ଲିଙ୍ଗଗତ ବୈଷମ୍ୟରୁ ଊର୍ଦ୍ଧ୍ୱରେ ଏମାନେ ହେଉଛନ୍ତି ଦେଶରେ ‘ପ୍ରଥମ’

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର) : ମାର୍ଚ୍ଚ ୮, ମହିଳାଙ୍କ ପାଇଁ ଦିନଟିଏ। ମହିଳାମାନଙ୍କ ସାମାଜିକ, ଅର୍ଥନୀତିକ, ସାଂସ୍କୃତିକ ଏବଂ ରାଜନୀତିକ ସଫଳତାକୁ ସମ୍ମାନ ଜଣାଇ ବିଶ୍ୱବ୍ୟାପି ଏହି ଦିବସଟିକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବା ଦିଗରେ ଆହ୍ୱାନକୁ ମଧ୍ୟ ଦିବସଟି ଦର୍ଶାଇଥାଏ।  ଆବାହମାନ କାଳରୁ ମହିଳାମାନେ ସମଗ୍ର ବିଶ୍ୱରେ ନିଜର ଉତ୍କର୍ଷ ପ୍ରତିପାଦନ କରି ପ୍ରତ୍ୟେକ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ଏବଂ ସମାଜରେ ଲିଙ୍ଗଗତ ବୈଷମ୍ୟରୁ ଊର୍ଦ୍ଧ୍ୱକୁ […]

Kalpana_Chawla

Kalpana_Chawla

Subhransu Sekhar
  • Published: Sunday, 08 March 2020
  • Updated: 08 March 2020, 04:09 PM IST

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର) : ମାର୍ଚ୍ଚ ୮, ମହିଳାଙ୍କ ପାଇଁ ଦିନଟିଏ। ମହିଳାମାନଙ୍କ ସାମାଜିକ, ଅର୍ଥନୀତିକ, ସାଂସ୍କୃତିକ ଏବଂ ରାଜନୀତିକ ସଫଳତାକୁ ସମ୍ମାନ ଜଣାଇ ବିଶ୍ୱବ୍ୟାପି ଏହି ଦିବସଟିକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବା ଦିଗରେ ଆହ୍ୱାନକୁ ମଧ୍ୟ ଦିବସଟି ଦର୍ଶାଇଥାଏ।  ଆବାହମାନ କାଳରୁ ମହିଳାମାନେ ସମଗ୍ର ବିଶ୍ୱରେ ନିଜର ଉତ୍କର୍ଷ ପ୍ରତିପାଦନ କରି ପ୍ରତ୍ୟେକ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ଏବଂ ସମାଜରେ ଲିଙ୍ଗଗତ ବୈଷମ୍ୟରୁ ଊର୍ଦ୍ଧ୍ୱକୁ ଯାଇ ସାରା ମଣିଷ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ଭାରତର ସେହି ୭ ଜଣ ମହିଳାଙ୍କ ବିଷୟରେ, ଯେଉଁମାନେ ସମାଜର ବାଡ ବନ୍ଧନକୁ ଭୃକ୍ଷେପ ନକରି ନୂଆ ଇତିହାସ ସୃଷ୍ଟି କରିବା ସହ ନିଜ ନାଁକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜ ସ୍ୱାତନ୍ତ୍ର୍ୟବଳରେ  ‘ପ୍ରଥମ’ ବି ବୋଲାଉଛନ୍ତି।

ଆନନ୍ଦିବାଈ ଗୋପାଳରାଓ ଯୋଶୀ

ପୁଣେ ସହରରେ ୧୮୬୫ ମାର୍ଚ୍ଚ ୩୧ରେ ଜନ୍ମିତ ଆନନ୍ଦିବାଈ ହେଉଛନ୍ତି ଭାରତର ପ୍ରଥମ ମହିଳା ଡାକ୍ତର। ଯେଉଁ ସମୟରେ ମହିଳାଙ୍କ ପାଠ ପଢ଼ିବା ଦିବା ସ୍ୱପ୍ନ ଭଳି ଥିଲା, ସେହି ସମୟରେ ଆନନ୍ଦିବାଈ ଡାକ୍ତର ଡିଗ୍ରୀ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏକ ସମ୍ଭ୍ରାନ୍ତ କିନ୍ତୁ ଋଢ଼ିବାଦୀ ବ୍ରାହ୍ମଣ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ସାମାଜିକ ପ୍ରଥାନୁଯାୟୀ ମାତ୍ର ୯ ବର୍ଷ ବୟସରେ ତାଙ୍କ ବିବାହ କରିଦିଆଗଲା। ଆନନ୍ଦିବାଈଙ୍କ ସ୍ୱାମୀ ବୟସରେ ତାଙ୍କଠାରୁ ୨୦ ବର୍ଷ ବଡ଼ ଥିଲେ। ମାତ୍ର ୧୪ ବର୍ଷ ବସରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ହେଲେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଅଭାବରେ ମାତ୍ର ୧୦ ଦିନରେ ନବଜାତ ଶିଶୁର ମୃତ୍ୟୁ ଘଟିଲା। ଏହି ଦୁର୍ଘଟଣାଟି ଆନନ୍ଦିବାଈଙ୍କ ଜୀବନକୁ ବଦଳାଇ ଦେଲା। ସେ ଡାକ୍ତର ହେବାକୁ ପ୍ରତିଜ୍ଞା କରିଥିଲେ। ତାଙ୍କ ସ୍ୱାମୀ ଏହି ପ୍ରତିଜ୍ଞା ପୂରା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସ୍ୱାମୀଙ୍କ ସହଯୋଗରେ ଆନନ୍ଦିବାଈ ଆମେରିକା ଯାଇ ଡାକ୍ତରି ଡିଗ୍ରୀ ହାସଲ କରିଥିଲେ। ସେ ବିଦେଶ ମାଟିରେ ପାଦ ରଖିଥିବା ପ୍ରଥମ ହିନ୍ଦୁ ମହିଳା ଥିଲେ। ତେବେ ତତ୍କାଳୀନ ହିନ୍ଦୁ ସମାଜ ଆନନ୍ଦିବାଈଙ୍କ ଏହି ନିଷ୍ପତ୍ତିକୁ କଡ଼ା ବିରୋଧ କରିଥିଲେ ମଧ୍ୟ ସେ କୌଣସି ମତେ ପ୍ରଭାବିତ ହୋଇ ନ ଥିଲେ।

ଇନ୍ଦିରା ଗାନ୍ଧୀ

ଏକ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ। ସେ ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏ ଏବଂ ୧୯୮୦ରୁ ୧୯୮୪ ପର୍ଯ୍ୟନ୍ତ ସର୍ବାଧିକ ଦିନ ଦାୟିତ୍ୱ ତୁଲାଇଥିବା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ। ୧୯୫୯ରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ନିଜର ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ଆଜି ବି ସେ ରାଜନୀତି ଇତିହାସରେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ ଭାବେ ପରିଚିତା।

ରୀତା ଫାରିୟା ପୋଓ୍ୱେଲ

୧୯୬୬ରେ ବିଶ୍ୱ ସୁନ୍ଦରୀ ଟାଇଟେଲ ଜିତି ଦେଶକୁ ଗୌରବାନ୍ୱିତ କରିଥିବା ପ୍ରଥମ ଭାରତୀୟ ମହିଳା ହେଉଛନ୍ତି ରୀତା ଫାରିୟା ପାଓ୍ୱେଲ। ୧୯୪୫ରେ ମୁମ୍ବାଇରେ ଜନ୍ମିତ ରୀତା କେବଳ ସୁନ୍ଦରୀ ପ୍ରତିଯୋଗିତାରେ ନୁହେଁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି। ଗୋଟିଏ ବର୍ଷ ମଡେଲିଂ କ୍ଷେତ୍ରରେ ଶୀର୍ଷକୁ ଛୁଇଁବା ପରେ ସେ ଡାକ୍ତରୀ ଡିଗ୍ରୀ ହାସଲ କଲେ ଏବଂ ଏଥିରେ ନିଜର କ୍ୟାରିୟର ଆରମ୍ଭ କଲେ। ସେ ମୁମ୍ବାଇସ୍ଥିତ ଗ୍ରାଣ୍ଟ ମେଡିକାଲ କେଲଜ ଏବଂ ସାର୍ ଜେ.ଜେ. ଗ୍ରୁପ୍ ଅଫ୍ ହସ୍ପିଟାଲରୁ ଏମବିବିଏସ୍ ଡିଗ୍ରୀ ପ୍ରାପ୍ତ କରିଥିଲେ।

ଫାତିମା ବିଓ୍ୱି

ମହିଳା ସଶକ୍ତୀକରଣର ଆଉ ଜଣେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଜଷ୍ଟିସ୍ ଫାତିମା ବିଓ୍ୱି। ସେ ହେଉଛନ୍ତି ସୁପ୍ରିମକୋର୍ଟଙ୍କ ପ୍ରଥମ ମହିଳା ବିଚାରପତି। ଏହା ସହ ସେ ପ୍ରଥମ ମୁସଲମାନ ମହିଳା ଯିଏ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୧୯୨୭ ଏପ୍ରିଲ ୩୦ରେ ସେ କେରଳରେ ଜନ୍ମ ଗ୍ରହଣ କରିଥିଲେ। ୧୯୯୩ରେ ତାଙ୍କୁ ଜାତୀୟ ମାନବାଧିକାର ଆୟୋଗର ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହାସହ ସେ ତାମିଲନାଡ଼ୁର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି।

