ଭାରତର ପ୍ରଥମ ଘରୋଇ ଟ୍ରେନ ଟ୍ରାକରେ ଦୌଡ଼ିଲା, ରହିଛି ଏମିତି ସୁବିଧା

ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ ଟ୍ରେନ୍‌ ତେଜାସ ଏକ୍ସପ୍ରେସ ଆଜିଠାରୁ ଲକ୍ଷ୍ନୌରୁ ଦିଲ୍ଲୀ ମଧ୍ୟରେ ଗଡ଼ିବା ଆରମ୍ଭ କରିଛି। ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ପ୍ରଥମ ବ୍ୟାଚ୍‌ରେ ପ୍ରାୟ ୩୮୯ ଜଣା ଯାତ୍ରୀ ଭାରତୀୟ ରେଳବାଇର ଏହି ଘରୋଇ ଟ୍ରେନ୍‌ରେ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ସ୍ୱର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ ଯାତାୟାତ କରୁଛି। ତେବେ ତେଜାସ ଏକ୍ସପ୍ରେସ ଏହି ଦୁଇ […]

c

Hemant Lenka
  • Published: Friday, 04 October 2019
  • , Updated: 04 October 2019, 04:22 PM IST

ନୂଆଦିଲ୍ଲୀ: ଭାରତର ପ୍ରଥମ ଘରୋଇ ଟ୍ରେନ୍‌ ତେଜାସ ଏକ୍ସପ୍ରେସ ଆଜିଠାରୁ ଲକ୍ଷ୍ନୌରୁ ଦିଲ୍ଲୀ ମଧ୍ୟରେ ଗଡ଼ିବା ଆରମ୍ଭ କରିଛି। ଏହାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ପ୍ରଥମ ବ୍ୟାଚ୍‌ରେ ପ୍ରାୟ ୩୮୯ ଜଣା ଯାତ୍ରୀ ଭାରତୀୟ ରେଳବାଇର ଏହି ଘରୋଇ ଟ୍ରେନ୍‌ରେ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବର୍ତ୍ତମାନ ଲକ୍ଷ୍ନୌ ଓ ଦିଲ୍ଲୀ ମଧ୍ୟରେ ସ୍ୱର୍ଣ୍ଣ ଶତାବ୍ଦୀ ଏକ୍ସପ୍ରେସ ଯାତାୟାତ କରୁଛି। ତେବେ ତେଜାସ ଏକ୍ସପ୍ରେସ ଏହି ଦୁଇ ଷ୍ଟେସନ ମଧ୍ୟରେ ଯାତାୟାତ ସମୟ ହ୍ରାସ କରିବ। ୬ ଘଣ୍ଟା ମଧ୍ୟରେ ଏହା ଲକ୍ଷ୍ନୌରୁ ଦିଲ୍ଲୀରେ ପହଞ୍ଚିବ। ମଙ୍ଗଳବାରକୁ ଛାଡ଼ି ବାକି ସବୁଦିନ ତେଜାସ ଯିବା ଆସିବ କରିବ।

ଟ୍ରେନ୍‌ଟି କେବଳ କାନପୁର ଓ ଗାଜିଆବାଦ୍‌ ଷ୍ଟେସନକୁ ଛାଡ଼ିଦେଲେ ଆଉ କୌଣସି ସ୍ଥାନରେ ଅଟକିବ ନାହିଁ। ପ୍ରତିଦିନ ତେଜାସ ଏକ୍ସପ୍ରେସ ଅପରାହ୍ଣ ୩.୩୫ରେ ଦିଲ୍ଲୀରୁ ବାହାରିବ ଓ ରାତି ୧୦.୫ରେ ଲକ୍ଷ୍ନୌରେ ପହଞ୍ଚିବ। ସେହିପରି ତା’ପରଦିନ ସକାଳ ୬.୧୦ରେ ଲକ୍ଷ୍ନୌରୁ ବାହାରି ଏହା ମଧ୍ୟାହ୍ଣ ୧୨.୨୫ରେ ଦିଲ୍ଲୀରେ ପହଞ୍ଚିବ।

ଏହି ଟ୍ରେନରେ ଗୋଟିଏ ଏକ୍ସ୍ୟୁକେଟିଭ କ୍ଲାସର ବଗି ରହିଥିବା ବେଳେ ୯ଟି ଏସ୍‌ସି ଚେୟାର କୋଚ ରହିଛି। ଏଥିରେ ୭୫୮ ଜଣ ଯାତ୍ରୀ ଏକାସଙ୍ଗରେ ଯିବା ଆସିବା କରିପାରିବେ। ଦିଲ୍ଲୀ-ଲକ୍ଷ୍ନୌ ତେଜାସ ଟ୍ରେନ୍‌ରେ ଯିବା ଆସିବା କରୁଥିବା ଲୋକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା କରାଯାଇଛି। ବିମାନ ଭଳି ଟ୍ରେନରେ ମଧ୍ୟ ମହିଳା ସହାୟକ ରହିବେ।

ଟ୍ରେନ୍‌ରେ ଯାତ୍ରା କରିବାକୁ ହେଲେ ୬୦ ଦିନ ଆଗରୁ ବୁକିଂ କରିବାକୁ ପଡ଼ିବ। ଟ୍ରେନରେ ସିସିଟିଭି, ଏଲଇଡି ଟିଭି, ବ୍ୟକ୍ତିଗତ ଭାବେ ପଢ଼ିବା ପାଇଁ ଲାଇଟ୍‌, ମୋବାଇଲ ଚାର୍ଜିଂ ପଏଣ୍ଟ, ବାଓ ଟଏଲେଟ ଓ ସ୍ୱଂୟ ଚାଳିତ ଦ୍ୱାର ରହିଛି।

Related story