ରାଜ୍ୟ, କେନ୍ଦ୍ର ମଧ୍ୟରେ ଗୋଇନ୍ଦା ସୂଚନା ଆଦାନପ୍ରଦାନ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଆସୁଥିବା ବିପଦକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ରାଜ୍ୟର ଗୋଇନ୍ଦା ବିଭାଗକୁ ସଜାଗ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତି ପ୍ରତି ସଜାଗ୍‌ ରହିବା ସହ ଅପ୍‌ଡେଟ୍ ରହିହେବ ବୋଲି ସେ ଦୃଢୋକ୍ତି ପ୍ରଦାନ କରିଛନ୍ତି। ୧୦ବର୍ଷ ପରେ ହେଉଥିବା ଆନ୍ତଃରାଜ୍ୟ ପରିଷଦ ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି,“ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଆସୁଥିବା ଆଞ୍ଚକୁ […]

interstate-council

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 05:12 PM IST

ନୂଆଦିଲ୍ଲୀ: ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଆସୁଥିବା ବିପଦକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସବୁ ରାଜ୍ୟର ଗୋଇନ୍ଦା ବିଭାଗକୁ ସଜାଗ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତି ପ୍ରତି ସଜାଗ୍‌ ରହିବା ସହ ଅପ୍‌ଡେଟ୍ ରହିହେବ ବୋଲି ସେ ଦୃଢୋକ୍ତି ପ୍ରଦାନ କରିଛନ୍ତି।

୧୦ବର୍ଷ ପରେ ହେଉଥିବା ଆନ୍ତଃରାଜ୍ୟ ପରିଷଦ ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି,“ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଆସୁଥିବା ଆଞ୍ଚକୁ ଏଡାଇବା ପାଇଁ ଆମେ ସମସ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ପ୍ରସ୍ତୁତ ରହିବା ଉଚିତ।”

ସେ ଆହୁରି ମଧ୍ୟ କହିଛନ୍ତି,“କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯଦି ଗୋଇନ୍ଦା ତଥ୍ୟର ଆଦାନପ୍ରଦାନ ନ ହୁଏ ତେବେ ଆଭ୍ୟନ୍ତରୀଣ ସୁରକ୍ଷା ବୃଦ୍ଧି କରିବା ସମ୍ଭବପର ହେବ ନାହିଁ। ଆମକୁ ସବୁବେଳେ ଆଲର୍ଟ ଓ ଅପ୍‌ଡେଟ୍‌ ରହିବାକୁ ହେବ।”

ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଓ ୧୭ ଜଣ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ।  ପ୍ରଧାନମନ୍ତ୍ରୀ ହେବାର ୨ ପରେ ପ୍ରଥମ ଥର ପାଇଁ ଶ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି। ଏହି ବୈଠକରେ ଭାଗ ନେଇଥିବା ସଦସ୍ୟମାନେ ଆଭ୍ୟନ୍ତରୀଣ ସୁରକ୍ଷା ଓ ଏହାର ନିରାକରଣ ଏବଂ ରାଜ୍ୟଗୁଡିକ କିପରି କେନ୍ଦ୍ରକୁ ଓ କେନ୍ଦ୍ର ରାଜ୍ୟଗୁଡିକୁ ସହଯୋଗ କରିପାରିବ ତାହା ଆଲୋଚନା କରାଯାଇଛି।

ମୋଦି କହିଛନ୍ତି,“ଏହି ସହଯୋଗ ଫଳରେ ରାଜ୍ୟ-କେନ୍ଦ୍ରମଧ୍ୟରେ ଥିବା ସମ୍ପର୍କ ଦୃଢ ହେବା ସହ ନାଗରିକମାନଙ୍କୁ ସୁରକ୍ଷା ଯୋଗାଇ ହେବ।”

ଏହି ବୈଠକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ(ସମାଜବାଦୀ ପାର୍ଟି) ଓ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା(କଂଗ୍ରେସ) ଯୋଗ ଦେଇ ନ ଥିଲେ।

ହିଜ୍‌ବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ବୁରହାନ୍‌ ୱାନିଙ୍କ ମୃତ୍ୟୁ ପରେ ଜମ୍ମୁ କାଶ୍ମୀର ବ୍ୟାପକ ହିଂସା ଓ ଆଭ୍ୟନ୍ତରୀଣ ବିଶୃଙ୍ଖଳା କାରଣରୁ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି  ମଧ୍ୟ ଯୋଗ ଦେଇ ନ ଥିଲେ।

Related story