ନ୍ୟୁଜପ୍ରିଣ୍ଟ ଉପରେ ୧୦% ଶୁଳ୍କ ହଟାଇବାକୁ ଜୋର ଧରିଲା ଦାବି

ନୂଆଦିଲ୍ଲୀ: ନ୍ୟୁଜ୍‌ପ୍ରିଣ୍ଟ, ଅନ୍‌କୋଟେଡ୍‌ ପେପର ଏବଂ ଲାଇଟ୍‌ୱେଟ୍‌ କୋଟେଡ୍‌ ପେପର (ଏଲ୍‌ଡବଲ୍‌ୟୁସି) ଉପରେ କେନ୍ଦ୍ର ସରକାର ୧୦% ଉତ୍ପାଦ ଶୁଳ୍କ ଲାଗୁ କରିଥିବାରୁ ଏହାକୁ ହଟାଇବା ପାଇଁ ଦାବି ଜୋର ଧରିଛି। ଇଣ୍ଡିଆନ୍‌ ନ୍ୟୁଜ୍‌ପେପର୍ ସୋସାଇଟି (ଆଇଏନ୍‌ଏସ୍‌) ପକ୍ଷରୁ ଏହି ଦାବି କରାଯାଇଛି। ଏକ ବିବୃତି ଯୋଗେ ଆଇଏନ୍‌ଏସ୍‌ ପକ୍ଷରୁ କୁହାଯାଇଛି, ଖବରକାଗଜ ଏବଂ ପତ୍ରିକା ଆଦିର ପ୍ରକାଶକମାନେ ଭୀଷଣ ଆର୍ଥିକ ଚାପଦେଇ ଗତି କରୁଛନ୍ତି। କମ୍‌ ବିଜ୍ଞାପନ ଆୟ, ଅଧିକ ଖର୍ଚ୍ଚ ଏବଂ ଡିଜିଟାଲ କ୍ଷେତ୍ରର […]

newspaper

Subrat Kumar Nayak
  • Published: Tuesday, 09 July 2019
  • , Updated: 09 July 2019, 06:13 PM IST

ନୂଆଦିଲ୍ଲୀ: ନ୍ୟୁଜ୍‌ପ୍ରିଣ୍ଟ, ଅନ୍‌କୋଟେଡ୍‌ ପେପର ଏବଂ ଲାଇଟ୍‌ୱେଟ୍‌ କୋଟେଡ୍‌ ପେପର (ଏଲ୍‌ଡବଲ୍‌ୟୁସି) ଉପରେ କେନ୍ଦ୍ର ସରକାର ୧୦% ଉତ୍ପାଦ ଶୁଳ୍କ ଲାଗୁ କରିଥିବାରୁ ଏହାକୁ ହଟାଇବା ପାଇଁ ଦାବି ଜୋର ଧରିଛି। ଇଣ୍ଡିଆନ୍‌ ନ୍ୟୁଜ୍‌ପେପର୍ ସୋସାଇଟି (ଆଇଏନ୍‌ଏସ୍‌) ପକ୍ଷରୁ ଏହି ଦାବି କରାଯାଇଛି।

ଏକ ବିବୃତି ଯୋଗେ ଆଇଏନ୍‌ଏସ୍‌ ପକ୍ଷରୁ କୁହାଯାଇଛି, ଖବରକାଗଜ ଏବଂ ପତ୍ରିକା ଆଦିର ପ୍ରକାଶକମାନେ ଭୀଷଣ ଆର୍ଥିକ ଚାପଦେଇ ଗତି କରୁଛନ୍ତି। କମ୍‌ ବିଜ୍ଞାପନ ଆୟ, ଅଧିକ ଖର୍ଚ୍ଚ ଏବଂ ଡିଜିଟାଲ କ୍ଷେତ୍ରର ଲୋକପ୍ରିୟତା ଏହି ଆର୍ଥିକ ଚାପର କାରଣ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏହି କାରଣରୁ କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଖବରକାଗଜ ଚାଲିବା ମୁସ୍କିଲ ହୋଇପଡ଼ିଲାଣି। ଶୁଳ୍କ ବଢ଼ିବା ବୋଝ ଉପରେ ନଳିତା ବିଡ଼ା ପରି ହୋଇଛି। ଭବିଷ୍ୟତରେ ଏହା ଅନେକ ସମ୍ବାଦପତ୍ର ସଂସ୍ଥା ବନ୍ଦ ହେବାର କାରଣ ପାଲଟିବ।

ଭାରତର ମୋଟ ନ୍ୟୁଜ୍‌ପ୍ରିଣ୍ଟ ଚାହିଦା ବର୍ଷକୁ ୨୫ ଲକ୍ଷ ଟନ୍‌। ଏଥିରୁ ୧୦ଲକ୍ଷ ଟନ୍‌ ଭାରତରେ ଉତ୍ପାଦିତ ହୁଏ। ଅନ୍‌କୋଟେଡ୍‌ ବା ଗ୍ଲେଜ୍‌ଡ ଏବଂ ଏଲଡବଲୟୁସି ପେପର ଭାରତରେ ଉତ୍ପାଦନ ହୁଏନାହିଁ। ତେଣୁ ଭାରତ ସରକାର ଏହାକୁ ତୁରନ୍ତ ବିଚାର କରି ଭାରତୀୟ ଖବରକାଗଜ ଶିଳ୍ପକୁ ବୁଡ଼ିବାରୁ ରୋକିବାକୁ ଆଇଏନ୍‌ଏସ୍‌ ପକ୍ଷରୁ ଦାବି କରାଯାଇଛି। ଉତ୍ପାଦ ଶୁଳ୍କର ଅତିରିକ୍ତ ବୋଝ ଶୀଘ୍ର ପ୍ରତ୍ୟାହାର କରିବାକୁ ଆଇଏନ୍‌ଏସ୍‌ ଦାବି କରିଛି।

Related story