ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ଡେଇଁଲା, ଦିନକରେ ୭୦ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫୧ ଲକ୍ଷରୁ ଅଧିକ ଲୋକ କରୋନାରୁ ଆରୋଗ୍ୟ ଲାଭ କରିସାରିଲେଣି। ଦେଶରେ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମୃତ୍ୟୁହାର ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ମୃତ୍ୟୁହାର ମାତ୍ର ୧.୫% ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୦,୫୮୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ […]

f

Hemant Lenka
  • Published: Tuesday, 29 September 2020
  • , Updated: 29 September 2020, 03:38 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫୧ ଲକ୍ଷରୁ ଅଧିକ ଲୋକ କରୋନାରୁ ଆରୋଗ୍ୟ ଲାଭ କରିସାରିଲେଣି। ଦେଶରେ ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ମୃତ୍ୟୁହାର ହ୍ରାସ ପାଉଛି। ବର୍ତ୍ତମାନ ଦେଶରେ ମୃତ୍ୟୁହାର ମାତ୍ର ୧.୫% ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୦,୫୮୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧,୪୫,୨୯୨ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ କରୋନା ଆଉ ୭୭୬ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୬,୩୧୮କୁ ବୃଦ୍ଧି ପାଇଛି।

ତେବେ ୨୪ ଘଣ୍ଟାରେ ୮୪,୮୭୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶରେ ମୋଟ ୫୧,୦୧,୩୯୮ ଜଣ ସୁସ୍ଥ ହେଲେଣି। ମନ୍ତ୍ରଣାଳୟର କହିବା କଥା ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୨% ଲୋକ ୧୦୦% ସୁସ୍ଥ ହୋଇସାରିଲେଣି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୧୧,୪୨,୮୧୧ଟି ନମୁନା ପରୀକ୍ଷା କରାଗଲାଣି। ଏହାକୁ ମିଶାଇ ଦେଶରେ ସେପ୍ଟେମ୍ବର ୨୮ ସୁଦ୍ଧା ମୋଟ ୭,୩୧,୧୦,୦୪୧ଟି ନମୁନା ପରୀକ୍ଷା ହୋଇଛି।

Related story