ମୋଦିଙ୍କ ହାତରେ ତ୍ରିରଙ୍ଗାର ରାକ୍ଷୀ ବାନ୍ଧିବେ ଏହି ମୁସଲିମ ମହିଳା

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟ୍ରିପଲ ତଲାକ ବିରୋଧରେ ଲଢ଼େଇ କରୁଥିବା ଇସରତ ଜାହାନ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ସହ ସ୍ୱାଧୀନତା ଦିବସ। ତେଣୁ ଏହି ଅବସରରେ ଇସରତ ତ୍ରିରଙ୍ଗାରେ ପ୍ରସ୍ତୁତ ହୋଇଥିବା ଏକ ରାକ୍ଷୀ ମୋଦିଙ୍କ ହାତରେ ବାନ୍ଧିବେ। ଏଥିପାଇଁ ସେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ମୁଁ ପାଇବି ବୋଲି କେବେ […]

ngr

Hemant Lenka
  • Published: Wednesday, 14 August 2019
  • , Updated: 14 August 2019, 05:57 PM IST

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟ୍ରିପଲ ତଲାକ ବିରୋଧରେ ଲଢ଼େଇ କରୁଥିବା ଇସରତ ଜାହାନ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ ବୋଲି ଜଣାପଡ଼ିଛି।

ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା ସହ ସ୍ୱାଧୀନତା ଦିବସ। ତେଣୁ ଏହି ଅବସରରେ ଇସରତ ତ୍ରିରଙ୍ଗାରେ ପ୍ରସ୍ତୁତ ହୋଇଥିବା ଏକ ରାକ୍ଷୀ ମୋଦିଙ୍କ ହାତରେ ବାନ୍ଧିବେ। ଏଥିପାଇଁ ସେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି।

ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ମୁଁ ପାଇବି ବୋଲି କେବେ ଭାବିନଥିଲି। ଜାତୀୟ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ମୋତେ ଡାକି ପ୍ରଥମେ ଏହି ସୂଚନା ଦେଇଥିଲେ। ମୁଁ ଏବେ ବହୁତ ଖୁସି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ସହ ତାଙ୍କ ହାତରେ ରାକ୍ଷୀ ବାନ୍ଧିବାର ସୁଯୋଗ ପାଇଛି।

ମୁଁ ଏକଥା ସର୍ବଦା ଭାବୁଥିଲି। ହେଲେ ଏବେ ମୋ ସ୍ୱପ୍ନ ସାକାର ହେବାକୁ ଯାଇଛି। ଆସନ୍ତାକାଲି ସ୍ୱାଧୀନତା ଦିବସ। ତେଣୁ ଏହି ଅବସରରେ ମୁଁ ତ୍ରିରଙ୍ଗାରେ ତିଆରି ହୋଇଥିବା ରାକ୍ଷୀ ମୋଦିଙ୍କ ହାତରେ ବାନ୍ଧିବି।”

Related story