ଆଇଏସ୍ କବଳରୁ ମୁକ୍ତ ୨ ଭାରତୀୟ ତ୍ରିପେଲି ଦୂତାବାସରେ ପହଞ୍ଚିଲେ

ଲିବିୟା: ଆଇଏସ୍ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୪ ଭାରତୀୟଙ୍କ ମଧ୍ୟରୁ ୨ ଜଣ ମୁକ୍ତ ହୋଇଛନ୍ତି। ମୁକ୍ତ ହୋଇଥିବା ଦୁଇ  ଭାରତୀୟ ହେଲେ ବିଜୟ କୁମାର ଓ ଲକ୍ଷ୍ମୀକାନ୍ତ। ସେମାନେ ଲିବିୟା ରାଜଧାନୀ ତ୍ରିପେଲିର ଭାରତୀୟ ଦୂତାବସାରେ ପହଞ୍ଚିଛନ୍ତି। ସୋମବାର ସେମାନେ ଟ୍ୟୁନିସକୁ ଯିବେ । ଭାରତ ସରକାରଙ୍କ ତରଫରୁ ଆଉ ୨ ଭାରତୀୟଙ୍କୁ ଆଇଏସ୍ ଆତଙ୍କୀଙ୍କ କବଳରୁ ମୁକ୍ତ କରିବା ପାଇଁ ଚେଷ୍ଟା ଚାଲିଛି। ସୂଚନାଯୋଗ୍ୟ, ଗତ ଜୁଲାଇ ୨୯ ତାରିଖରେ ତ୍ରିପେଲି ଓ […]

isis

Rakesh Mallick
  • Published: Sunday, 02 August 2015
  • , Updated: 04 May 2017, 03:45 PM IST

ଲିବିୟା: ଆଇଏସ୍ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୪ ଭାରତୀୟଙ୍କ ମଧ୍ୟରୁ ୨ ଜଣ ମୁକ୍ତ ହୋଇଛନ୍ତି। ମୁକ୍ତ ହୋଇଥିବା ଦୁଇ  ଭାରତୀୟ ହେଲେ ବିଜୟ କୁମାର ଓ ଲକ୍ଷ୍ମୀକାନ୍ତ। ସେମାନେ ଲିବିୟା ରାଜଧାନୀ ତ୍ରିପେଲିର ଭାରତୀୟ ଦୂତାବସାରେ ପହଞ୍ଚିଛନ୍ତି। ସୋମବାର ସେମାନେ ଟ୍ୟୁନିସକୁ ଯିବେ ।

ଭାରତ ସରକାରଙ୍କ ତରଫରୁ ଆଉ ୨ ଭାରତୀୟଙ୍କୁ ଆଇଏସ୍ ଆତଙ୍କୀଙ୍କ କବଳରୁ ମୁକ୍ତ କରିବା ପାଇଁ ଚେଷ୍ଟା ଚାଲିଛି।

ସୂଚନାଯୋଗ୍ୟ, ଗତ ଜୁଲାଇ ୨୯ ତାରିଖରେ ତ୍ରିପେଲି ଓ ଟ୍ୟୁନିସରୁ ଭାରତ ଫେରୁଥିବା ବସକୁ ଆତଙ୍କୀମାନେ ବନ୍ଧକ ରହିଥିଲେ। ସେଥିରେ ୪ ଜଣ ଭାରତୀୟ ଥିଲେ। ମୁକ୍ତ ହୋଇଥିବା ୨ ଭାରତୀୟ ପେଶାରେ ଶିକ୍ଷକ ଓ କର୍ଣ୍ଣାଟକର । ମୁକ୍ତ ପରେ ସେମାନେ ସୁରକ୍ଷିତ ଥିବା ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Related story