର ଅଧିକ ତଦନ୍ତ କରାଯାଉଛି।

Related story