ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଏଲଏସିର ଅପରପାର୍ଶ୍ୱ ସୀମାରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର (ପିଏଲଏ) ସଡକ ନିର୍ମାଣ ଏବଂ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଲାଗିଛି। ପିଏଲଏର ରଣନୀତିକୁ କାଉଣ୍ଟର କରିବା ସହିତ ଘଟଣା ଉପରେ କଡ଼ା ନଜର ରଖିବା ପାଇଁ ବିଳମ୍ୱିତ ରାତିରେ ଡିବିଓ (Daulet Beg Oldi) ନିକଟରେ ଭାରତ ଚିନୁକ ବିମାନକୁ ଉଡାଇଛି। ଡିବିଓ ହେଉଛି ଭାରତୀୟ ସୀମାର ଶେଷ ଆଉଟପୋଷ୍ଟ ଏବଂ କରାକୋରାମ ପାସ୍ ନିକଟରେ ରହିଛି। ଗତବର୍ଷ ଆମେରିକା ନିର୍ମିତ ଏହି […]

APCHHE

Subhransu Sekhar
  • Published: Sunday, 09 August 2020
  • , Updated: 09 August 2020, 05:20 PM IST

ନୂଆଦିଲ୍ଲୀ: ଏଲଏସିର ଅପରପାର୍ଶ୍ୱ ସୀମାରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର (ପିଏଲଏ) ସଡକ ନିର୍ମାଣ ଏବଂ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଲାଗିଛି। ପିଏଲଏର ରଣନୀତିକୁ କାଉଣ୍ଟର କରିବା ସହିତ ଘଟଣା ଉପରେ କଡ଼ା ନଜର ରଖିବା ପାଇଁ ବିଳମ୍ୱିତ ରାତିରେ ଡିବିଓ (Daulet Beg Oldi) ନିକଟରେ ଭାରତ ଚିନୁକ ବିମାନକୁ ଉଡାଇଛି। ଡିବିଓ ହେଉଛି ଭାରତୀୟ ସୀମାର ଶେଷ ଆଉଟପୋଷ୍ଟ ଏବଂ କରାକୋରାମ ପାସ୍ ନିକଟରେ ରହିଛି। ଗତବର୍ଷ ଆମେରିକା ନିର୍ମିତ ଏହି ଯୁଦ୍ଧଖୋର ଲଢ଼ୁଆ ବିମାନ ବାୟୁସେନାରେ ସାମିଲ୍ ହୋଇଥିଲା।

ଭାରତୀୟ ସେନାର ଦକ୍ଷତା ଦେଖାଇବା ପାଇଁ ରାତିରେ ଚିନୁକ୍ ହେଲିକପ୍ଟର ଉଡ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଜଣେ ବରିଷ୍ଠ କମାଣ୍ଡରଙ୍କ ସୂଚନା ଅନୁଯାୟୀ ଆପାଚି ହେଲିକପ୍ଟର ଗୁଡ଼ିକ ଚୁସୁଲ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ରାତିରେ ନିଜ କ୍ଷମତା ଦେଖାଇବାରେ ମାହିର ଥିବା ଏହି ଚିନୁକ ବିମାନର ପରୀକ୍ଷା କରାଯାଇଥିଲା ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଏହି ଅଞ୍ଚଳରେ ଟି -90 ଟ୍ୟାଙ୍କ ଏବଂ ଆର୍ଟିଲିରି ବନ୍ଧୁକ ନିୟୋଜିତ କରାଯାଇଛି। ଆମେରିକା ଦ୍ୱାରା ନିର୍ମିତ ଏହି ଚିନୁକ୍ ହେଲିକପ୍ଟର ପୂର୍ବରୁ ଆଫଗାନିସ୍ତାନ ପାହାଡରେ ରାତି ବେଳା ଦକ୍ଷତା ପ୍ରମାଣ କରି ସାରିଛି।

ଡିବିଓରେ ଟ୍ୟାଙ୍କ ଏବଂ ବନ୍ଧୁକ ଲଗାଇବାକୁ ଚୀନ୍ ଆପତ୍ତି ଉଠାଇଥିବାବେଳେ ସୀମାର ଅପର ପାର୍ଶ୍ୱରେ ଥିବା ଅଞ୍ଚଳରେ ଚୀନ୍ ସେନାର ମୁତୟନ ହେବା ଏବଂ କାର୍ଯ୍ୟକଳାପକୁ ଭାରତୀୟ ସେନା ସୂଚିତ କରିଛି। ଚୀନ୍ ସୀମା ଅଞ୍ଚଳରେ ସୌନ୍ୟ ନିୟୋଜନ କରିବା ପାଇଁ ସଡ଼କ ନିୟୋଜନ କରିଛି। ଏଲଏସି ସହିତ ଅରୁଣାଚଳ ପ୍ରଦେଶର ଅକସାଇ ଚୀନ୍ ଠାରୁ କିବୁଥୁ ପର୍ଯ୍ୟନ୍ତ ସୀମାରେ ଚୀନ୍‌ର ସାମରିକ କାର୍ଯ୍ୟକଳାପରେ କୌଣସି ହ୍ରାସ ଘଟିନାହିଁ।

ତେଣୁ ଶନିବାର ଦିନ ହୋଇଥିବା ଦୁଇ ଦେଶର ବିଭାଗୀୟ କମାଣ୍ଡର ସ୍ତରୀୟ ବୈଠକରେ ଭାରତ ଏହି ପ୍ରସଙ୍ଗ ଉଠାଇଛି। ଉଭୟ ପକ୍ଷଙ୍କୁ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ଅନୁମତି ଦିଆଯାଉ ବୋଲି ପ୍ରସ୍ତାବ ଦିଆଯାଇଛି।

Related story