ରାଜ୍ୟର ଲକଡାଉନ ଠାରୁ କେନ୍ଦ୍ରର ଲକଡାଉନ କେଉଁଭଳି ଭିନ୍ନ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି କେନ୍ଦ୍ର ପୂର୍ବରୁ ଓଡ଼ିଶା ସମସ୍ତେ ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକ ଲକଡାଉନକୁ ଏପ୍ରିଏ ୩୦ ଯାଏ ବୃଦ୍ଧି କରିଛନ୍ତି। ଏହାପରେ ବି କେନ୍ଦ୍ର ସରକାର ୨୧ ଦିନିଆ ଲକଡାଉନକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଯଦି ରାଜ୍ୟଗୁଡ଼ିକ ନିଜ ନିଜ ଅଞ୍ଚଳରେ ଲକଡାଉନ ଅବଧି ବୃଦ୍ଧି କରୁଛନ୍ତି, ତା’ହେଲେ ଦେଶବ୍ୟାପୀ ପୁଣି କାହିଁକି ଲକଡାଉନ ହେଉଛି? କ’ଣ କେନ୍ଦ୍ରର […]

bz

bz

Hemant Lenka
  • Published: Monday, 13 April 2020
  • Updated: 13 April 2020, 03:52 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି କେନ୍ଦ୍ର ପୂର୍ବରୁ ଓଡ଼ିଶା ସମସ୍ତେ ପଞ୍ଜାବ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକ ଲକଡାଉନକୁ ଏପ୍ରିଏ ୩୦ ଯାଏ ବୃଦ୍ଧି କରିଛନ୍ତି। ଏହାପରେ ବି କେନ୍ଦ୍ର ସରକାର ୨୧ ଦିନିଆ ଲକଡାଉନକୁ ଆଉ ୨ ସପ୍ତାହ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଯଦି ରାଜ୍ୟଗୁଡ଼ିକ ନିଜ ନିଜ ଅଞ୍ଚଳରେ ଲକଡାଉନ ଅବଧି ବୃଦ୍ଧି କରୁଛନ୍ତି, ତା’ହେଲେ ଦେଶବ୍ୟାପୀ ପୁଣି କାହିଁକି ଲକଡାଉନ ହେଉଛି? କ’ଣ କେନ୍ଦ୍ରର ଲକଡାଉନ ରାଜ୍ୟର ଲକଡାଉନ ଠାରୁ ଭିନ୍ନ କି?

ରାଜ୍ୟ ଲକଡାଉନ କ’ଣ: ସମ୍ବିଧାନ ଅନୁସାରେ ଆଇନ ଶୃଙ୍ଖଳା ଓ ଲୋକଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବେ। ଏହାର ଅର୍ଥ ଏହି ଦୁଇ ପ୍ରସଙ୍ଗରେ ରାଜ୍ୟ ସରକାରମାନେ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇପାରିବେ। ସେହିପରି ସଂକ୍ରମିତ ରୋଗ ଆଇନ ୧୮୯୭ ଅନୁଯାୟୀ, ରାଜ୍ୟମାନେ ଲକଡାଉନକୁ ବୃଦ୍ଧି କରିପାରିବେ। ରୋଗ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ ଅସ୍ଥାୟୀ ନିୟମ ମଧ୍ୟ ପ୍ରଣୟନ କରିପାରିବେ।

କେନ୍ଦ୍ରର ଲକଡାଉନ: ରାଜ୍ୟମାନେ ଜାରି କରୁଥିବା ଲକଡାଉନରେ ବ୍ୟତିକ୍ରମ ଦେଖାଯିବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ ଜାରି କରିଛନ୍ତି। ମାର୍ଚ୍ଚ ୨୪ରେ ମଧ୍ୟ ସେହି କାରଣ ପାଇଁ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ। କାରଣ ଏହା ପୂର୍ବରୁ ଏକାଧିକ ରାଜ୍ୟ କରୋନାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରିଥିଲେ। ଏହା ସତ୍ତ୍ୱେ ବି ମୋଦି ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ।

କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଅଧିକାରୀ(ଏନଡିଏମଏ) ଜରିଆରେ ଲକଡାଉନ ନିର୍ଦ୍ଦେଶ ଦିଅନ୍ତି। ଏହି ଏନଡିଏମଏର ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ର ସେକସନ ୬(୨)(i) ଅନୁସାରେ ଲକଡାଉନ ଜାରି କରିବାର ପ୍ରାବଧାନ ରହିଛି। ଏନଡିଏମଏର ନିର୍ଦ୍ଦେଶକ୍ରମେ ଓ ଏଥିରେ ସହଯୋଗ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବିପର୍ଯ୍ୟୟ ପ୍ରଶମନ ଆଇନର ସେକସନ ୧୦(୨)(I) ଅନୁସାରେ ୨୧ ଦିନିଆ ଲକଡାଉନ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏବେ ଏହାର ଅବଧି ମଧ୍ୟ ଏହି ନିୟମ ଅନୁସାରେ ବୃଦ୍ଧି ପାଇବ।

ବିଶେଷଜ୍ଞଙ୍କ ମତରେ କେନ୍ଦ୍ର ସରକାର ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ରାଜ୍ୟଗୁଡ଼ିକ ସହ ଆଲୋଚନା କରିଥାଆନ୍ତି। ହେଲେ କେନ୍ଦ୍ର ସରକାର ଲାଗୁ କରୁଥିବା ଲକଡାଉନକୁ ରାଜ୍ୟମାନେ ପାଳନ କରିବାକୁ ବାଧ୍ୟ। ଧାରା ୨୫୪ ଅନୁଯାୟୀ, ଯଦି ଗୋଟିଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଆଇନ ପ୍ରଣୟନ କରିଥାଆନ୍ତି, ତା’ହେଲେ ଏଠାରେ କେନ୍ଦ୍ର ପ୍ରଣୟନ କରିଥିବା ଆଇନ ଅଧିକ ଗୁରୁତ୍ୱ ବହନ କରିବ।

ସେହିପରି ରାଷ୍ଟ୍ରପତିଙ୍କ ପାଖରେ ଜରୁରୀ କାଳୀନ କ୍ଷମତା ରହିଛି, ଏହା ଦ୍ୱାରା ସେ କେନ୍ଦ୍ରର ଆଇନକୁ ପାଳନ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇପାରିବେ। ରାଜ୍ୟମାନେ ନିଜର ଲକଡାଉନ ଲାଗୁ କରିପାରିବେ। ହେଲେ ରାଜ୍ୟ କେବେ ହେଲେ କେନ୍ଦ୍ରର ନିୟମକୁ ଅମାନ୍ୟ କରିପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story