ଆଇଏସ୍ ଟାର୍ଗେଟରେ ଭାରତ ଏବଂ ବାଂଲାଦେଶ

ନୂଆଦିଲ୍ଲୀ: ଅବୁ ମହମ୍ମଦ ଅଲ୍–ବେଙ୍ଗଲିକୁ ‘ବେଙ୍ଗଲ’ର ମୁଖିଆ ଘୋଷଣା କରିବା ସହ ଭାରତ ଏବଂ ବାଂଲାଦେଶରେ ବିସ୍ଫୋରଣ ପାଇଁ ଧମକାଇଛି ଇସଲାମିକ୍ ଷ୍ଟେଟ୍। ହିନ୍ଦୀ, ଇଂରାଜୀ ଏବଂ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ କୁହାଯାଇଛି, ‘ଯଦି ତୁମେ ଭାବୁଛ ବେଙ୍ଗଲ ଏବଂ ହିନ୍ଦରେ ଆମ ଲୋକଙ୍କୁ ଚୁପ୍ କରାଇ ଦେଇଛ, ତାହାଲେ ଶୁଣିନିଅ ଆମେ କେବେ ମଧ୍ୟ ଚୁପ୍ ରହିଯିବୁନି। ପ୍ରତିଶୋଧର ଶୋଷ କେବେ ମଧ୍ୟ ଦୂରେଇ ଯିବନି।’ ଏହି ଧମକ ଆସିବାର ଦୁଇ ଦିନ […]

isis

isis

Subrat Kumar Nayak
  • Published: Wednesday, 01 May 2019
  • Updated: 01 May 2019, 01:54 PM IST

Sports

Latest News

ନୂଆଦିଲ୍ଲୀ: ଅବୁ ମହମ୍ମଦ ଅଲ୍–ବେଙ୍ଗଲିକୁ 'ବେଙ୍ଗଲ'ର ମୁଖିଆ ଘୋଷଣା କରିବା ସହ ଭାରତ ଏବଂ ବାଂଲାଦେଶରେ ବିସ୍ଫୋରଣ ପାଇଁ ଧମକାଇଛି ଇସଲାମିକ୍ ଷ୍ଟେଟ୍। ହିନ୍ଦୀ, ଇଂରାଜୀ ଏବଂ ବଙ୍ଗଳା ଭାଷାରେ ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ କୁହାଯାଇଛି, 'ଯଦି ତୁମେ ଭାବୁଛ ବେଙ୍ଗଲ ଏବଂ ହିନ୍ଦରେ ଆମ ଲୋକଙ୍କୁ ଚୁପ୍ କରାଇ ଦେଇଛ, ତାହାଲେ ଶୁଣିନିଅ ଆମେ କେବେ ମଧ୍ୟ ଚୁପ୍ ରହିଯିବୁନି। ପ୍ରତିଶୋଧର ଶୋଷ କେବେ ମଧ୍ୟ ଦୂରେଇ ଯିବନି।'

ଏହି ଧମକ ଆସିବାର ଦୁଇ ଦିନ ଆଗରୁ ବାଂଲାଦେଶର ଢାକାଠାରେ ଏକ ବିସ୍ଫୋରଣ ଘଟିସାରିଛି। ଗତ ସୋମବାର ଘଟିଥିବା ଏହି ବିସ୍ଫୋରଣରେ ଯଦିଓ କେହି ମୃତାହତ ନଥିଲେ, ଏହା ଜରିଆରେ କିନ୍ତୁ ଆଇଏସ୍ ନିଜର ଉପସ୍ଥିତି ଜଣାଇସାରିଛି। ଏହାପରେ ଆଇଏସ୍ ପକ୍ଷରୁ ଏହାର ମୁଖ୍ୟ ବାଗଦାଦି ରିଲିଜ୍ କରିଥିବା ଭାଷଣର ବଙ୍ଗାଳୀ ଅନୁବାଦ ସହିତ ଢାକା ଆକ୍ରମଣ ବାବଦରେ ମଧ୍ୟ ବଙ୍ଗଳା ଭାଷାରେ ବିବୃତି ଜାରି କରିଥିଲା।

ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ଭବିଷ୍ୟତରେ ଯେପରି କୌଣସି ଘଟଣାକୁ ଏଡ଼ାଇ ହେବ ଭାରତୀୟ ଗୁଇନ୍ଦା ଏହି ପ୍ରସଙ୍ଗ ଉପରେ କଡ଼ା ନଜର ରଖିଛି। ପୂର୍ବରୁ ବାଂଲାଦେଶ ସୀମାରେ ଅନୁପ୍ରବେଶ ମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଆଇଏସ୍ ହଠାତ ସକ୍ରିୟ ହେବା ପୂର୍ବ ଭାରତରେ ନୂଆ ବିପଦ ଆରମ୍ଭ ହେବା ପରି ହୋଇଛି। ଏପରିକି ଗତ ଗୁରୁବାର ବଙ୍ଗଳା ଭାଷାରେ ''ଶୀଘ୍ରୋଇ ଆସଛେ, ଇନସାଲ୍ଲା' ଲେଖା ଏକ ପୋଷ୍ଟର ଏହି ସନ୍ଦେହକୁ ଦୃଢ଼ୀଭୂତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos