ଆଇଏସ୍‌ ଆତଙ୍କୀକୁ ଗୁଳିରେ ଉଡ଼ାଇଲେ

ଶ୍ରୀନଗର: କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ ପୁଣିଥରେ ଭାରତରେ ତା’ର କାୟା ବିସ୍ତାର କରିବାକୁ ଚେଷ୍ଟା କରିଛି। ଏହି ସଂଗଠନ ପାଇଁ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ଜଣେ ଆତଙ୍କବାଦୀ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ତା’ ନାଁ ଇଶଫାକ ଅହମ୍ମଦ ସୋଫି ଓରଫ ଉମର। ତା’ ଘର ସୋପୋର ଜିଲ୍ଲାରେ। ଆଇଏସ୍‌ ଏଠାରେ ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଜମ୍ମୁ-କଶ୍ମୀର ନାଁରେ ଏକ ଶାଖା ଚଳାଉଛି। ଦକ୍ଷିଣ କଶ୍ମୀରର ସୋପିଆନ୍‌ର ରାମ ନଗରୀ ଅଞ୍ଚଳରେ ସୋଫି ଲୁଚିଥିବା […]

y

Hemant Lenka
  • Published: Saturday, 11 May 2019
  • , Updated: 11 May 2019, 05:04 PM IST

ଶ୍ରୀନଗର: କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍‌ ପୁଣିଥରେ ଭାରତରେ ତା’ର କାୟା ବିସ୍ତାର କରିବାକୁ ଚେଷ୍ଟା କରିଛି। ଏହି ସଂଗଠନ ପାଇଁ ଜମ୍ମୁ-କଶ୍ମୀରରେ କାର୍ଯ୍ୟ କରୁଥିବା ଜଣେ ଆତଙ୍କବାଦୀ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି। ତା’ ନାଁ ଇଶଫାକ ଅହମ୍ମଦ ସୋଫି ଓରଫ ଉମର। ତା’ ଘର ସୋପୋର ଜିଲ୍ଲାରେ। ଆଇଏସ୍‌ ଏଠାରେ ଇସ୍‌ଲାମିକ ଷ୍ଟେଟ୍‌ ଅଫ୍‌ ଜମ୍ମୁ-କଶ୍ମୀର ନାଁରେ ଏକ ଶାଖା ଚଳାଉଛି।

ଦକ୍ଷିଣ କଶ୍ମୀରର ସୋପିଆନ୍‌ର ରାମ ନଗରୀ ଅଞ୍ଚଳରେ ସୋଫି ଲୁଚିଥିବା ଖବର ମିଳିଥିଲା। ତାକୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଥିଲା। ଏହି ସମୟରେ ସୋଫି ପ୍ରଥମେ ଗୁଳି ଚଳାଇଥିଲା। ଫଳରେ ସୁରକ୍ଷାକର୍ମୀ ଓ ସୋଫି ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସୋଫି ନିହତ ହୋଇଛି। ମୃତଦେହ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।

Related story