ଇକବାଲ ମାନିଲା, ପାକିସ୍ତାନରେ ଅଛି ଦାଉଦ: ଗତ ମାସ ମୁମ୍ବାଇ ଆସିଥିଲା ପତ୍ନୀ

ମୁମ୍ବାଇ: ଗିରଫ ହୋଇ ପୋଲିସ ହେପାଜତରେ ଥିବା ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କର ଏକ ବଡ଼ ଖୁଲାସା କରିଛି। ଗତମାସ ଦାଉଦ୍‌ର ପତ୍ନୀ ମହଜବିନ ମୁମ୍ବାଇ ଆସିଥିବା ସେ କହିଛି। ଏହାସହ ସେ କହିଛି, ଦାଉଦ ପାକିସ୍ତାନର କରାଚିରେ ରହୁଛି। ସେଠାରେ ତା’ର ୪ଟି ଘର ଅଛି। ୨୦୧୬ରେ ଜଣେ ବିଲଡରକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏଥିରେ ୪ଟି ଫ୍ଲାଟ୍‌ ପାଇଁ ବଟି ମଗାଯାଇଥିଲା। ଭୟରେ ବିଲଡର ଜଣଙ୍କ ଥାନାରେ ମାମଲା ରୁଜୁ […]

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 03:38 PM IST

ମୁମ୍ବାଇ: ଗିରଫ ହୋଇ ପୋଲିସ ହେପାଜତରେ ଥିବା ମୋଷ୍ଟ ୱାଣ୍ଟେଡ ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କର ଏକ ବଡ଼ ଖୁଲାସା କରିଛି। ଗତମାସ ଦାଉଦ୍‌ର ପତ୍ନୀ ମହଜବିନ ମୁମ୍ବାଇ ଆସିଥିବା ସେ କହିଛି। ଏହାସହ ସେ କହିଛି, ଦାଉଦ ପାକିସ୍ତାନର କରାଚିରେ ରହୁଛି। ସେଠାରେ ତା’ର ୪ଟି ଘର ଅଛି।

୨୦୧୬ରେ ଜଣେ ବିଲଡରକୁ ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏଥିରେ ୪ଟି ଫ୍ଲାଟ୍‌ ପାଇଁ ବଟି ମଗାଯାଇଥିଲା। ଭୟରେ ବିଲଡର ଜଣଙ୍କ ଥାନାରେ ମାମଲା ରୁଜୁ କରି ନଥିଲେ। ହେଲେ ଦାଦାବଟି ଆଦାୟ ବିରୋଧରେ କାମ କରୁଥିବା ଥାଣେ କ୍ରାଇମ୍‌ବ୍ରାଞ୍ଜ ସେଲ୍‌ ଯାଞ୍ଚ କରିବା ବେଳେ ଏହି ଘଟଣା ଜଣାପଡିଥିଲା। ଏହାପରେ ଇକବାଲ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ଇକବାଲକୁ ଥାଣେ କ୍ରାଇମବ୍ରାଞ୍ଚ ଗିରଫ କରିଛି।

Related story