ସାରଳା ଠକରାଲ

୧୯୧୪ରେ ଜନ୍ମିତ ସାରଳା ଠକରାଲ ଭାରତର ପ୍ରଥମ ମହିଳା ପାଇଲଟ୍। ମାତ୍ର ୨୧ ବର୍ଷ ବୟସରେ ସେ ବିମାନ ଚଳାଇବାକୁ ଲାଇସେନ୍ସ ହାସଲ କରିପାରିଥିଲେ। ସେହି ସମୟରେ ସେ ୪ବର୍ଷର କନ୍ୟା ସନ୍ତାନ ମା' ମଧ୍ୟ ଥିଲେ। ସେ ଏକ ଗିପସୀ ମଥ ସୋଲୋ ବିମାନ ଚଳାଇ ୧୦୦୦ ଘଣ୍ଟାର ବିମାନ ଚାଳନାର ଅନୁଭବ ହାସଲ କରିବା ପରେ ପ୍ରଥମ ଭାରତୀୟ ମହିଳା ଭାବେ ‘ଏ’ ଗ୍ରେଡ୍ ଲାଇସେନ୍ସ ପ୍ରାପ୍ତ କରିଥିଲେ। ଏହାସହ ସେ ବସ୍ତ୍ର ଏବଂ ଅଳଙ୍କାର ଡିଜାଇନର ଭାବରେ ମଧ୍ୟ କୃତିତ୍ୱ ହାସଲ କରିଥିଲେ। ୨୦୦୮ରେ ତାଙ୍କର ପରଲୋକ ଘଟିଥିଲା।

କଳ୍ପନା ଚାଓ୍ୱଲା

୧୯୬୨ ମାର୍ଚ୍ଚ ୧୭ରେ ଜନ୍ମ ଗ୍ରହଣ କରିଥିବା କଳ୍ପନା ଚାଓ୍ୱଲା ହେଉଛନ୍ତି ଭାରତରେ ଜନ୍ମିତ ପ୍ରଥମ ମହିଳା ମହାକାଶଚାରୀ। ସେ ୧୯୯୭ରେ ପ୍ରଥମ ଥର ପାଇଁ କଲମ୍ବିଆ ମହାକାଶଯାନରେ ମହାକାଶକୁ ଯାତ୍ରା କରିଥିଲେ। ୨୦୦୩ରେ କଲମ୍ବିଆ ମହାକାଶାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ମହାକାଶଚାରୀଙ୍କ ମଧ୍ୟରେ କଳ୍ପନା ଅନ୍ୟତମ। ସେ ପଞ୍ଜାବ ଇଞ୍ଜିନିୟରିଂ କଲେଜରୁ ଏରୋନଟିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଆମେରିକାର ଟେକ୍ସାଜ୍ ୟୁନିଭର୍ସିଟିରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ୧୯୮୮ରେ ଆମେରିକାର କଲରାଡୋ ୟୁନିଭର୍ସିଟିରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। କଳ୍ପନାଙ୍କ ସ୍ମୃତିରେ ଭାରତର ପ୍ରଥମ ପାଣିପାଗ ସମ୍ପର୍କିତ ସୂଚନା ଦେଉଥିବା କୃତ୍ରିମ ଉପଗ୍ରହକୁ ‘କଳ୍ପନା-୧’ ନାମରେ ନାମିତ କରାଯାଇଛି।

ସାନିଆ ମିର୍ଜା

ଅନେକ ବିବାଦ ଭିତରେ ବି ଇତିହାସ ରଚିଛନ୍ତି ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା। ମହିଳା ଟେନିସରେ ଭାରତକୁ ବିଶ୍ୱସ୍ତରୀୟ ଲୋକପ୍ରିୟତା ଆଣିବାରେ ସାନିଆଙ୍କ ଅବଦାନ ବେଶ ସ୍ମରଣୀୟ। ନିଜ ଅଧ୍ୟବସାୟ ବଳରେ ସେ ନିଜ ପାଇଁ ତଥା ଦେଶ ପାଇଁ ଶୀର୍ଷସ୍ତରୀୟ ସଫଳତା ଆଣିଛନ୍ତି। ୧୯୮୬ରେ ମୁମ୍ବାଇର ଏକ ସୁନି ମୁସଲମାନ ପରିବାରରେ ଜନ୍ମିତ ସାନିଆ ବିଶ୍ୱର ପୂର୍ବତନ ଏକ ନଂ ମହିଳା ଟେନିସ ଖେଳାଳି ଭାବେ ସୁପରିଚିତା। ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ୨୦୦୩ରୁ ୨୦୧୩ ପର୍ଯ୍ୟନ୍ତ ବିଶ୍ୱର ନଂ୧ ଉଭୟ ଏକକ ଓ ଯୁଗ୍ମ ବର୍ଗରେ ଟେନିସ ଖେଳାଳି ଭାବେ ଡବ୍ଲୁଟିଏ ପକ୍ଷରୁ ମାନ୍ୟତା ପାଇଥିଲେ। ଋଢ଼ିବାଦୀ ଧାର୍ମିକ ଚିନ୍ତାଧାରାରୁ ଊର୍ଦ୍ଧ୍ୱକୁ ଯାଇ ସେ ସାରା ବିଶ୍ୱରେ ନିଜକୁ ପ୍ରମାଣିତ କରି ଏକ ସଫଳ ମହିଳା ଖେଳାଳି ଭାବେ ସମାଜରେ ଉଦାହରଣ ସୃଷ୍ଟି କରିପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story