ଭାରତର ସାଟେଲାଇଟ୍ ଦେଖି ଚୀନ୍ ଛାନିଆ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଟେନସନ ଜାରି ରହିଛି। ହେଲେ କୂଟନୀତିକ ସ୍ତରରେ ସବୁ ଠିକଠାକ୍ ଥିବା କୁହାଯାଉଛି। ଏହାରି ଭିତରେ ଚୀନ୍ ଦଖଲରେ ଥିବା ତିବ୍ବତ ଉପରେ ଭାରତର ଗୁଇନ୍ଦା ସାଟେଲାଇଟ୍ ଉଡ଼ି ବୁଲିଥିଲା। ଏହି ସମୟରେ ସାଟେଇାଇଟଟି ତିବ୍ବତର ଅନେକ ତଥ୍ୟ ଜୁଟାଇଥିବା ସୂଚନା ରହିଛି। ଯାହାକୁ ନେଇ ବେଜିଂ ଏବେ ଭୟଭୀତ ହୋଇଛି। ଭାରତ ପଟୁ ବିପଦ ଆଶଙ୍କା କରି ଏବେ ଛାନିଆ ହୋଇ ପଡ଼ିଥିବା ସୂଚନା ରହିଛି। ଭାରତର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ […]

satellite (1)

Subhransu Sekhar
  • Published: Sunday, 26 July 2020
  • , Updated: 26 July 2020, 08:13 PM IST

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଟେନସନ ଜାରି ରହିଛି। ହେଲେ କୂଟନୀତିକ ସ୍ତରରେ ସବୁ ଠିକଠାକ୍ ଥିବା କୁହାଯାଉଛି। ଏହାରି ଭିତରେ ଚୀନ୍ ଦଖଲରେ ଥିବା ତିବ୍ବତ ଉପରେ ଭାରତର ଗୁଇନ୍ଦା ସାଟେଲାଇଟ୍ ଉଡ଼ି ବୁଲିଥିଲା। ଏହି ସମୟରେ ସାଟେଇାଇଟଟି ତିବ୍ବତର ଅନେକ ତଥ୍ୟ ଜୁଟାଇଥିବା ସୂଚନା ରହିଛି। ଯାହାକୁ ନେଇ ବେଜିଂ ଏବେ ଭୟଭୀତ ହୋଇଛି। ଭାରତ ପଟୁ ବିପଦ ଆଶଙ୍କା କରି ଏବେ ଛାନିଆ ହୋଇ ପଡ଼ିଥିବା ସୂଚନା ରହିଛି।

ଭାରତର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ)ର ଏହି ସାଟେଲାଇଟ୍ ଇଏମଆଇଏସଏଟି ବିଭିନ୍ନ ତଥ୍ୟ ସଂଗ୍ରହ କରିଥାଏ। ଏହି ସାଟେଲାଇଟରେ ଇଲେକ୍ଟ୍ରୋନିକ୍ସ ଇଣ୍ଟେଲିଜେନ୍ସ ସିଷ୍ଟମ (କ୍ୟାଟିଲ୍ପ) ଲାଗିଛି। ଏହି ଉପକରଣ ପ୍ରତିରକ୍ଷା ସାମଗ୍ରୀ ବାବଦରେ ତଥ୍ୟ ଏକତ୍ର କରିବାରେ ସିଦ୍ଧ ହସ୍ତ। ନିକଟରେ ଏହି ସାଟେଲାଇଟ ଅରୁଣାଚଳ ପ୍ରଦେଶ ପାଖରେ ଥିବା ତିବ୍ବତ (ଚୀନ୍ ଦଖଲରେ ଥିବା) ଉପରେ ଯାଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଯାହାକୁ ଦେଖି ପିପୁଲ୍ସ ଲିବରେଶନ ଆର୍ମି ଏବେ ଛାନିଆ ହୋଇଛି।

ଇସ୍ରୋ ଏହି ସାଟେଲାଇଟ ତିଆରି କରିଛି। ଇଏମଆଇଏସଏଟି ଏବଂ ଇଏଲଆଇଏନଟି ଶତ୍ରୁ ଦେଶର ଟ୍ରାନସମିସନକୁ ପଢ଼ିବାରେ ଏକ୍ସପର୍ଟ। ସୂଚନାଯୋଗ୍ୟ, ଗୁଲଓ୍ୱାନ ଉପତ୍ୟକାରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ କୂଟନୀତିକ କଥାବାର୍ତ୍ତା ଚାଲିଛି। ଏହାରି ଭିତରେ ଭାରତର ସାଟେଲାଇଟ୍ ବିବାଦୀୟ ଅଞ୍ଚଳରେ ବୁଲିବାକୁ ନେଇ ଚୀନ୍ ଏବେ ଛାନିଆ ହୋଇଥିବା ସୂଚନା ରହିଛି।

Related story