ରାଜଧାନୀରୁ ଚିହ୍ନଟ ହେଲେ ୨ୟ ଓମିକ୍ରନ ଆକ୍ରାନ୍ତ, ଜିମ୍ବାୱେରୁ ଫେରିଥିଲେ

ନୂଆଦିଲ୍ଲୀ: ପୁଣିଥରେ ଓମିକ୍ରାନ ଭାରିଏଣ୍ଟ ଭାରତରୁ ଠାବ ହୋଇଛି। ନିକଟରେ ଜିମ୍ବାୱେରୁ ଦେଶର ରାଜଧାନୀ ଦିଲ୍ଲୀକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ରାଜଧାନୀ ଦିଲ୍ଲୀରେ ଏହା ଦ୍ୱିତୀୟ ଓମିକ୍ରନ ଜନିତ କେସ୍‌। ଏହାକୁ ମିଶାଇ ଦେଶରେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ଗତ ରବିବାର ଦିଲ୍ଲୀରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏ ସମ୍ପର୍କରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଥିଲେ। ଦ୍ୱିତୀୟ […]

Omicron

Hemant Lenka
  • Published: Saturday, 11 December 2021
  • , Updated: 11 December 2021, 11:44 AM IST

ନୂଆଦିଲ୍ଲୀ: ପୁଣିଥରେ ଓମିକ୍ରାନ ଭାରିଏଣ୍ଟ ଭାରତରୁ ଠାବ ହୋଇଛି। ନିକଟରେ ଜିମ୍ବାୱେରୁ ଦେଶର ରାଜଧାନୀ ଦିଲ୍ଲୀକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭାରିଏଣ୍ଟ ଠାବ ହୋଇଛି। ରାଜଧାନୀ ଦିଲ୍ଲୀରେ ଏହା ଦ୍ୱିତୀୟ ଓମିକ୍ରନ ଜନିତ କେସ୍‌। ଏହାକୁ ମିଶାଇ ଦେଶରେ ଓମିକ୍ରନରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୩୩ରେ ପହଞ୍ଚିଛି। ଗତ ରବିବାର ଦିଲ୍ଲୀରୁ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏ ସମ୍ପର୍କରେ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଥିଲେ।

ଦ୍ୱିତୀୟ ଓମିକ୍ରନ ଆକ୍ରାନ୍ତ ଜଣଙ୍କ ଜିମ୍ବାୱେରୁ ଫେରିବା ପରେ କ୍ୱାରେଣ୍ଟିନରେ ଥିଲେ। ଏବେ ତାଙ୍କୁ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ଦିଲ୍ଲୀ ସରକାର ପୂର୍ବରୁ ଓମିକ୍ରନ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ତିଆରି କରିଛନ୍ତି। ସେହି ୱାର୍ଡରେ ଆକ୍ରାନ୍ତ ଯୁବକ ଜଣଙ୍କ ଚିକିତ୍ସିତ ହେଉଛନ୍ତି।

ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏଲଏନଜେପିରେ ରହିଥିବା ୨୭ ବିଦେଶ ଫେରନ୍ତାଙ୍କ ଜେନୋମ ସିକ୍ୱେନ୍ସିଂ କରାଯାଇଛି। ଏହା ମଧ୍ୟରୁ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୨ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଡିସେମ୍ବର ୧ରୁ ଇତି ମଧ୍ୟରେ ୯୦ରୁ ଅଧିକ ଲୋକ ଭାରତକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ଆଟ ରିସ୍କ ବା ସଂକ୍ରମଣ ପ୍ରବଣ ଦେଶରୁ ଆସିଛନ୍ତି। ତେଣୁ ସେମାନଙ୍କର ଟେଷ୍ଟିଂ କରାଯିବା ସହ ଜେନୋମ ସିକ୍ୱେନ୍ସିଂ କରାଯାଉଛି।

ଅନ୍ୟପକ୍ଷରେ ଭାରତର ୫ଟି ରାଜ୍ୟରୁ ଏଯାଏ ୩୩ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇ ସାରିଲେଣି। ମହାରାଷ୍ଟ୍ରରେ ସର୍ବାଧିକ ୧୭ ଜଣ ‌ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜସ୍ଥାନରୁ ୯ ଜଣ, ଗୁଜରାଟରୁ ୩ ଜଣ, କର୍ଣ୍ଣାଟକାରେ ୨ ଜଣ ଓ ଦିଲ୍ଲୀରୁ ୨ ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ଭାରିଏଣ୍ଟ ଏବେ ୫୯ ଦେଶକୁ ବ୍ୟାପିଲାଣି। ଓମିକ୍ରନର ସଂକ୍ରମଣ କ୍ଷମତା ଡେଲ୍ଟା ଠାରୁ ପ୍ରାୟ ୩ଗୁଣ ଅଧିକ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏକାଧିକ ଦେଶ ବିମାନ ଯାତ୍ରାରେ କଟକଣା ଲଗାଉଛନ୍ତି।

ଭାରତ ସରକାର ମଧ୍ୟ କଟକଣା ଲଗାଇବାରେ ବିଳମ୍ବ କରିନାହାନ୍ତି। ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସଂକ୍ରମଣ ପ୍ରବଣ ଦେଶ ବା ରିସ୍କ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କର କରୋନା ଟେଷ୍ଟ ବିମାନବନ୍ଦରରେ କରାଯାଉଛି। ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରଖା ଯାଉଛି।

Related story