ଭାରତକୁ ୮୦୦ କୋଟି ଟଙ୍କାର ଧୂପ ବିକୁଛି କମ୍ୟୁନିଷ୍ଟ ଚୀନ!

ନୂଆଦିଲ୍ଲୀ: ଚୀନ ହେଉଛି ଏକ କମ୍ୟୁନିଷ୍ଟ ଦେଶ। କମ୍ୟୁନିଷ୍ଟମାନେ ଧର୍ମକୁ ସମାଜର ଅଫିମ ବୋଲି କହିଥାନ୍ତି। କିନ୍ତୁ ଏହି ଚୀନ ଭାରତକୁ ରପ୍ତାନୀ କରିଛି ପ୍ରାୟ ୮୦୦ କୋଟି ଟଙ୍କାର ଧୂପ ବା ଅଗରବତୀ। ଭାରତୀୟ ଧାର୍ମିକ ଓ ଆଧ୍ୟାତ୍ମିକ ପୂଜା ପରମ୍ପରାରେ ଧୂପର ଚାହିଦା ଅଧିକ। ବିନା ଧୂପରେ ହିନ୍ଦୁ ଘରେ ବା ମନ୍ଦିରରେ ପୂଜାପାଠ ହୋଇପାରିବ ନାହିଁ। ଭାରତର ଧର୍ମ ବିଶ୍ୱାସକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିଛି ଚୀନ। କେବଳ ଚୀନ ନୁହେଁ […]

agarbati

agarbati

Subhransu Sekhar
  • Published: Thursday, 29 August 2019
  • Updated: 29 August 2019, 02:51 PM IST

Sports

Latest News

ନୂଆଦିଲ୍ଲୀ: ଚୀନ ହେଉଛି ଏକ କମ୍ୟୁନିଷ୍ଟ ଦେଶ। କମ୍ୟୁନିଷ୍ଟମାନେ ଧର୍ମକୁ ସମାଜର ଅଫିମ ବୋଲି କହିଥାନ୍ତି। କିନ୍ତୁ ଏହି ଚୀନ ଭାରତକୁ ରପ୍ତାନୀ କରିଛି ପ୍ରାୟ ୮୦୦ କୋଟି ଟଙ୍କାର ଧୂପ ବା ଅଗରବତୀ। ଭାରତୀୟ ଧାର୍ମିକ ଓ ଆଧ୍ୟାତ୍ମିକ ପୂଜା ପରମ୍ପରାରେ ଧୂପର ଚାହିଦା ଅଧିକ। ବିନା ଧୂପରେ ହିନ୍ଦୁ ଘରେ ବା ମନ୍ଦିରରେ ପୂଜାପାଠ ହୋଇପାରିବ ନାହିଁ। ଭାରତର ଧର୍ମ ବିଶ୍ୱାସକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିଛି ଚୀନ। କେବଳ ଚୀନ ନୁହେଁ ଅନ୍ୟତମ କମ୍ୟୁନିଷ୍ଟ ଦେଶ ଭିଏତନାମରୁ ମଧ୍ୟ ଭାରତକୁ ଆମଦାନୀ ହେଉଛି କୋଟି କୋଟି ଟଙ୍କାର ଧୂପ। ଏହି ସୂଚନା ପ୍ରଦାନ କରିଛି ଭାରତ ସରକାରଙ୍କ ଅଧୀନସ୍ତ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ।

ଗତବର୍ଷ ଦେଶରେ ୬ ହଜାର କୋଟି ଟଙ୍କାର ଧୂପ ବ୍ୟବସାୟ ହୋଇଛି। ଏଥରୁ ୮୦୦ କୋଟି ଟଙ୍କାର ଅଗରବତୀ ଓ ଏହାର ଉପାଦାନ ଚୀନରୁ ଆମଦାନୀ ହୋଇଛି। ଅଗରବତୀ ପ୍ରସ୍ତୁତି ପାଇଁ ଆମଦାନୀ ହୋଇଥିବା ସାମଗ୍ରୀଗୁଡ଼ିକ ହେଲା ଗୋଲ ବାଉଁଶ, ସୁଗନ୍ଧ ଓ ରସାୟନ ଇତ୍ୟାଦି। ଯେଉଁଥିପାଇଁ ଏହି ବ୍ୟବସାୟ ଭାରତରେ ମାନ୍ଦା ପଡ଼ିଥିବା ବେଳେ ବେକାରୀ ସମସ୍ୟା ମଧ୍ୟ ବଢ଼ିଛି। ଅଥଚ ଭାରତର ଧୂପ ବଜାରରୁ ଚାଇନା ଲାଭବାନ ହୋଇଛି।

କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା କହିଛନ୍ତି, ୨୦୦୮ରୁ ୨୦୧୧ ମଧ୍ୟରେ ଧୂପରେ ବ୍ୟବହୃତ ଗୋଲ ବାଉଁଶ କାଠି ଆମଦାନୀ ହାରାହାରି ୧ କୋଟି ଟଙ୍କାରୁ କମ୍ ଥିଲା। କିନ୍ତୁ ୨୦୧୯ ସୁଦ୍ଧା ଏହା ୨୫୦ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ୨୦୦୯ରେ ୩୧ କୋଟି ଟଙ୍କାର ବାଉଁଶ କାଠିରେ ଲେପନ ହୋଇଥିବା ରସାୟନ ଯୁକ୍ତ ଅଗରବତୀ ଆମଦାନୀ ହୋଇଥିବାବେଳେ ୨୦୧୮ରେ ଏହି ପରିମାଣ ୫୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ତେବେ ଆମଦାନୀ ଅଧିକ ହେବା ପଛରେ ଆଉ ଏକ କାରଣ ସାମ୍ନାକୁ ଆସିଛି। ୨୦୧୧ ବେଳେ ଆମଦାନୀ ହେଉଥିବା ଜିନିଷ ଉପରେ ୩୦ ପ୍ରତିଶତ ଶୁଲ୍କ ଲାଗୁଥିଲା। ଏହାପରେ ଏହି ଶୁଳ୍କ ୧୦ ପ୍ରତିଶତକୁ କମିଥିଲା। ଏବେ ଏହା ୫ ପ୍ରତିଶତ ରହିଛି। ଭାରତ-ଏସିଆ ମୁକ୍ତ ବ୍ୟାପାର ଚୁକ୍ତି (ଏଫଟିଏ) ଅନୁଯାୟୀ ସରକାର ଆମଦାନୀ ଶୁଳ୍କ କମାଇଛନ୍ତି। ଫଳରେ ଭାରତୀୟ ବ୍ୟବସାୟୀମାନେ ନିଜ ଦେଶରେ ଧୂପ ପ୍ରସ୍ତୁତ ନକରି ଚୀନରୁ ଶସ୍ତାରେ ଆମଦାନୀ କରି ଅଧିକ ଲାଭ ଅର୍ଜନ କରୁଛନ୍ତି।

ଚାଇନାରୁ ଆମଦାନୀ ହେଉଥିବା ଗୋଲ ବାଉଁଶ ପାଇଁ ଭାରତରେ ସେହି ପ୍ରଜାତିର ବାଉଁଶ ଚାଷ କରିହେବ। ଏଥିପାଇଁ ବାଉଁଶ ଚାଷୀମାନେ ବମ୍ୱୋସା ତୁଲଦା ଚାଷ କରିବା ଦରକାର ବୋଲି କେଭିଆଇସିର ଅଧ୍ୟକ୍ଷ କହିଛନ୍ତି। ଏହି ବାଉଁଶର ଇଣ୍ଟର ନୋଡାଲ ଲମ୍ୱ ୨୨ ଇଞ୍ଚ ରହିଛି। ଅଗରବତୀ ତିଆରି କରିବା ପାଇଁ ନ୍ୟୁନତମ ୧୨ ଇଞ୍ଚର ଇଣ୍ଟର ନୋଡାଲ ଲମ୍ୱର ଆବଶ୍ୟକତା ରହିଛି ବୋଲି କେଭିଆଇସି କହିଛି।

ଯଦି ଆଗାମୀ ଦିନରେ ଦେଶର ଚାଷୀମାନେ ଏହି ବାଉଁଶ ଚାଷ କରିବାରେ ମନୋନିବେଶ କରିବେ ତାହେଲେ ଭାରତ ଆମଦାନୀ କରିବା ଉପରେ କମ୍ ନିର୍ଭର କରିବ। ଏହାଦ୍ୱାରା ଦେଶର ଚାଷୀ ଉପକୃତ ହେବା ସହିତ ବେରୋଜଗାରୀ ମଧ୍ୟ କମିବ ବୋଲି ବିନୟ କୁମାର ସାକ୍ସେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story