ଟପ୍ ଟେନ୍ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ। ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍ ଟେନ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଛି ଭାରତ। ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ଆତଙ୍କବାଦୀ ନିପାତ ଅଭିଯାନକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର। ଟପ୍ ଟେନ ଆତଙ୍କବାଦୀ ତାଲିକାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ସର୍ବୋଚ୍ଚ କମାଣ୍ଡର ରିୟାଜ ଅହମଦ ନାଇକୁ ସାମିଲ ରହିଛି। ଏଥିସହ ଲଶ୍କର-ଏ-ତୋଇବାର ଶୋପିଆନ ଜିଲ୍ଲାର […]

terrorist attack

Subhransu Sekhar
  • Published: Thursday, 06 June 2019
  • , Updated: 06 June 2019, 08:06 AM IST

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ। ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍ ଟେନ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଛି ଭାରତ। ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ଆତଙ୍କବାଦୀ ନିପାତ ଅଭିଯାନକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର।

ଟପ୍ ଟେନ ଆତଙ୍କବାଦୀ ତାଲିକାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ସର୍ବୋଚ୍ଚ କମାଣ୍ଡର ରିୟାଜ ଅହମଦ ନାଇକୁ ସାମିଲ ରହିଛି। ଏଥିସହ ଲଶ୍କର-ଏ-ତୋଇବାର ଶୋପିଆନ ଜିଲ୍ଲାର କମାଣ୍ଡର ଓ୍ୱସିମ ଅହମଦ (ଓସାମା), ହିଜବୁଲ ମୁଜାହିଦ୍ଦିନର ଅନନ୍ତନାଗ ଜିଲ୍ଲାର କମାଣ୍ଡର ମୋହମଦ ଅଶରଫ୍ ଖାନ୍, ବାରମୁଲା ଜିଲ୍ଲାର କମାଣ୍ଡର ମେହରାଜୁଦ୍ଦିନ, ଶ୍ରୀନଗରର ମୀର ଉର୍ଜା ଡାକ୍ତର ସୌଫ, ପୁଲଓ୍ୱାମା ଜିଲ୍ଲାର କମାଣ୍ଡର ଅଶରଦ-ଉଲ ହକ ପ୍ରଭୃତି ସାମିଲ ରହିଛନ୍ତି। ଭାରତୀୟ ସେନା ଏହି ଆତଙ୍କବାଦୀଙ୍କ ତାଲିକା ଗୁଇନ୍ଦା, ସେନା, ଜମ୍ମୁ କଶ୍ମୀର ପୁଲିସର ସୂଚନା ଆଧାରରେ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଆତଙ୍କବାଦୀ ସୀମା ଏବଂ କଶ୍ମୀରର ବିଭିନ୍ନ ଜିଲ୍ଲାରେ ରହି ଆତଙ୍କବାଦୀ କାର୍ଯ୍ୟାକଳାପରୁ ପ୍ରୋତ୍ସାହନ ଯୋଗାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆତଙ୍କବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଜିରୋ ଟଲରେନ୍ସ ନୀତି ଆପଣାଇବା ପରେ ପାଞ୍ଚ ମାସରେ ୧୦୧ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅର୍ଥାତ୍ ପ୍ରତି ମାସରେ ୨୦ ଆତଙ୍କବାଦୀ ନିହତ ହେଉଛନ୍ତି। ହେଲେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀର ଘାଟିର ବୋଲି ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

Related story