ନୂଆଦିଲ୍ଲୀ: ଚୀନ୍ ସହିତ ସୀମା ବିବାଦ ଚାଲିଥିବା ବେଳେ ଭାରତ ଏବେ ସାମରିକ ଶକ୍ତିକୁ ବୃଦ୍ଧି କରିବାରେ ଲାଗିଛି। ଭାରତୀୟ ସେନା ଆମେରିକା ପାଖରୁ ୭୨,୦୦୦ ସିଗ୍ ୭୧୬ ରାଇଫଲ କିଣିବାକୁ ଯାଉଛି। ପୂର୍ବରୁ ସେନା ଏହି ରାଇଫଲ ବନ୍ଧୁକ ଅର୍ଡର କରି ପାଇସାରିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଅତ୍ୟାଧୁନିକ ବନ୍ଧୁକ ଅର୍ଡର କରିବ ବୋଲି ଜଣାପଡ଼ିଛି। ଏ ନେଇ ସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ସରକାର ଆର୍ଥିକ ଅଧିକାର ଦେଇଛନ୍ତି। ଏହି ଆର୍ଥିକ ଅଧିକାର ଆଧାରରେ ସେନା ୭୨,୦୦୦ ରାଇଫଲ ଅର୍ଡର କରିବାକୁ ଯାଉଛି।
ସେ କହିଛନ୍ତି ଯେ ରାଇଫଲର ପ୍ରଥମ ସ୍ଲଟ୍ ଭାରତ ପାଇଛି ଏବଂ ଏହାକୁ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଭାରତ ଏହି ରାଇଫଲଗୁଡ଼ିକୁ ଫାଷ୍ଟ ଟ୍ରାକ୍ ଆଧାରରେ ଗ୍ରହଣ କରିଛି। ଏବେ ଯେଉଁ ରାଇଫଲ ଗୁଡିକ ଆସିବ ତାହା INSAS 5.56X45mmର ଜାଗା ନେବ। ଏହା ସ୍ଥାନୀୟ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ଦ୍ୱାରା ପ୍ରସ୍ତୁତ କରାଯାଉଛି।
ଆମଦାନୀ ହୋଇଥିବା ପ୍ରାୟ ଦେଢ଼ ଲକ୍ଷ ରାଇଫଲ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ ଏବଂ ଏଲଓସିରେ ନିୟୋଜିତ ସେନା ଦ୍ୱାରା ବ୍ୟବହୃତ ହେବ। ବାକି ଫୋର୍ସକୁ AK-୨୦୩ ରାଇଫଲ ଦିଆଯିବ। ଏହି ଏକ-୨୦୩ ରାଇଫଲ ଆମେଠି ଅର୍ଡିନାନ୍ସ ଫ୍ୟାକ୍ଟ୍ରିରେ ତିଆରି ହେବ। ଭାରତ ଏବଂ ଋଷିଆ ଦ୍ୱାରା ଏହା ପ୍ରସ୍ତୁତ ହେବ। ତେବେ ଦୁଇ ଦେଶ ମଧ୍ୟରେ କିଛି ସମସ୍ୟା ରହିଥିବାରୁ ଏହି ପ୍ରକଳ୍ପର କାମ ଆଗେଇ ପାରି ନାହିଁ।