ଲଦାଖରେ ମୁତୟନ ହେଲା ଟ୍ୟାଙ୍କ, ବିଯୁକ୍ତ ୪୦ ଡିଗ୍ରୀରେ ବି ଦେଖାଇବ ପରାକ୍ରମ

ଲଦାଖ: ଦିନକୁ ଦିନ ଚାଇନା ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ସେନା ଜୋରାଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚାଇନାର ସବୁ ପ୍ରକାରର ଚ୍ୟାଲେଞ୍ଜକୁ ଦୀର୍ଘଦିନ ପର୍ଯ୍ୟନ୍ତ କାଉଣ୍ଟର କରିବା ପାଇଁ ଭାରତୀୟ ସେନା ଏବେ ଅତ୍ୟାଧୁନିକ ଟି -90 ଓ ଟି -72 ଟ୍ୟାଙ୍କ ମୁତୟନ କରିଛି। ଏହି ଟ୍ୟାଙ୍କ ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରା ବେଳେ ବି ଗୁଳିବର୍ଷା କରିବା ସହ ଶତ୍ରୁକୁ ମାତ ଦେବାର କ୍ଷମତା ରଖିଛି। […]

f

Hemant Lenka
  • Published: Sunday, 27 September 2020
  • , Updated: 27 September 2020, 04:15 PM IST

ଲଦାଖ: ଦିନକୁ ଦିନ ଚାଇନା ଲଦାଖ ସୀମାରେ ଉତ୍ତେଜନା ସୃଷ୍ଟି କରୁଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ସେନା ଜୋରାଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚାଇନାର ସବୁ ପ୍ରକାରର ଚ୍ୟାଲେଞ୍ଜକୁ ଦୀର୍ଘଦିନ ପର୍ଯ୍ୟନ୍ତ କାଉଣ୍ଟର କରିବା ପାଇଁ ଭାରତୀୟ ସେନା ଏବେ ଅତ୍ୟାଧୁନିକ ଟି -90 ଓ ଟି -72 ଟ୍ୟାଙ୍କ ମୁତୟନ କରିଛି।

ଏହି ଟ୍ୟାଙ୍କ ବିଯୁକ୍ତ ୪୦ ଡିଗ୍ରୀ ତାପମାତ୍ରା ବେଳେ ବି ଗୁଳିବର୍ଷା କରିବା ସହ ଶତ୍ରୁକୁ ମାତ ଦେବାର କ୍ଷମତା ରଖିଛି। ଏଲଏସି ନିକଟରେ ଥିବା ଚୁମାର ଓ ଡେମୋକୋକ ଅଞ୍ଚଳରେ ଏହି ଟ୍ୟାଙ୍କରକୁ ମୁତୟନ କରାଯାଇଛି। ଏହାବାଦ ଚାଇନା ସେନାକୁ ଜବାବ ଦେବା ପାଇଁ ସେନା ପକ୍ଷରୁ BMP-2 ଇନଫାଣ୍ଟ୍ରୀ ଯୁଦ୍ଧ ଗାଡ଼ି ବି ନିୟୋଜିତ କରାଯାଇଛି। ଏହି ଯୁଦ୍ଧ ଗାଡ଼ି ମଧ୍ୟ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିବ।

ଆଗକୁ ଶୀତ ଦିନ ଆସୁଛି। ବର୍ତ୍ତମାନ ଏଲଏସି ସ୍ଥିତି, ଯାହା ଚାଇନା ସହ ଚାଲିଥିବା ତିକ୍ତତା ଥମିବାର ସମ୍ଭାବନା କମ। ଆଗକୁ ଚାଇନା ଯଦି ସୀମା ଲଙ୍ଘିବାକୁ ଚେଷ୍ଟା କରିବ, ତା’ହେଲେ ଭାରତ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଥିବା ସ୍ପଷ୍ଟ ହୋଇଯାଇଛି। ଶୀତଦିନେ ଏଠାରେ ତାମାପତ୍ରା ବିଯୁକ୍ତ ୩୫ ଡିଗ୍ରୀ ଖସି ଯାଇଥାଏ।
https://twitter.com/i/status/1310107975353167872

ଲଦାଖରେ ନିୟୋଜିତ ଟି -୯୦ ଟ୍ୟାଙ୍କ ଗୁଡ଼ିକ ରୁଷରେ ନିର୍ମିତ ହୋଇଛି। ଭାରତରେ ଏହି ଟ୍ୟାଙ୍କର ନାମ ହେଉଛି 'ଭୀଷ୍ମ'। ଟ୍ୟାଙ୍କରେ ୧୨୫ ଏମଏମର ବନ୍ଧୁକ ଖଞ୍ଜା ଯାଇଛି। ଏହାର ଓଜନ ୪୬ ଟନ ହୋଇଥିବାରୁ ଲଦାଖ ଭଳି ଉଚ୍ଚ ସ୍ଥାନରେ ଏହାକୁ ପହଞ୍ଚାଇବା ସହଜ ନଥିଲା। ତଥାପି ଭାରତୀୟ ସେନା ଏହାକୁ ସୀମାରେ ମୁତୟନ କରିଛି।
https://twitter.com/i/status/1310120210272145409

ସେପରି ଭାରତରେ ଟି -72କୁ 'ଅବିସ୍ମରଣୀୟ' କୁହାଯାଏ। ଭାରତ ପାଖରେ ପ୍ରାୟ ୧୭୦୦ ଟ୍ୟାଙ୍କ ଅଛି। ଏହା ଏକ ଅତି ହାଲୁକା ଟ୍ୟାଙ୍କ। ୧୯୭୦ରେ ଏହା ଭାରତୀୟ ସେନାରେ ସାମିଲ ହୋଇଥିଲା। ଏହି ଟ୍ୟାଙ୍କରେ ୧୨୫ ଏମଏମ ବନ୍ଧୁକ ଖଞ୍ଜା ଯାଇଛି।

ଚୁମର ଓ ଡେମୋକୋକରେ ଭାରତୀୟ ସେନା ଚାଇନାର ମୁକାବିଲା ପାଇଁ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି।

Related story