କରୋନା ଭୟ, ଉଦ୍ଧାର ପାଇଁ ଉହାନରୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ

ଲକ୍ଷ୍ନୌ: ଚୀନର କରୋନା ଭାଇରସରେ ଏଯାଏ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଚୀନର ହୁବାଇ ପ୍ରଦେଶର ଉହାନ ସହରରେ ଏହି ଭାଇରସର ଉତ୍ପତ୍ତି ବୋଲି କୁହାଯାଉଛି। ଉହାନ ସହରରେ ଏକ ଆପାର୍ଟମେଣ୍ଟରେ ଭାରତୀୟ ଦମ୍ପତ୍ତି ଫଶିଯାଇଛନ୍ତି। ସ୍ଥିତି ଅଣାୟତ ହେଉଖିବା ଦେଖି ତୁରନ୍ତ ଉଦ୍ଧାର କରିବା ପାଇଁ ଏକ ଭିଡିଓ କ୍ଲିପ୍ ଜରିଆରେ ନିବେଦନ କରିଛନ୍ତି ଭାରତୀୟ ଦମ୍ପତ୍ତି। ଏହି ଦମ୍ପତ୍ତି ଦ୍ୱୟ ହେଲେ ଆଶୀଷ ଯାଦବ ଏବଂ ନେହା ଯାଦବ। ତାଙ୍କ ଘର ଉତ୍ତର […]

up-couple-locked-in-china-wuhan

Subhransu Sekhar
  • Published: Monday, 17 February 2020
  • , Updated: 17 February 2020, 08:22 PM IST

ଲକ୍ଷ୍ନୌ: ଚୀନର କରୋନା ଭାଇରସରେ ଏଯାଏ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଚୀନର ହୁବାଇ ପ୍ରଦେଶର ଉହାନ ସହରରେ ଏହି ଭାଇରସର ଉତ୍ପତ୍ତି ବୋଲି କୁହାଯାଉଛି। ଉହାନ ସହରରେ ଏକ ଆପାର୍ଟମେଣ୍ଟରେ ଭାରତୀୟ ଦମ୍ପତ୍ତି ଫଶିଯାଇଛନ୍ତି। ସ୍ଥିତି ଅଣାୟତ ହେଉଖିବା ଦେଖି ତୁରନ୍ତ ଉଦ୍ଧାର କରିବା ପାଇଁ ଏକ ଭିଡିଓ କ୍ଲିପ୍ ଜରିଆରେ ନିବେଦନ କରିଛନ୍ତି ଭାରତୀୟ ଦମ୍ପତ୍ତି। ଏହି ଦମ୍ପତ୍ତି ଦ୍ୱୟ ହେଲେ ଆଶୀଷ ଯାଦବ ଏବଂ ନେହା ଯାଦବ। ତାଙ୍କ ଘର ଉତ୍ତର ପ୍ରଦେଶ। ଆଶୀଷ ଯାଦବ ଉହାନ ଟେକ୍ସଟାଇଲ ବିଶ୍ୱବିଦ୍ୟାଳୟର ପ୍ରଫେସର ରହିଥିବା ବେଳେ ନେହା ପିଏଚଡି କରୁଛନ୍ତି।

ନିକଟରେ ଭାରତ ସରକାର ଏୟାର ଇଣ୍ଡିଆ ବିମାନ ଯୋଗେ ୧୩୦ ଭାରତୀୟଙ୍କୁ ଉଦ୍ଧାର କରିଥିଲେ। ହେଲେ ସେହି ସମୟରେ ନେହାଙ୍କର ଅସ୍ତ୍ରପୋଚାର ହୋଇଥିବାରୁ ସେ ଆଶି ପାରିନଥିଲେ। ଏବେ ସେମାନେ ୨ ମିନିଟର ଏକ ଭିଡିଓ କ୍ଲିପ୍ କରି ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଭାରତୀୟ ଦମ୍ପତ୍ତି ଯେଉଁ ଆପାର୍ଟମେଣ୍ଟରେ ରହୁଛନ୍ତି ସେଠାରେ ତାଙ୍କ ବ୍ୟତୀତ ଆଉ କେହି ରହୁ ନାହାନ୍ତି। ପାଗ ମେଘୁଆ ସାଙ୍ଗକୁ ଖରାପ ରହିଛି। ଏହାବାଦ କରୋନା ପାଇଁ ଲୋକମାନେ ଜାଗା ଛାଡ଼ି ଚାଲିଯାଉଛନ୍ତି। ଏହା ସଂକ୍ରମଣ ରୋଗ ହୋଇଥିବାରୁ ପାଣି, ବିଦ୍ୟୁତ ଆଦି ସେବା ବ୍ୟାହାତ ରଖିଛନ୍ତି ଚୀନ ସରକାର। ଭିଡିଓ ରେକର୍ଡିଂ କରିବାର ଦିନକ ପୂର୍ବରୁ ଦମ୍ପତ୍ତିଙ୍କ ପାଖରେ ଅଧା ପାଣି ବୋତଲ ରହିଥିଲା। ସେହି ଅଧା ପାଣି ବୋତଲକୁ ସ୍ୱାମୀ ସ୍ତ୍ରୀ ପିଇ ରହିଥିବା ଭିଡିଓ ରେକର୍ଡିଂରେ ଆଶୀଷ ଓ ନେହା କହିଛନ୍ତି। ଘରେ ଗ୍ରୋସରୀ ମଧ୍ୟ ସରି ଆସିଲାଣି ଆଉ କିଛି ଦିନ ପରେ ଶେଷ ହୋଇଯିବ। ତେଣୁ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଉ ବୋଲି ଭିଡିଓ ଜରିଆରେ ନିବେଦନ କରିଛନ୍ତି ଯାଦବ ଦମ୍ପତ୍ତି।

ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଟୁଇଟ୍ କରି ଚୀନରେ ଥିବା ଭାରତୀୟ ଦୂତବାସ ସହିତ ଯୋଗାଯୋଗରେ ରହିବାକୁ କହୁଛି। ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ଟୁଇଟ୍ କରି କୁହାଯାଇଛି।

Related story