ଚୋକସି ପ୍ରସଙ୍ଗରେ ଭାରତ ସରକାରଙ୍କ ଦୋଷ ଧରାଇଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପିଏନ୍‌ବି ଋଣ ଜାଲିଆତି ଘଟଣାର ମୁଖ୍ୟ ଖଳନାୟକ ମେହୁଲ ଚୋକସିଙ୍କୁ ଭାରତ ସରକାର ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ଦାବି କରୁଛନ୍ତି। ହେଲେ ବାସ୍ତବରେ ଭାରତ ସରକାର ଚୋକସିଙ୍କ ବାବଦରେ ସବୁ ଜାଣି ତାଙ୍କୁ ଭଲ ବୋଲି କହିଥିବା ଏବେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ ବ୍ରାଉନି କହିଛନ୍ତି। ଭାରତରୁ ଫେରାର ହେବା ପରେ ଚୋକସି ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଭାରତ ସରକାର ସର୍ବଦା ଚୋକସିଙ୍କୁ ଫେରାଇ ଆଣିବା ପାଇଁ ଆଣ୍ଟିଗୁଆ ସରକାରଙ୍କ ସହ […]

s

Hemant Lenka
  • Published: Thursday, 26 September 2019
  • , Updated: 26 September 2019, 03:48 PM IST

ନୂଆଦିଲ୍ଲୀ: ପିଏନ୍‌ବି ଋଣ ଜାଲିଆତି ଘଟଣାର ମୁଖ୍ୟ ଖଳନାୟକ ମେହୁଲ ଚୋକସିଙ୍କୁ ଭାରତ ସରକାର ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା କରୁଥିବା ଦାବି କରୁଛନ୍ତି। ହେଲେ ବାସ୍ତବରେ ଭାରତ ସରକାର ଚୋକସିଙ୍କ ବାବଦରେ ସବୁ ଜାଣି ତାଙ୍କୁ ଭଲ ବୋଲି କହିଥିବା ଏବେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟନ ବ୍ରାଉନି କହିଛନ୍ତି।

ଭାରତରୁ ଫେରାର ହେବା ପରେ ଚୋକସି ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଭାରତ ସରକାର ସର୍ବଦା ଚୋକସିଙ୍କୁ ଫେରାଇ ଆଣିବା ପାଇଁ ଆଣ୍ଟିଗୁଆ ସରକାରଙ୍କ ସହ ଯୋଗାଯୋଗ କରାଯାଉଥିବା କହୁଛନ୍ତି। ହେଲେ ଏବେ ବ୍ରାଉନ୍‌ ଭାରତ ସରକାର ମିଛକୁ ଧରା ପକାଇ ଦେଇଛନ୍ତି।

ବ୍ରାଉନି କହିଛନ୍ତି, “ମେହୁଲ ଚୋକସି ଜଣେ ବଦମାସ। ଏହା ସତ୍ତ୍ୱେ ଭାରତର ଅଧିକାରୀମାନେ ତାଙ୍କୁ ଭଲ ବୋଲି କହି ବିଦେଶ ଯିବାକୁ ଅନୁମତି ଦେଇଥିଲେ। ଏହା ଦୁର୍ଭାଗ୍ୟର ବିଷୟ। ପ୍ରଥମେ ଭାରତୀୟ ଅଧିକାରୀମାନେ ଚୋକସିଙ୍କୁ ଭଲ ବୋଲି ପ୍ରମାଣପତ୍ର ଦେଇଥିଲେ। ଏହାର କିଛି ଦିନ ପରେ ସେ ଜଣେ ବଦମାସ ବୋଲି କହିଥିଲେ।

ଭାରତ ତାଙ୍କୁ କ୍ଲିନଚିଟ୍‌ ଦେଇଥିବାରୁ ଆମ ଦେଶର ଅଧିକାରୀମାନେ ଆଇନ୍‌ ଅନୁଯାୟୀ, ତାଙ୍କୁ ନାଗରିକତ୍ୱ ମାନ୍ୟତା ଦେଇଥିଲେ। ବର୍ତ୍ତମାନର ସ୍ଥିତି ପାଇଁ କେବଳ ଭାରତ ସରକାର ହିଁ ଦାୟୀ। ତଥାପି ଆମେ ଭାରତୀୟ ତଦନ୍ତକାରୀ ଅଧିକାରୀଙ୍କୁ ଆଣ୍ଟିଗୁଆ ଯାଇ ମେହୁଲ ଚୋକସିଙ୍କୁ ଜେରା କରିବାର ଅନୁମତି ଦେବାକୁ ରାଜି ଅଛୁ।

ସିଟିଜେନ୍‌ଶିପ୍‌ ବାଇ ଇନ୍‌ଭେଷ୍ଟମେଣ୍ଟ ଜରିଆରେ ଚୋକ୍‌ସି ନାଗରିକତ୍ୱ ପାଇଥିଲେ। ପିଏନ୍‌ବି ଜାଲିଆତି ପରେ ଚୋକ୍‌ସି ଏହି ଉପାୟରେ ଆଣ୍ଟିଗୁଆ ଚାଲିଯାଇଥିଲେ। ଭାରତୀୟ ତଦନ୍ତକାରୀ ସଂସ୍ଥା ଠିକ୍‌ ସମୟରେ ଆମକୁ ଚୋକ୍‌ସିଙ୍କ ବାବଦରେ ସୂଚନା ଦେଇଥିଲେ ଏହା ହୋଇପାରିନଥା’ନ୍ତା।”

୨୦୧୮ ମସିହା ଜାନୁଆରୀ ୨୫ରେ ଆଣ୍ଟିଗୁଆ ସରକାର ଚୋକସିଙ୍କୁ ନିଜ ଦେଶର ନାଗରିକତ୍ୱ ପ୍ରଦାନ କରିଥିଲେ। ଜୁନ୍‌ ୧୭ରେ ଚୋକସି ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ପିଏନ୍‌ବି ଋଣ ଜାଲିଆତି ଘଟଣାର ତଦନ୍ତରେ ସହଯୋଗ କରିବାକୁ ରାଜି ଥିବା କହିଥିଲେ।

Related story