ନୂଆଦିଲ୍ଲୀ: ବର୍ତ୍ତମାନ କରୋନାରେ କିଛି ଜୀବନ ଯିବାକୁ ଥିବାବେଳେ ଏଥିପାଇଁ କରାଯାଉଥିବା ଲକ୍ଡାଉନ୍ ପରି କଟକଣା କାରଣରୁ ବେକାରୀ ବୃଦ୍ଧି ପାଇବ। ଏହି କାରଣରୁ ମଧ୍ୟ ବୃତ୍ୟୁ ହେବାର ଆଶଙ୍କା ଥିବା କଥା କହି ବିଶିଷ୍ଟ ଲେଖକ ଗୁରୁଚରଣ ଦାସ କହିଛନ୍ତି ସରକାର ବର୍ତ୍ତମାନ ସଙ୍କଟରେ ଅଛନ୍ତି।
ସେ କହିଛନ୍ତି, “ରୋଗ ପାଇଁ ୧୦୦ ବଞ୍ଚାଇଦେଲେ ବି ପରେ ବେକାରୀରେ ୨୦୦ ଜୀବନ ଯିବ। କିନ୍ତୁ ମୁଁ ବ୍ୟକ୍ତିଗତ ଭାବେ ଚିନ୍ତା କରିବି, ଯଦି ମୋ ପୁଅ କୋଭିଡ୍-୧୯ରେ ମରିବାର ଥିବ ମୁଁ କ’ଣ ମରିବାକୁ ଛାଡ଼ିଦେବି? ମୁଁ ଭବିଷ୍ୟତ ଜୀବନ ବଦଳରେ ବର୍ତ୍ତମାନ ଜୀବନ ବାବଦରେ ଚିନ୍ତା କରିବି।”
ମହାଭାରତର ଉଦାହରଣ ଦେଇ ସେ କହିଥିଲେ, “ବିଦୁର ଥରେ କହିଥିଲେ ଗୋଟିଏ ଗାଁ ବଞ୍ଚାଇବା ପାଇଁ ମୁଁ ଜଣେ ବ୍ୟକ୍ତିର ବଳିଦାନ ଦେଇପାରିବି। ବର୍ତ୍ତମାନ ମଧ୍ୟ ସେଭଳି ଧର୍ମ ସଙ୍କଟ ଆସିଛି। ଉଭୟ ଦିଗରୁ ତୁମେ ହାରୁଛ।” ସେ ଅନ୍ୟ ଏକ ଉଦାହରଣ ଦେଇ କହିଥିଲେ, ବିହାରରୁ ଆସିଥିବା ଜଣେ ଶ୍ରମିକ କହିଥିଲେ ଯଦି ତାଙ୍କୁ କରୋନା ମାରିବନି ଭୋକ ମାରିଦେବ।
ଳଗାତାର ଲକ୍ଡାଉନ୍ ଏପରି ସମସ୍ୟା ସୃଷ୍ଟି କରିବ ବୋଲି କହିବା ସହ ଶ୍ରୀ ଦାସ କହିଛନ୍ତି, କିଛି କୋଟି ଲୋକ ଯଦି ପ୍ରାଣ ହରାଇବେ ଦେଶ ବହୁ ପଛକୁ ଚାଲିଯିବ। ରୋଗଠାରୁ ଏହି ସଙ୍କଟ କ’ଣ ଆହୁରି କଦର୍ଯ୍ୟ ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ମୁଁ ହେଇଥିଲେ ଭାରତରେ ବୟସ୍କ ଲୋକଙ୍କ ପାଇଁ ଳକ୍ଡାଉନ୍ କରିଥା’ନ୍ତି ଏବଂ ୫ ଜଣଠାରୁ ଅଧିକ ଏକାଠି ହେବାକୁ ଦେଇନଥା’ନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।