ଆଉ ଏକ କରୋନା ଔଷଧକୁ ଭାରତରେ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଜି ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଆଉ ଗୋଟିଏ ଔଷଧକୁ ଅନୁମତି ମିଳିଛି। ଆଜି ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍ନାଲ ଦେଇଛି। ଏହି ଔଷଧକୁ ମଧ୍ୟମଧରଣର କରୋନା ଲକ୍ଷଣ ଥିବା ଲୋକଙ୍କୁ ଦିଆଯାଇପାରିବ। ଏହାକୁ ବ୍ୟବହାର କରି ସେମାନଙ୍କ ଚିକିତ୍ସା କରାଯିବ। ତେବେ ଭିରାଫିନ୍‌କୁ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ କରୋନା ଆକ୍ରାନ୍ତଙ୍କୁ ଦିଆଯାଇପାରିବ ବୋଲି ଡିଜିସିଆଇ […]

ZYdus

ZYdus

Hemant Lenka
  • Published: Friday, 23 April 2021
  • Updated: 23 April 2021, 03:57 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣ ଭିତରେ ଆଜି ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଆଉ ଗୋଟିଏ ଔଷଧକୁ ଅନୁମତି ମିଳିଛି। ଆଜି ଡିଜିସିଆଇ ଜାଏଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଔଷଧ ଭିରାଫିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ଗ୍ରୀନ ସିଗ୍ନାଲ ଦେଇଛି।

ଏହି ଔଷଧକୁ ମଧ୍ୟମଧରଣର କରୋନା ଲକ୍ଷଣ ଥିବା ଲୋକଙ୍କୁ ଦିଆଯାଇପାରିବ। ଏହାକୁ ବ୍ୟବହାର କରି ସେମାନଙ୍କ ଚିକିତ୍ସା କରାଯିବ। ତେବେ ଭିରାଫିନ୍‌କୁ ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ କରୋନା ଆକ୍ରାନ୍ତଙ୍କୁ ଦିଆଯାଇପାରିବ ବୋଲି ଡିଜିସିଆଇ କହିଛି।

କମ୍ପାନୀ ପକ୍ଷରୁ କୁହାଯାଇଛି, ଭିରାଫିନ୍‌ ଡୋଜ୍‌ ନେଉଥିବା କରୋନା ଆକ୍ରାନ୍ତ ସାଧାରଣ ରୋଗୀଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହୋଇପାରିବେ। ସେହିପରି ସଂକ୍ରମଣ ଆକ୍ରାନ୍ତଙ୍କ ଶରୀରରେ ମଧ୍ୟ ଅଧିକ କ୍ଷିପ୍ର ଗତିରେ ବ୍ୟାପିବ ନାହିଁ। ହସ୍ପିଟାଲ/ ଇନଷ୍ଟିଚ୍ୟୁସନାଲ ଷ୍ଟେଟଅପ୍‌ରେ ଡାକ୍ତରଙ୍କ ପ୍ରେସକ୍ରିପସନ୍‌ ଜରିଆରେ ହିଁ ଲୋକଙ୍କୁ ଏହି ଔଷଧ ମିଳିବ।

ଅନୁମତି ପାଇଁ ଆବେଦନ କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଏହି ଔଷଧର ପରୀକ୍ଷା ଦେଶର ୨୦ରୁ ୨୫ଟି କେନ୍ଦ୍ରରେ ହୋଇଥିଲା। ପରୀକ୍ଷା ବେଳେ ଜଣାପଡ଼ିଛି ଯେ ଭିରାଫିନ ବ୍ୟବହାର କରୁଥିବା ଲୋକଙ୍କୁ ଅତିରିକ୍ତ ଅମ୍ଳଜାନର ବ୍ୟବହାର କରିବାକୁ ପଡ଼ୁନି। ସେହିପରି ଭିରାଫିନ ଡୋଜ୍‌ ନେଉଥିବା ଲୋକଙ୍କ ଶ୍ୱାସନଳୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ କରୋନା ସଂକ୍ରମଣ କରିପାରୁ ନାହିଁ।

କେବଳ କରୋନା ନୁହେଁ, ଅନ୍ୟ ଭାଇରାଲ ସଂକ୍ରମଣ ବିରୋଧରେ ମଧ୍ୟ ଭିରାଫିନ୍‌ତ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଜଣାପଡ଼ିଛି ଯେ ଭିରାଫିନ ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ ୭ ଦିନ ପରେ ନେଗେଟିଭ ଆସୁଛି। ତେଣୁ ଭିରାଫିନ୍‌ ନିଶ୍ଚିତ ଭାବେ ଭାରତର କରୋନା ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କମ୍ପାନୀ କହିଛି।

ଏବେ ଭାରତରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଫାଭିପିରାଭିର ଓ ରେମଡିସିଭିର ଭଳି ଔଷଧକୁ ବ୍ୟବହାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos