ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଛି ପାକିସ୍ତାନ!

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍‌କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି- “ଆଜି ପାକିସ୍ତାନ ବାୟୁସେନା ପକ୍ଷରୁ ଭାରତୀୟ ସେନା […]

sd

Hemant Lenka
  • Published: Wednesday, 27 February 2019
  • , Updated: 27 February 2019, 04:28 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍‌କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରିଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି- “ଆଜି ପାକିସ୍ତାନ ବାୟୁସେନା ପକ୍ଷରୁ ଭାରତୀୟ ସେନା ଶିବିରକୁ ଟାର୍ଗେଟ କରାଯାଇଥିଲା। ଏହାର ଦୃଢ଼ ଜବାବ ମିଗ-୨୧ ଦ୍ୱାରା ଦିଆଯାଇଥିଲା। ମିଗ୍‌-୨୧ର ଆକ୍ରମଣରେ ପାକିସ୍ତାନର ଏକ ଜେଟ୍‌ ନଷ୍ଟ ହୋଇଥିଲା। ଏହା ପାକ୍‌ ସୀମାର ଲାମ ଉପତ୍ୟକାରେ ଖସି ପଡ଼ିଥିବା ଦେଖିବାକୁ ମିଳିଛି।

ତେବେ ଦୁର୍ଭାଗ୍ୟବଶତଃ ଭାରତର ମଧ୍ୟ ଏକ ମିଗ୍‌ ବିମାନ ନଷ୍ଟ ହୋଇଥିଲା। ଏହି ବିମାନରେ ଥିବା ପାଲଟ୍‌ ଜଣଙ୍କ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ପାକିସ୍ତାନ ଗିରଫ କରିଥିବା ଦାବି କରୁଛି। ହେଲେ ଆମେ ବର୍ତ୍ତମାନ ଏହାର ତଦନ୍ତ କରୁଛୁ।”

ଅନ୍ୟପକ୍ଷରେ ପାକିସ୍ତାନ କହିଛି ଯେ, ଆଜି ଆମେ ଭାରତୀୟ ବାୟୁ ସେନାର ଦୁଇଟି ବିମାନକୁ ଖସାଇ ଦେଇଥିବା ବେଳେ ୨ ଜଣ ପାଇଲଟଙ୍କୁ ଗିରଫ କରିଛୁ। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ୱିଙ୍ଗ କମାଣ୍ଡର ହେଲେ ‘ଅଭିନନ୍ଦନ’।

ପାକିସ୍ତାନ ସେନା ଜାରି କରିଥିବା ଭିଡିଓରେ ଥିବା ବ୍ୟକ୍ତିଙ୍କ ଆଖିରେ କଳା ପଟି ବନ୍ଧା ଯାଇଛି। ଏହି ଭିଡିଓରେ ସେ କହୁଛନ୍ତି ‘ମୋ ନାଁ ୱିଙ୍ଗ କମାଣ୍ଡର ଅଭିନନ୍ଦନ। ମୋ ସର୍ଭିସ ନମ୍ବର ହେଉଛି ୨୭୯୮୧। ମୁଁ ଜଣେ ପାଇଲଟ୍‌। ମୋ ଧର୍ମ ହେଉଛି ହିନ୍ଦୁ।’ ଭିଡିଓରେ ଏହି ବ୍ୟକ୍ତି ଜଣଙ୍କ କ୍ଷମା ମାଗୁଥିବା ମଧ୍ୟ ଜଣାପଡ଼ିଛି।

Related story