ଆଇଏସ ହମଲାକୁ ପଣ୍ଡ କଲା ମାଲେସିଆ ପୋଲିସ: ଦୁଇ ଗିରଫ

କୁଆଲାଲମ୍ପୁର: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ମାଲେସିଆରେ ଆକ୍ରମଣ କରିବାରକୁ ଯୋଜନା କରିଥିଲା। ତେବେ ଠିକ୍ ସମୟରେ ସୂଚନା ପାଇ ଆଇଏସର ଏଭଳି ଯୋଜନାକୁ ପଣ୍ଡ କରି ଦେଇଛି ମାଲେସିଆ ପୋଲିସ। ଆଉ ଏନେଇ ଦୁଇଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହିଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଜୁଲାଇ ୨ ତାରିଖରେ ଓ ଅନ୍ୟ ଜଣଙ୍କୁ ଜୁଳାଇ ୭ ତାରିଖରେ ପୋଲିସ ଗିରଫ କରିଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି […]

isis

Rakesh Mallick
  • Published: Thursday, 09 July 2015
  • , Updated: 04 May 2017, 03:45 PM IST

କୁଆଲାଲମ୍ପୁର: ଇରାକ ଓ ସିରିଆରେ ସଂହାରଲୀଳା ଚଳାଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ(ଆଇଏସ) ମାଲେସିଆରେ ଆକ୍ରମଣ କରିବାରକୁ ଯୋଜନା କରିଥିଲା। ତେବେ ଠିକ୍ ସମୟରେ ସୂଚନା ପାଇ ଆଇଏସର ଏଭଳି ଯୋଜନାକୁ ପଣ୍ଡ କରି ଦେଇଛି ମାଲେସିଆ ପୋଲିସ। ଆଉ ଏନେଇ ଦୁଇଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହିଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଜୁଲାଇ ୨ ତାରିଖରେ ଓ ଅନ୍ୟ ଜଣଙ୍କୁ ଜୁଳାଇ ୭ ତାରିଖରେ ପୋଲିସ ଗିରଫ କରିଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୨୦୧୨ରୁ ଆଇଏସର ଆଦର୍ଶରେ ପ୍ରଭାବିତ ହୋଇଥିଲା। ଆଉ ଆଇଏସରେ ସାମିଲ କିଛି ୟୁରୋପୀୟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା। ଏପରିକି ସେ ଅହମ୍ମଦ ଇଫେଣ୍ଡି ମାନଫର ନିକଟତର ଥିଲା। ଅହମ୍ମଦ ଜଣେ ଆତ୍ମଘାତୀ ଆତଙ୍କୀ ଥିଲା ଓ ଗତବର୍ଷ ସେ ନିହତ ହୋଇଥିଲା। ସେହିପରି ଦ୍ୱିତୀୟ ଗିରଫ ସନ୍ଦିଗ୍ଧ ଜଣଙ୍କ ୨୦୧୪ରେ ସିରିଆ ଯାଇଥିଲା। ସେହିବର୍ଷ ଅଗଷ୍ଟ ମାସରେ ପୁଣି ମାଲେସିଆ ଫେରି ଆସିଥିଲା। ସିରିଆରେ ଏକ ସଂଘର୍ଷରେ ଆହତ ପରେ ସେ ମାଲେସିଆ ଫେରି ଆସିଥିଲା। ଗିରଫ ଦୁଇ ଜଣ ଯାକ ସନ୍ଦିଗ୍ଧ ବିଶେଷ କରି ଏଣ୍ଟରଟେନମେଣ୍ଟ ଆଉଟଲେଟ୍ ଗୁଡିକରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ।

Related story