ଇସ୍ରାଏଲ ବିକଶିତ କଲା କରୋନା ପ୍ରତିଷେଧକ, ଖୁବଶୀଘ୍ର ଘୋଷଣା!

ଜେରୁଜେଲମ: କିଲର କରୋନା ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷିତ ହୋଇଛି। ଅନେକ ଦେଶର ବୈଜ୍ଞାନିକ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି। ଏହାରି ଭିତରେ କରୋନା (କୋଭିଡ – ୧୯)ର ପ୍ରତିଷେଧକ ଟୀକା ବିକଶିତ କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିର୍ଦ୍ଦଶକ୍ରମେ ଇସ୍ରାଏଲର ବୈଜ୍ଞାନିକ କରୋନାର ପ୍ରତିଷେଧକ ଟୀକା ବିକାଶ କରିଛନ୍ତି। ଖୁବଶୀଘ୍ର ଏ ବାବଦରେ ଇସ୍ରାଏଲ ସରକାର ଓ ବୈଜ୍ଞାନିକ ଟୀକା ବାବଦରେ ସ୍ପଷ୍ଟୀକରଣ ଦେବେ ବୋଲି ଜଣାପଡ଼ିଛି। ଇସ୍ରାଏଲର ଖବରକାଗଜ ହାରେତଜରେ […]

haartez

haartez

Subhransu Sekhar
  • Published: Friday, 13 March 2020
  • Updated: 13 March 2020, 01:22 PM IST

Sports

Latest News

ଜେରୁଜେଲମ: କିଲର କରୋନା ବିଶ୍ୱବ୍ୟାପୀ ମହାମାରୀ ବୋଲି ଘୋଷିତ ହୋଇଛି। ଅନେକ ଦେଶର ବୈଜ୍ଞାନିକ କରୋନାର ପ୍ରତିଷେଧକ ଉପରେ ଗବେଷଣା କରୁଛନ୍ତି। ଏହାରି ଭିତରେ କରୋନା (କୋଭିଡ - ୧୯)ର ପ୍ରତିଷେଧକ ଟୀକା ବିକଶିତ କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିର୍ଦ୍ଦଶକ୍ରମେ ଇସ୍ରାଏଲର ବୈଜ୍ଞାନିକ କରୋନାର ପ୍ରତିଷେଧକ ଟୀକା ବିକାଶ କରିଛନ୍ତି। ଖୁବଶୀଘ୍ର ଏ ବାବଦରେ ଇସ୍ରାଏଲ ସରକାର ଓ ବୈଜ୍ଞାନିକ ଟୀକା ବାବଦରେ ସ୍ପଷ୍ଟୀକରଣ ଦେବେ ବୋଲି ଜଣାପଡ଼ିଛି।

ଇସ୍ରାଏଲର ଖବରକାଗଜ ହାରେତଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ‘ବୁଧବାର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ବାୟୋଲଜିକାଲ ରିସର୍ଚ୍ଚ କରୋନା ଭାଇରସର ଲକ୍ଷ୍ୟଣକୁ ପଢ଼ିବାରେ ସକ୍ଷମ ହୋଇଛନ୍ତି। କିଭଳି ଏହି ଭାଇରସ ଜଣେ ମଣିଷରୁ ଆଉ ଜଣେ ମଣିଷକୁ ଡେଉଁଛି। ମଣିଷ ଶରୀରରେ ଏହା କିଭଳି ପ୍ରଭାବ ପକାଉଛି ଏ ସବୁ ବାବଦରେ ଇସ୍ରାଏଲର ବୈଜ୍ଞାନିକମାନେ ବୁଝିଥିବା ଜଣାପଡ଼ିଛି। ଯଦିଓ କରୋନା ଉପରେ ଗବେଷଣା କରି ବୈଜ୍ଞାନିକମାନେ ଟୀକା ପ୍ରସ୍ତୁତ କରିଛନ୍ତି ହେଲେ ଜଣେ କରୋନା ଆକ୍ରାନ୍ତ ଏହି ଟୀକା ନେବା ପରେ କେତେ କ୍ଷିତକାରକ ଓ ଲାଭଦାୟକ ସେ ବାବଦରେ ଗବେଷଣା ହୋଇନାହିଁ। ତେଣୁ ଟୀକା ବାବଦରେ ଆଉ ମାସେ ଦୁଇ ମାସ ସମୟ ଲାଗିପାରେ ବୈଜ୍ଞାନିକମାନଙ୍କୁ ଜାଣିବାକୁ’।

ତେବେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରଣାଳୟ ହାରେଜ ଖବରକାଗଜରେ ପ୍ରକାଶ ପାଇଥିବା କରୋନା ଟୀକା ସମ୍ପର୍କୀତ ଏହି ରିପୋର୍ଟକୁ ନେଇ ସ୍ପଷ୍ଟୀକରଣ ରଖିନାହିଁ। ଆବଶ୍ୟକ ପଡ଼ିଲେ ରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ରଖିବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫେବୃଆରୀ ୧ରେ କରୋନା ଭାଇରସ ଟୀକା ବିକଶିତ କରିବାକୁ ଦେଶର ସମସ୍ତ ଗବେଷଣା ସଂସ୍ଥାକୁ ଆହ୍ୱାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos