ଆୟର୍ଲ୍ୟାଣ୍ଡରେ ମେଣ୍ଟ ସରକାର, ମାଇକେଲ୍ ମାର୍ଟିନ୍ ନୂଆ ପ୍ରଧାନମନ୍ତ୍ରୀ

ଡବଲିନ୍: ଆୟର୍ଲ୍ୟାଣ୍ଡରେ ବଦଳିଲା ସରକାର। ଦୀର୍ଘ ୪ ମାସ ପରେ ଦେଶରେ ସରକାର ଗଢ଼ିବା ନେଇ ଯେଉଁ ଅସ୍ଥିରତା ଲାଗି ରହିଥିଲା ସେଥିରେ ଯବନିକା ପଡ଼ିଛି। ବିରୋଧୀ ଦଳର ନେତା ମିଚେଲ୍ ମାର୍ଟିନ୍ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଏ ନେଇ ଘୋଷଣା ହୋଇଛି। ଶନିବାର ଆୟର୍ଲ୍ୟାଣ୍ଡ ସଂସଦର ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଭୋଟିଂ ହୋଇଥିଲା। ମାର୍ଟିନଙ୍କ ସପକ୍ଷରେ ୯୩ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୬୩ଟି ଭୋଟ୍ ପଡ଼ିଥିଲା। […]

Michael-Martin

Michael-Martin

Subhransu Sekhar
  • Published: Sunday, 28 June 2020
  • Updated: 28 June 2020, 05:07 PM IST

Sports

Latest News

ଡବଲିନ୍: ଆୟର୍ଲ୍ୟାଣ୍ଡରେ ବଦଳିଲା ସରକାର। ଦୀର୍ଘ ୪ ମାସ ପରେ ଦେଶରେ ସରକାର ଗଢ଼ିବା ନେଇ ଯେଉଁ ଅସ୍ଥିରତା ଲାଗି ରହିଥିଲା ସେଥିରେ ଯବନିକା ପଡ଼ିଛି। ବିରୋଧୀ ଦଳର ନେତା ମିଚେଲ୍ ମାର୍ଟିନ୍ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର ଏ ନେଇ ଘୋଷଣା ହୋଇଛି। ଶନିବାର ଆୟର୍ଲ୍ୟାଣ୍ଡ ସଂସଦର ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଭୋଟିଂ ହୋଇଥିଲା। ମାର୍ଟିନଙ୍କ ସପକ୍ଷରେ ୯୩ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୬୩ଟି ଭୋଟ୍ ପଡ଼ିଥିଲା। ୩ ଜଣ ସାଂସଦ ଭୋଟ ପ୍ରକ୍ରିୟାରେ ସାମିଲ୍ ହୋଇନଥିବା ଜଣାପଡ଼ିଛି।

ଏବେ ମାର୍ଟିନ୍ ଆୟର୍ଲ୍ୟାଣ୍ଡରେ ମେଣ୍ଟ ସରକାର ଚଳାଇବେ। ଏହି ମେଣ୍ଟରେ ମାର୍ଟିନଙ୍କ ଦ୍ୱାରା ନେତୃତ୍ୱାଧୀନ ଫିଆନା ଫେଲ୍, ଫାଇନ ଗେଲ ଏବଂ ଗ୍ରୀନ୍ ପାର୍ଟି ରହିଛନ୍ତି। ଏହି ତିନି ଦଳର ସାଂସଦଙ୍କ ସଂଖ୍ୟା ୮୪ ରହିଛି। ସେହିପରି ଆଉ ୯ ଜଣ ସାଂସଦ ମଧ୍ୟ ବାହାରୁ ସମର୍ଥନ ଦେଇଥିବା ସୂଚନା ରହିଛି।

ଆୟର୍ଲ୍ୟାଣ୍ଡରେ ଫେବୃଆରୀ ମାସରେ ନିର୍ବାଚନ ହୋଇଥିଲା। ତେବେ କୌଣସି ଦଳ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିପାରିନଥିଲେ। ଏହାପରେ ଶାସକ ଦଳ ଫିନେ ଗଏଲେ ପାର୍ଟିର ମୁଖ୍ୟ ଲିଓ ଭରଦକାର ପ୍ରଧାନମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ତେବେ ଦେଶରେ ସରକାର ଗଢ଼ିବା ପାଇଁ କୌଣସି ଦଳ ଦାବି ନକରିବାରୁ କାମଚଳା ପ୍ରଧାନମନ୍ତ୍ରୀ ଭାବରେ ଲିଓ ଦାୟିତ୍ୱରେ ଥିଲେ। ତେବେ ମାର୍ଟିନଙ୍କ ନେତୃତ୍ୱରେ ତିନି ଦଳ ମେଣ୍ଟ କରିବା ପରେ ଦେଶରେ ନୂଆ ସରକାର ଗଠନ ହୋଇଛି।

ମାର୍ଟିନ୍ ହେଉଛନ୍ତି ଆୟର୍ଲ୍ୟାଣ୍ଡର ପୂର୍ବତନ ବକ୍ସର ପ୍ୟାଡି ମାର୍ଟିନଙ୍କ ପୁଅ। ରାଜନୀତିରେ ପାଦ ଥାପିବା ପୂର୍ବରୁ ମାର୍ଟିନ୍ ଶିକ୍ଷକ ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos