ଦିଲ୍ଲୀରେ ହିଂସା ପୂର୍ବରୁ ପୁଲିସକୁ ୬ ଥର ଆଲର୍ଟ କରିଥିଲା ଗୁଇନ୍ଦା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଆଳରେ ହୋଇଥିବା ହିଂସା ଘଟଣା ବାବଦରେ ଗୁଇନ୍ଦା ବିଭାଗ ଦିଲ୍ଲୀ ପୁଲିସକୁ ୬ ଥର ଆଲର୍ଟ କରିଥିଲା। ହେଲେ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିଲା। ଫେବୃଆରୀ ୨୩ରେ ବିଜେପି ନେତା କପିଳ ମିଶ୍ର ଟୁଇଟ୍ କରି ସିଏଏ ସମର୍ଥନରେ ମଉଜପୁରରେ ଏକାଠି ହେବା ପାଇଁ ଟୁଇଟ୍ କରି ଆହ୍ୱାନ କରିଥିଲେ। ସେହିଦିନ ରାତି ୧୧ଟାରେ ସିଏଏ ବିରୋଧରେ ଜାଫରାବାଦରେ ଏକାଠି ହୋଇଥିଲେ ହଜାରେରୁ ଅଧିକ ଆନ୍ଦୋଳନକାରୀ । […]

do

do

Subhransu Sekhar
  • Published: Thursday, 27 February 2020
  • Updated: 27 February 2020, 05:08 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଆଳରେ ହୋଇଥିବା ହିଂସା ଘଟଣା ବାବଦରେ ଗୁଇନ୍ଦା ବିଭାଗ ଦିଲ୍ଲୀ ପୁଲିସକୁ ୬ ଥର ଆଲର୍ଟ କରିଥିଲା। ହେଲେ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିଲା। ଫେବୃଆରୀ ୨୩ରେ ବିଜେପି ନେତା କପିଳ ମିଶ୍ର ଟୁଇଟ୍ କରି ସିଏଏ ସମର୍ଥନରେ ମଉଜପୁରରେ ଏକାଠି ହେବା ପାଇଁ ଟୁଇଟ୍ କରି ଆହ୍ୱାନ କରିଥିଲେ। ସେହିଦିନ ରାତି ୧୧ଟାରେ ସିଏଏ ବିରୋଧରେ ଜାଫରାବାଦରେ ଏକାଠି ହୋଇଥିଲେ ହଜାରେରୁ ଅଧିକ ଆନ୍ଦୋଳନକାରୀ । ତହିଁପର ଦିନ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା। ଏହି ସମସ୍ତ ଘଟଣା ବାବଦରେ ଗୁଇନ୍ଦା ବିଭାଗ ଦିଲ୍ଲୀ ପୁଲିସକୁ ଟିକିନିଖି ଆଲର୍ଟ କରିଥିଲା। ହେଲେ ହିଂସା ନିୟନ୍ତ୍ରଣ କରିବାରେ ଦିଲ୍ଲୀ ପୁଲିସ ବିଫଳ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁଇନ୍ଦା ବିଭାଗ ଓ ସ୍ୱତନ୍ତ୍ର ଶାଖା ୱେୟାରଲେସ ଜରିଆରେ ଉତ୍ତରପୂର୍ବ ଜିଲ୍ଲା ପ୍ରଶାସନ ଏବଂ ପୁଲିସ କର୍ତ୍ତୃପକ୍ଷଙ୍କୁ। କପିଳ ମିଶ୍ର ଫେବୃଆରୀ ୨୩ ଅପରାହ୍ନ ୧ଟା ୨୨ରେ ଟୁଇଟ୍ କରି ମଉଜପୁର ଛକରେ ଅପରାହ୍ନ ୩ଟା ସୁଦ୍ଧା ଏକାଠି ହେବାକୁ ଆହ୍ନାନ ଥିଲା। ସିଏଏକୁ ସମର୍ଥନ କରି ରାଲି ହେବ ବୋଲି ଟୁଇଟ୍ କରି କହିଥିଲେ କପିଳ ମିଶ୍ର। ଏହାପରେ ଗୁଇନ୍ଦା ବିଭାଗ ସ୍ଥାନୀୟ ପୁଲିସକୁ ଆଲର୍ଟ କରି ମଉଜପୁରରେ ପୁଲିସ ମୁତୟନ କରିବାକୁ କହିଥିଲା। ଏହାପରେ ସେହି ସ୍ଥାନରେ ପଥର ମାଡ଼ ଏବଂ ପ୍ରତି କଲୋନୀ ଲୋକମାନେ ଏକାଠି ହେଉଥିବାର ଆଲର୍ଟ କରିଥିଲା ଗୁଇନ୍ଦା ବିଭାଗ।

ଦିଲ୍ଲୀ ପୁଲିସ୍ ଗୁଇନ୍ଦା ବିଭାଗ ଦ୍ୱାରା ଆସିଥିବା ଆଲର୍ଟକୁ ସ୍ୱୀକାର କରିଛି। ତେବେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନିଆଯାଇଥିଲା ବୋଲି ଜଣେ ପୁଲିସ ଅଧିକାରୀ ନାମ ଗୋପନ ରଖି କହିଛନ୍ତି।

ସେହି ପୁଲିସ ଅଧିକାରୀ କହିଛନ୍ତି, ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀ ତଥା ଉତ୍ତର-ପୂର୍ବର ଡିସିପି ବେଦ ପ୍ରକାଶ ସୂର୍ଯ୍ୟଙ୍କ ଉପସ୍ଥିତିରେ କପିଳ ମିଶ୍ର ୨୩ ତାରିଖରେ କହିଥିଲେ, ‘ତିନି ଦିନ ମଧ୍ୟରେ ଜାଫରାବାଦ ଏବଂ ଚାନ୍ଦବାଗ ରାସ୍ତା ଖାଲି ହେବା ଦରକାର। ଯଦି ଦିଲ୍ଲୀ ପୁଲିସ ନକରିପାରିବ ତାହେଲେ ଆପଣଙ୍କ (ଦିଲ୍ଲୀ ପୁଲିସ) କଥା ମଧ୍ୟ ଶୁଣିବୁ ନାହିଁ। ଡିସିପିଙ୍କ ସାମ୍ନାରେ ମୁଁ କହୁଛି, ଟ୍ରମ୍ପ ଯିବା ପର୍ଯ୍ୟନ୍ତ ଆମେ ଶୁଣିବୁ ଏହାପରେ କିଛି ଶୁଣିବୁ ନାହୁଁ। ଭାରତ ମାତା କି ଜୟ, ବନ୍ଦେ ମାତରମ’।

କପିଳ ମିଶ୍ରଙ୍କ ଏହି ମନ୍ତବ୍ୟ ପରେ ଡିସିପି ପଳାଇ ଆସିଥିଲେ। ଏହାପରେ ସିଏଏ ବିରୋଧୀ ଓ ସମର୍ଥକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ୧୫ ଜଣ ଆହତ ହୋଇଥିଲେ। ପୁଲିସ ଏହାପରେ ଫ୍ଲାଗ ମାର୍ଚ୍ଚ କରିଥିଲେ ମଧ୍ୟ ସ୍ଥିତି ଉତ୍ତଜେନାମୂଳକ ରହିଥିଲା। ଜାଫରାବାଦ, ମଉଜପୁର, ଚନ୍ଦାବାଗ, ବାବରପୁର ଏବଂ କବୀର ନଗରରେ ଏହାକୁ ନେଇ ହିଂସା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos