ଇନ୍ଦୋର: ମଧ୍ୟପ୍ରଦେଶରେ ବର୍ତ୍ତମାନ ଇନ୍ଦୋର ସହର କରୋନା ହଟ୍ସ୍ପଟ୍ ପାଲଟିଛି। ପୂର୍ବରୁ ବ୍ୟବସାୟିକ ଏବଂ ସାମାଜିକ-ସାଂସ୍କୃତିକ କାରଣ ପାଇଁ ଚର୍ଚ୍ଚିତ ଏହି ସ୍ଥାନରେ ବର୍ତ୍ତମାନ ବହୁ ସଂଖ୍ୟାରେ ମୁଣ୍ଡଯିବାରେ ଲାଗିଛି। ରାଜ୍ୟର ମୋଟ ୩୬ ମୃତ୍ୟୁରୁ କେବଳ ଇନ୍ଦୋରରେ ୨୭ ଜଣଙ୍କ ଜୀବନ ଯାଇଛି।
ଜାତୀୟ ହାରଠାରୁ ଇନ୍ଦୋରରେ ମୃତ୍ୟୁ ହାର ସବୁଠାରୁ ଅଧିକ ଅଛି। ଏଠାରେ ମୃତ୍ୟୁ ହାର ୧୧% ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ଅଧା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦୋରରେ ଥିବା କବରସ୍ଥାନରେ ସମାଧି ପାଇଁ ଆସୁଥିବା ଶବ ସଂଖ୍ୟା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି।
ବିଭିନ୍ନ କାରଣରୁ ଗତ ୯ ଦିନରେ ଏଠାରେ ୧୮୩ ଜଣଙ୍କୁ ସମାଧି ଦିଆଗଲାଣି। ତେବେ ମାର୍ଚ୍ଚ ପୂର୍ବରୁ ମଧ୍ୟ ଏଠାରେ ଲଗାତାର ବିଭିନ୍ନ ରୋଗ କାରଣରୁ ମୃତ୍ୟୁ ସଂଖ୍ୟା ଅଧିକ ରହିଥିଲା। ମାର୍ଚ୍ଚରେ ୧୩୦ ଜଣଙ୍କୁ ସମାଧି ଦିଆଯାଇଥିବାବେଳେ ଫେବୃଆରୀରେ ୯୮ ଏବଂ ଜାନୁଆରୀରେ ୧୧୩ ଜଣଙ୍କୁ ସମାଧି ଦିଆଯାଇଛି। ଏମାନଙ୍କର ମୃତ୍ୟୁ ପଛରେ ରକ୍ତଚାପ, ମଧୁମେହ ଏବଂ ଅନ୍ୟ ସମସ୍ୟା ଆଦି କାରଣ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Politics
ବିଜେପି ନେତାଙ୍କ କଟାକ୍ଷ ଶୁଣି କାନ୍ଦିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ବିଜେପି ନେତା ରମେଶ ବିଧୁରୀଙ୍କ ବିବାଦୀୟ କଟାକ୍ଷ ସମ୍ପର୍କରେ ମତ ରଖିବା ବେଳେ ଆଜି ସର୍ବସମ୍ମୁଖରେ କାନ୍ଦିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ।
National
HMPV ନୂଆ ଭାଇରସ ନୁହେଁ, ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପରାମର୍ଶ
ଏଚଏମପିଭି କୌଣସି ନୂଆ ପ୍ରକାରର ଭାଇରସ ନୁହେଁ। ତେଣୁ ଦେଶବାସୀ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଭାଇରସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା। ସେବେଠାରୁ ଏହା ବିଶ୍ୱର ବିଭିନ୍ନ ସ୍ଥାନରେ ରହିଛି ବୋଲି ନଡ୍ଡା କହିଛନ୍ତି।
National
ଆତ୍ମହତ୍ୟା କରିଥିବା ଅତୁଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ପ୍ରଶ୍ନ: କାହିଁକି ତୁମେ ତଦନ୍ତ ଚାହୁଁନ?
ବେଙ୍ଗାଲୁରୁରେ ଗୋଟିଏ ଅଟୋମୋବାଇଲ କମ୍ପାନୀରେ କାମ କରୁଥିବା ଅତୁଲଙ୍କୁ ଛାଡ଼ପତ୍ର ବିବାଦର ସମାଧାନ ପାଇଁ ପତ୍ନୀ ନିକତା ୩ କୋଟି ଟଙ୍କା ମାଗୁଥିଲେ। ଏପରି କି ସେ ତାଙ୍କୁ କୋର୍ଟକୁ ଟାଣି ମାନସିକ ଚାପ ପକାଉଥିଲେ।
National
୪ ଦଶନ୍ଧିର ସେବା ପରେ ଅବସର ନେଲେ କାନ୍ଦାହାର ଅପହରଣର ହିରୋ ଦେବୀ ଶାରନ
କର୍ଣ୍ଣାଲ ଫ୍ଲାଇଂ କ୍ଲବରୁ ୧୯୮୪ରେ କ୍ୟାପ୍ଟେନ ଦେବୀ ଶାରନଙ୍କ ବେସାମରିକ ବିମାନ ଚଳାଚଳ ଯାତ୍ରା ଆରମ୍ଭ ହୋଇଥିଲା। ୧୯୮୫ରେ ସେ ଇଣ୍ତିଆନ ଏୟାରଲାଇନ୍ସରେ ଯୋଗ ଦେଇଥିଲେ।