‘ଆଉ ଜଣେ ପୁଲିସ ଆତଙ୍କୀ ଲିଙ୍କରେ’

ଶ୍ରୀନଗର: ଆତଙ୍କବାଦୀ ଲିଙ୍କରେ ଜମ୍ମୁ କଶ୍ମୀରର ଆଉ ଜଣେ ପୁଲିସ୍। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ ତଦନ୍ତ ବେଳେ ଏହା କହିଛନ୍ତି। ଆତଙ୍କବାଦୀଙ୍କୁ ସହଯୋଗ କରି ନିଜେ ମଧ୍ୟ ବଡ଼ ଭୁଲ୍ କରିଛନ୍ତି ବୋଲି ସେ ଏବେ ସ୍ୱୀକାର କରିଛନ୍ତି। ଜମ୍ମୁ କଶ୍ମୀର ପୁଲିସର ଜଣେ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି, ଆତଙ୍କବାଦୀଙ୍କୁ ଜମ୍ମୁ କଶ୍ମୀର ନେଇଯିବା ପାଇଁ ଦବିନ୍ଦର ସିଂହ ୧୦ ଲକ୍ଷ ଟଙ୍କା ନେଇଥିଲେ। […]

Devinder Singh

Subhransu Sekhar
  • Published: Thursday, 16 January 2020
  • , Updated: 16 January 2020, 09:50 PM IST

ଶ୍ରୀନଗର: ଆତଙ୍କବାଦୀ ଲିଙ୍କରେ ଜମ୍ମୁ କଶ୍ମୀରର ଆଉ ଜଣେ ପୁଲିସ୍। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ ତଦନ୍ତ ବେଳେ ଏହା କହିଛନ୍ତି। ଆତଙ୍କବାଦୀଙ୍କୁ ସହଯୋଗ କରି ନିଜେ ମଧ୍ୟ ବଡ଼ ଭୁଲ୍ କରିଛନ୍ତି ବୋଲି ସେ ଏବେ ସ୍ୱୀକାର କରିଛନ୍ତି।

ଜମ୍ମୁ କଶ୍ମୀର ପୁଲିସର ଜଣେ ବ୍ୟକ୍ତି ନାମ ଗୋପନ ରଖି କହିଛନ୍ତି, ଆତଙ୍କବାଦୀଙ୍କୁ ଜମ୍ମୁ କଶ୍ମୀର ନେଇଯିବା ପାଇଁ ଦବିନ୍ଦର ସିଂହ ୧୦ ଲକ୍ଷ ଟଙ୍କା ନେଇଥିଲେ। ତଦନ୍ତକୁ ଦିଗହରା କରିବା ପାଇଁ ଆତଙ୍କୀ ଲିଙ୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ସାମିଲ୍ ରହିଥିବା କଥା କହିପାରନ୍ତି ବୋଲି ସେ କହିଛନ୍ତି।

ଗତବର୍ଷ ହିଜବୁଲର ଆତଙ୍କବାଦୀ ନବୀଦ ବାବୁକୁ ଦବିନ୍ଦର ଜମ୍ମୁ ଆଣିଥିଲେ ବୋଲି ସୂଚନା ରହିଛି। ନବୀଦ ଏଥିପାଇଁ ଦବିନ୍ଦରଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ ଏବଂ ୨ ମାସ ଜମ୍ମୁରେ ସେ ରହିଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଏମିତିକି ଡ୍ରଗ୍ସ ମାଫିଆଙ୍କ ସହିତ ଦବିନ୍ଦର ସିଂହର ଲିଙ୍କ୍ ରହିଥିବା ଜଣାପଡ଼ିଛି। ଦବିନ୍ଦର ସିଂହ ପୁଲଓ୍ୱାମା ଜିଲ୍ଲା ତ୍ରାଲ ନିବାସୀ। ହିଜବୁଲ ମୁଜାହିଦ୍ଦିନର ଗଡ଼ ତ୍ରାଲ ହୋଇଥିବାରୁ ଦବିନ୍ଦର ସିଂହ ପୁଲଓ୍ୱାମା ଆକ୍ରମଣରେ ସାମିଲ୍ ଥାଇପାରେ ବୋଲି ଏବେ ସନ୍ଦେହ କରାଯାଉଛି। ଦବିନ୍ଦର ସିଂହ ପରିବାରରେ ପତ୍ନୀଙ୍କ ସହ ଦୁଇ ପୁଅ ଝିଅ ରହିଛନ୍ତି। ବାଂଲାଦେଶରେ ଦବିନ୍ଦରର ଝିଅ ଏମବିବିଏସ ପଢ଼ୁଥିବାବେଳେ ପୁଅ ଶ୍ରୀନଗରରେ ପଢ଼ୁଛି।

Related story