ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଭାରତ

ନୂଆଦିଲ୍ଲୀ: ଆତଙ୍କୀସ୍ତାନ ପାକିସ୍ତାନକୁ ଆଜି ଭାରତ କଡ଼ା ଚେତାବନୀ ଦେଇଛି। ନାଗ୍ରୋଟାରେ ୪ ଆତଙ୍କୀ ନିହତ ହେବା ଓ ସେମାନଙ୍କ ସମ୍ପର୍କ ସିଧାସଳଖ ପାକିସ୍ତାନ ସହ ରହିଥିବା ଜଣାପଡ଼ିବା ପରେ ଆଜି ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଅଧିକାରୀକୁ ସମନ କରାଯାଇଥିଲା। ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନିର୍ବାଚନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି। ତେଣୁ ଆଜି ଭାରତ ପାକିସ୍ତାନର ଅଧିକାରୀଙ୍କୁ ଡାକି ଏହାର ପ୍ରତିବାଦ […]

hk

Hemant Lenka
  • Published: Saturday, 21 November 2020
  • , Updated: 21 November 2020, 05:00 PM IST

ନୂଆଦିଲ୍ଲୀ: ଆତଙ୍କୀସ୍ତାନ ପାକିସ୍ତାନକୁ ଆଜି ଭାରତ କଡ଼ା ଚେତାବନୀ ଦେଇଛି। ନାଗ୍ରୋଟାରେ ୪ ଆତଙ୍କୀ ନିହତ ହେବା ଓ ସେମାନଙ୍କ ସମ୍ପର୍କ ସିଧାସଳଖ ପାକିସ୍ତାନ ସହ ରହିଥିବା ଜଣାପଡ଼ିବା ପରେ ଆଜି ଭାରତ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଅଧିକାରୀକୁ ସମନ କରାଯାଇଥିଲା। ଗୁଇନ୍ଦା ସୂଚନା ଅନୁସାରେ, ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ନିର୍ବାଚନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି। ତେଣୁ ଆଜି ଭାରତ ପାକିସ୍ତାନର ଅଧିକାରୀଙ୍କୁ ଡାକି ଏହାର ପ୍ରତିବାଦ କରିଛି।

ଏଥିସହ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଆତଙ୍କବାଦ ସହ ଲଢ଼େଇ କରି ଦେଶର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଭାରତ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଜାତୀୟ ସୁରକ୍ଷା ପାଇଁ ଦରକାର ପଡ଼ିଲେ ଭାରତ ଯେକୌଣସି ପଦକ୍ଷେପ ଗ୍ରହଣ କରିପାରିବ।

ପାକିସ୍ତାନ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ। ତା’ ଅଧୀନରେ ଥିବା କୌଣସି ଅଞ୍ଚଳକୁ ଆତଙ୍କବାଦୀମାନେ ଯେମିତି ବ୍ୟବହାର ନ କରିବେ, ତା’ର ବ୍ୟବସ୍ଥା କରୁ। ଏକଥା ଭାରତ ଦୀର୍ଘ ଦିନ ହେଲା ଦାବି କରି ଆସୁଛି। ତଥାପି ପାକିସ୍ତାନ ନିଜ ମାଟିକୁ ଆତଙ୍କୀମାନଙ୍କ ବ୍ୟବହାର ପାଇଁ ଛାଡ଼ି ଦେଇଛି। ଏଥିସହ ସେମାନଙ୍କୁ ସୀମା ପାର କରାଇବା ଭାରତ ବିରୋଧୀ କାର୍ଯ୍ୟ କରିବା ପାଇଁ ସହାୟତା ଯୋଗାଇ ଦେଉଛି ବୋଲି ମନ୍ତ୍ରଣାଳୟ କହିଛି।

ଗୁରୁବାର ସକାଳେ ଜମ୍ମୁର ନାଗ୍ରୋଟାରେ ୪ ଜଣ ଜୈଶ ଆତଙ୍କୀ ନିହତ ହୋଇଥିଲେ। ସେମାନେ ଗୋଟିଏ ସେଓ ବୋଝେଇ ଟ୍ରକ୍‌ରେ ଆକ୍ରମଣ ପାଇଁ ଆସିଥିଲେ। ହେଲେ ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ଏକ ବଡ଼ଧରଣ ଆକ୍ରମଣ ପଣ୍ଡ ହୋଇଯାଇଥିଲା।

ଏହି ଟ୍ରକ୍‌ରୁ ୧୧ଟି ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗ୍ରେନେଡ ଓ ବିସ୍ଫୋରକ ଜବତ ହୋଇଥିଲା। ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ଭଳି ଆତଙ୍କବାଦୀମାନେ ଆଉ ଥରେ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଥିଲେ ବୋଲି ଭାରତୀୟ ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

Related story