ସମୁଦ୍ର ମଝିରେ ଖସି ପଡ଼ିଛି ଯାତ୍ରୀବାହୀ ବିମାନ, ମିଳିଲା ଧ୍ୱଂସାବଶେଷ

ଜାକର୍ତ୍ତା: ମିଳିଲା ନିଖୋଜ ଯାତ୍ରୀବାହୀ ବିମାନର ପତ୍ତା। ଉଡ଼ାଣ ଭରିବାର ୪ ମିନିଟ୍‌ ପରେ ନିଖୋଜ ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନ ସମୁଦ୍ର ମଧ୍ୟରେ ହିଁ ଖସି ପଡ଼ିଛି। ଏଥିରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ୬୨ ଜଣ ଲୋକ ଥିଲେ। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଏଯାଏ କାହାର ବି ମୃତଦେହ ସମୁଦ୍ର ମଧ୍ୟରୁ ମିଳିନାହିଁ। କିନ୍ତୁ ଗଭୀର ଜଳରୁ ବିମାନର ଧ୍ୱଂସାବଶେଷ ମିଳିଥିବା ଦେଶର ପରିବହନ ମନ୍ତ୍ରୀ ସୂଚନା […]

fe

Hemant Lenka
  • Published: Saturday, 09 January 2021
  • , Updated: 09 January 2021, 08:28 PM IST

ଜାକର୍ତ୍ତା: ମିଳିଲା ନିଖୋଜ ଯାତ୍ରୀବାହୀ ବିମାନର ପତ୍ତା। ଉଡ଼ାଣ ଭରିବାର ୪ ମିନିଟ୍‌ ପରେ ନିଖୋଜ ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନ ସମୁଦ୍ର ମଧ୍ୟରେ ହିଁ ଖସି ପଡ଼ିଛି। ଏଥିରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ୬୨ ଜଣ ଲୋକ ଥିଲେ। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଏଯାଏ କାହାର ବି ମୃତଦେହ ସମୁଦ୍ର ମଧ୍ୟରୁ ମିଳିନାହିଁ। କିନ୍ତୁ ଗଭୀର ଜଳରୁ ବିମାନର ଧ୍ୱଂସାବଶେଷ ମିଳିଥିବା ଦେଶର ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଇଣ୍ଡୋନେସିଆ ସ୍ରୀୱିଜୟାର ଯାତ୍ରୀବାହୀ ବିମାନ ଆଜି ୨.୩୦ରେ ଜାକର୍ତ୍ତାରୁ ଉଡ଼ାଣ ଭରିଥିଲା। ଏଥିରେ ୧୦ ଜଣ କ୍ରୁଙ୍କୁ ମିଶାଇ ମୋଟ ୬୨ ଜଣ ରହିଥିଲେ। ବିମାନଟି ବୋର୍ଣ୍ଣ ଦ୍ୱୀପର ପୋଣ୍ଟିଆନକ ଯିବାର ଥିଲା। ହେଲେ ଉଡ଼ାଣର ୪ ମିନିଟ୍‌ ପରେ ବିମାନଟି ନିଖୋଜ ହୋଇଯାଇଥିଲା।

ନିଖୋଜ ଖବର ପ୍ରଚାର ହେବା ପରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସ୍ରୀୱିଜୟାର ବିମାନ ବୋଇଂ ୭୩୭-୫୦୦ର କିଛି ଧ୍ୱଂସାବଶେଷ ଉତ୍ତର ଜାକର୍ତ୍ତାର ସମୁଦ୍ରରୁ ମିଳିଛି। ନିଖୋଜ ସମୟରେ ଏହା ୧୦ ହଜାର ଫୁଟ ଉପରେ ରହିଥିଲା। ଏହି ବିମାନଟି ୨୬ ବର୍ଷ ପୁରୁଣା। ପ୍ରଥମଥର ପାଇଁ ୧୯୯୪ ମେ’ ମାସରେ ଲୋକଙ୍କ ସେବା ଯୋଗାଇବା ଆରମ୍ଭ କରିଥିଲା। କେଉଁ କାରଣରୁ ବିମାନଟି କ୍ରାଶ ହେଲା, ସେକଥା ଜଣାପଡ଼ିନାହିଁ।

Related story