ମୁନ୍ନାଭାଇ ମାର୍କା ପରୀକ୍ଷା ଦେଉ ଦେଉ ଧରାପଡିଲେ ଆଇପିଏସ୍‌ ଅଧିକାରୀ

ଚେନ୍ନାଇ: ସଞ୍ଜୟ ଦତ୍ତଙ୍କ ବହୁ ଚର୍ଚ୍ଚିତ ସିନେମା ମୁନ୍ନାଭାଇ ଏମ୍‌ବିବିଏସ୍‌ । ଏହି ଚଳଚ୍ଚିତ୍ରରେ ମୁନ୍ନଭାଇ ଚରିତ୍ରରେ ଅଭିନୟ କରିଥିବା ଦତ୍ତ ମେଡିକାଲ ପରୀକ୍ଷାରେ କପି କରିବାର ବିଭିନ୍ନ ତରିକା ଆପଣେଇ କୃତକାର୍ଯ୍ୟ ହେଉଥିବା କଥାକୁ ପ୍ରଦର୍ଶିତ କରାଯାଇଛି। ହେଲେ ବାସ୍ତବରେ ଏଭଳି ଘଟଣା ଯେ, କେତେ ଅସୁବିଧା ସୃଷ୍ଟି କରିପାରେ ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି ତାମିଲନାଡୁରେ । ୟୁପିଏସ୍‌ସି ପରୀକ୍ଷାରେ ଜଣେ ପରୀକ୍ଷାର୍ଥି ମୁନ୍ନାଭାଇଙ୍କ ଶୈଳୀ ଆପଣେଇ ପରୀକ୍ଷାରେ ନକଲ କରୁକରୁ ଧରାପଡିଛନ୍ତି […]

ips02_1509384884

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 05:59 PM IST

ଚେନ୍ନାଇ: ସଞ୍ଜୟ ଦତ୍ତଙ୍କ ବହୁ ଚର୍ଚ୍ଚିତ ସିନେମା ମୁନ୍ନାଭାଇ ଏମ୍‌ବିବିଏସ୍‌ । ଏହି ଚଳଚ୍ଚିତ୍ରରେ ମୁନ୍ନଭାଇ ଚରିତ୍ରରେ ଅଭିନୟ କରିଥିବା ଦତ୍ତ ମେଡିକାଲ ପରୀକ୍ଷାରେ କପି କରିବାର ବିଭିନ୍ନ ତରିକା ଆପଣେଇ କୃତକାର୍ଯ୍ୟ ହେଉଥିବା କଥାକୁ ପ୍ରଦର୍ଶିତ କରାଯାଇଛି। ହେଲେ ବାସ୍ତବରେ ଏଭଳି ଘଟଣା ଯେ, କେତେ ଅସୁବିଧା ସୃଷ୍ଟି କରିପାରେ ତାହାର ଏକ ପ୍ରମାଣ ଦେଖିବାକୁ ମିଳିଛି ତାମିଲନାଡୁରେ । ୟୁପିଏସ୍‌ସି ପରୀକ୍ଷାରେ ଜଣେ ପରୀକ୍ଷାର୍ଥି ମୁନ୍ନାଭାଇଙ୍କ ଶୈଳୀ ଆପଣେଇ ପରୀକ୍ଷାରେ ନକଲ କରୁକରୁ ଧରାପଡିଛନ୍ତି । ଏଥିରେ ତାଙ୍କ ପତ୍ନୀ ସହଯୋଗ କରୁଥିବା ଜଣାପଡିବା ପରେ ଉଭୟଙ୍କୁ ଗିରଫ କରାଯାଇଛି ।

ତାମିଲନାଡୁ କ୍ୟାଡର୍ର ଆଇପିଏସ୍ ଅଫିସର ସଫିର କରିମ୍ ତାମିଲନାଡୁର ପ୍ରେସିଡେନ୍ସି ସ୍କୁଲରେ ୟୁପିଏସ୍‌ସି ମେନ୍ ପରୀକ୍ଷା ଦେଉଥିଲେ । ତେବେ ନକଲ କରିବାକୁ ବ୍ଲୁ ଟୁଥ୍‌ ଥିବା ଏକ ଛୋଟ କ୍ୟାମେରା ନିଜ ସାର୍ଟ ବଟମ୍‌ରେ ସେ ଲଗାଇ ନେଇଥିଲେ । ଯାହା ଆଧାରରେ ତାଙ୍କ ପତ୍ନୀ ଜଏସି ଜଏ ତାଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଡାକୁଥିଲେ । ଏହା ଜଣାପଡିବା ପରେ ପରୀକ୍ଷକ ତୁରନ୍ତ କରିମ୍‌ଙ୍କୁ ଗିରଫ କରାଇ ନେଇଥିଲେ । ଏହି ଘଟଣାରେ ତାଙ୍କ ପତ୍ନୀଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି । ଜେରା ବେଳେ ଉଭୟ ନିଜ ଦୋଷ ସ୍ୱୀକର କରିଥିବା ଜଣାପଡିଛି ।

Related story