ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ୯ ଜଣଙ୍କୁ ଗିରଫ କରିବା ସହ ବ୍ୟାପକ ପରିମାଣର ଡ୍ରଗ୍ସ ଜବତ କରି ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ର କାରବାର ପଣ୍ଡ କରିଛି। ଏହି କାରବାରର ମୋଟ ମୂଲ୍ୟ ୧୩୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।
ଶୁକ୍ରବାର ଦେଶର ସବୁଠାରୁ ଅଧିକ ପରିମାଣର ଅର୍ଥାତ ୨୦ କେଜି ଓଜନର କୋକେନ୍ ଜବତ କରାଯାଇଛି। ଏହି ରାକେଟ୍ ଦିଲ୍ଲୀଠଶରୁ ଆରମ୍ଭ କରି ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ମହାରାଷ୍ଟ୍ରଯାଏ ବ୍ୟାପିଥିଲା। ସେହିଭଳି ଦେଶ ବାହାରେ ଅଷ୍ଟ୍ରେଲିଆ, କ୍ୟାନାଡା, ଆମେରିକା, ଇଣ୍ଡୋନେସିଆ, ଶ୍ରୀଲଙ୍କା, କଲମ୍ବିଆ, ମ୍ୟାଲେସିଆ ଏବଂ ନାଇଜେରିଆ ଯାଏ ଏହା ବ୍ୟାପିଥିଲା।
ଏଥିରେ ଭାରତରୁ ୫ ଜଣ, ଜଣେ ଆମେରକୀୟ, ଜଣେ ଇଣ୍ଡୋନେସିଆ ନାଗରିକ ଏବଂ ୨ ଜଣ ନାଇଜେରିଆ ନାଗରିକ ଗିରଫ ହୋଇଛନ୍ତି। ଏହି ଗୋଷ୍ଠୀ ଭାରତକୁ ଡ୍ରଗ୍ସ ଚାଲାଣର ଡେଷ୍ଟିନେସନ୍ ଏବଂ ଟ୍ରାଞ୍ଜିଟ୍ ଭାବେ ବ୍ୟବହାର କରୁଥିଲା। ଏହି ରାକେଟ୍ ଧରାପଡ଼ିବା ପରେ ଅଷ୍ଟ୍ରେଲିଆରୁ ୫୫ କେଜିର କୋକେନ୍ ଏବଂ ୨୦୦ କେଜି ମେଥାମ୍ଫେଟାମାଇନ୍ ଜବତ କରାଯାଇଛି।