ଦେଶରେ ୭ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୨୦ ହଜାର ପାର୍‌

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନା ଭାଇରସ ଦେଶରେ ବେକାବୁ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଭାରତ ବିଶ୍ୱର ୩ୟ କରୋନା ପ୍ରଭାବିତ ରାଷ୍ଟ୍ର। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଡେଇଁ ଥିବାବେଳେ ମୃତ୍ୟୁସଂଖ୍ୟା ୨୦ ହଜାର ପାର କରିଛି। କ୍ରମାଗତ ୪ର୍ଥ ଦିନ ପାଇଁ ଭାରତରେ ୨୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଦେଶରେ […]

f

f

Hemant Lenka
  • Published: Tuesday, 07 July 2020
  • Updated: 07 July 2020, 03:03 PM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନା ଭାଇରସ ଦେଶରେ ବେକାବୁ ହେବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ବର୍ତ୍ତମାନ ଭାରତ ବିଶ୍ୱର ୩ୟ କରୋନା ପ୍ରଭାବିତ ରାଷ୍ଟ୍ର। ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଡେଇଁ ଥିବାବେଳେ ମୃତ୍ୟୁସଂଖ୍ୟା ୨୦ ହଜାର ପାର କରିଛି। କ୍ରମାଗତ ୪ର୍ଥ ଦିନ ପାଇଁ ଭାରତରେ ୨୦ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଦେଶରେ ଆଉ ୨୨,୨୫୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୧୯,୬୬୫କୁ ବୃଦ୍ଧି ପାଇଛି। ସେହିପରି ସୋମବାର କରୋନା ଆଉ ୪୬୭ ଜଣଙ୍କ ଜୀବନ ନେବାରୁ ମୋଟ ମୃତ୍ୟୁସଂଖ୍ୟା ୨୦,୧୬୦ରେ ପହଞ୍ଚି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏଯାଏ ୪,୩୯,୯୪୮ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୨,୫୯,୫୫୭ ଆକ୍ଟିଭ କେସ ରହିଛି।

ମହାରାଷ୍ଟ୍ରରେ ପୁଣିଥରେ ୫ ହଜାରରୁ ଅଧିକ ପଜିଟିଭ କେସ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୧୧,୯୮୭ ଥିବା ବେଳେ ୯୦୨୬ ଜଣ ପ୍ରାଣ ହରାଇଛନ୍ତି। ୧,୧୫,୨୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ବି ସ୍ଥିତି ଭୟଙ୍କର ରହିଛି। ରାଜ୍ୟରେ ୧,୧୪,୯୭୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭୧ ଜଣ ପ୍ରାଣ ହରାଇଛନ୍ତି।

କ୍ଷତିଗ୍ରସ୍ତ ତାଲିକାର ୩ନଂରେ ଥିବା ଦିଲ୍ଲୀରେ ଏହି ପ୍ରାଣଘାତୀ ଭାଇରସ ହୁହୁ ହୋଇ ବଢ଼ିବାରେ ଲାଗିଛି। ପ୍ରଥମ କରୋନା ଚିହ୍ନଟର ୧୨୫ ଦିନ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଛି। ମାର୍ଚ୍ଚ ୨ରେ ଦିଲ୍ଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏବେ ଦିଲ୍ଲୀରେ ୧,୦୦,୮୨୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୧୧୫ ଜଣ ପ୍ରାଣ ହରାଇଥିବା ବେଳେ ୭୨,୦୮୮ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ୨୫,୬୨୦ ଆକ୍ଟିଭ କେସ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story