ମୃତ୍ୟୁ ସମ୍ପର୍କରେ ଆଗରୁ ଜାଣି ପାରିଥିଲେ ଇନ୍ଦିରା? ଦେଖନ୍ତୁ ଭୁବନେଶ୍ୱରରେ ତାଙ୍କ ଶେଷ ଭାଷଣ

<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅକ୍ଟୋବର ୩୦ ଆଜିର ଦିନରେ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀଙ୍କ ହତ୍ୟା ହୋଇଥିଲା। ଅନୁମାନ କରାଯାଉଛି, ଇନ୍ଦିରା ଗାନ୍ଧି ନିଜର ମୃତ୍ୟୁ ସମ୍ପର୍କରେ ସୂଚନା ହୁଏତ ଜାଣି ପାରିଥିଲେ। ସେଥିପାଇଁ ଭୁବନେଶ୍ୱର ଠାରେ ସେ ଲୋକଙ୍କ ଗହଣରେ ଭାଷଣ ଦେଇଥିଲେ। &nbsp;ଭୁବନେଶ୍ୱରରେ ଦେଇଥିବା ଭାଷଣ ଇନ୍ଦିରା ଗାନ୍ଧିଙ୍କର ଶେଷ ଭାଷଣ ଥିଲା। ୧୯୮୪ ଅକ୍ଟୋବର ୩୦ରେ ବର୍ତ୍ତମାନ ଭୁବନେଶ୍ୱରରେ ଥିବା ଇନ୍ଦିରା ଗାନ୍ଧି ପାର୍କରେ ଏହି ଭାଷଣ ଦେଇଥିଲେ। ଇନ୍ଦିରା ଏଠାରେ ଭାଷଣ ଦେବାବେଳେ କହିଥିଲେ ଯେ &lsquo;ମୁଁ ଏଠାରେ ଆଜି ଅଛି କାଲି ହୁଏତ ମୁଁ ନଥିବି, ମୁଁ ରହେ କିମ୍ବା ନରହେ ସେଥିପାଇଁ ମୋତେ ଚିନ୍ତା ନାହିଁ&rsquo;। ସେ ଏହା ମଧ୍ୟ କହିଥିଲେ, ମୋ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଆପଣମାନଙ୍କର ସେବା କରିବି, ଏବଂ ଯେତେବେଳେ ମୁଁ ମରିଯିବି ମୋ ରକ୍ତର ଗୋଟିଏ ଗୋଟିଏ ବୁନ୍ଦା ଭାରତକୁ ମଜଭୁତ କରିବାକୁ ଲାଗିବ। ୧୯୧୭ ନଭେମ୍ବର ୧୯ରେ ଜନ୍ମଗ୍ରହଣ କରିଥିଲେ ଇନ୍ଦିରାଗାନ୍ଧି। ନିଜର ପ୍ରତିଭା, ଦକ୍ଷତା ଓ ଦୃଢ଼ ମନୋବଳ ପାଇଁ ସେ ସାରା ବିଶ୍ୱରେ ପରିଚିତ ଥିଲେ। ପ୍ରଧାନମନ୍ତ୍ରୀ ଥିଲାବେଳେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।&nbsp; ପିଲାଟି ଦିନରୁ ଦେଶ ପ୍ରତି ତାଙ୍କର ଅଗାଧ ପ୍ରୀତି ଥିଲା। ଏପରିକି ଭାରତକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବା ପାଇଁ ସେ ବାନର ସେନା ଗଢ଼ିଥିଲେ।&nbsp;ପୈତୃକ ବାସଗୃହ ଆନନ୍ଦ ଭବନରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ ଦେଖି ସେ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ।</p>

Ordigital Desk
  • Published: Tuesday, 31 October 2017
  • Updated: 31 October 2017, 04:18 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos