ବିଧାନ ପରିଷଦରେ କାଟ ଖାଇଲା ଜଗନ ରେଡ୍ଡୀଙ୍କ ତିନି ରାଜଧାନୀ ବିଲ୍‌

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରକୁ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଚ (ତିନି ରାଜଧାନୀ ବିଧେୟକ) ଉପରେ ବିରୋଧୀ ତେଲଗୁ ଦେଶମ ପାର୍ଟି (ଟିଡିପି) ବିଧାନ ପରିଷଦରେ ରୋକ୍ ଲଗାଇଛି। ସୋମବାର ଏହି ତିନି ରାଜଧାନୀ ବିଧେୟକ ବିଧାନସଭାରେ ଗୃହୀତ ହୋଇଥିଲା। ରାଜ୍ୟ ବିଧାନପରିଷଦରେ ଥିବା ୫୮ ଜଣିଆ ସଦସ୍ୟରୁ ଟିଡିପିର ସଦସ୍ୟ ଅଧିକ ରହିଛନ୍ତି। ହେଲେ ରାଜ୍ୟର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ମୋଟ ୯ ଜଣ ସଦସ୍ୟ ବିଧାନପରିଷଦରେ […]

NAIDU VS JAGAN REDDY

Subhransu Sekhar
  • Published: Wednesday, 22 January 2020
  • , Updated: 22 January 2020, 01:53 PM IST

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରକୁ ଝଟକା ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ପ୍ରୋଜେକ୍ଚ (ତିନି ରାଜଧାନୀ ବିଧେୟକ) ଉପରେ ବିରୋଧୀ ତେଲଗୁ ଦେଶମ ପାର୍ଟି (ଟିଡିପି) ବିଧାନ ପରିଷଦରେ ରୋକ୍ ଲଗାଇଛି। ସୋମବାର ଏହି ତିନି ରାଜଧାନୀ ବିଧେୟକ ବିଧାନସଭାରେ ଗୃହୀତ ହୋଇଥିଲା

ରାଜ୍ୟ ବିଧାନପରିଷଦରେ ଥିବା ୫୮ ଜଣିଆ ସଦସ୍ୟରୁ ଟିଡିପିର ସଦସ୍ୟ ଅଧିକ ରହିଛନ୍ତି। ହେଲେ ରାଜ୍ୟର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ମୋଟ ୯ ଜଣ ସଦସ୍ୟ ବିଧାନପରିଷଦରେ ରହିଛନ୍ତି। ଟିଡିପି ଏବେ ଏହି ବିଧେୟକ ଉପରେ ରୋକ୍ ଲଗାଇ ସିଲେକ୍ଟ କମିଟି ପାଖକୁ ପଠାଇବା ପାଇଁ ଦାବି କରିଛି। ଏହାବାଦ୍ ଜଗନ ସରକାରଙ୍କ ଏହି ପଦକ୍ଷେପକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ଟିଡିପି ପ୍ରସ୍ତୁତି ଚଳାଇଛି।

ଏହାରି ଭିତରେ ଅମରାବତୀ ବ୍ୟତୀତ ରାଜ୍ୟର ଆଉ ଦୁଇଟି ସ୍ଥାନକୁ ରାଜଧାନୀ କରାଇବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବିଧାନ ପରିଷଦରୁ ଗତକାଲି ଟିଡିପି ନେତା ତଥା ମାଣିକ୍ୟ ବରପ୍ରସାଦ ରାଓ ଇସ୍ତଫା ଦେଇଛନ୍ତି।

ସୂଚନାଯୋଗ୍ୟ, ୫୮ ସଦସ୍ୟ ବିଧାନପରିଷଦରୁ ଟିଡିପିର ୩୪ ସଦସ୍ୟ ରହିଥିବା ବେଳେ ଓ୍ୱାଇଏସଆର କଂଗ୍ରେସ ପାଖରେ ୯ ଜଣ ସଦସ୍ୟ ରହିଛନ୍ତି। ଯେହେତୁ ବିଧାନ ପରିଷଦରେ ତିନିଟି ରାଜଧାନୀ ପ୍ରସ୍ତାବକୁ ଖାରଜ କରାଯାଇଛି ତେଣୁ ପୁଣିଥରେ ଏହି ପ୍ରସ୍ତାବ ବିଧାନସଭାରେ ଆଗତ ହେବ। ନିୟମ ଅନୁସାରେ ବିଧାନ ପରିଷଦ ଦ୍ୱିତୀୟ ଥର ବିଧେୟକଙ୍କୁ ଖାରଜ କରିପାରିବ ନାହିଁ।

ଜଗନ ସରକାର ଏହି ବିଲ୍ ଆଣିବା ପଛର ଯୁକ୍ତି ବିଧାନସଭାରେ ବିଧେୟକ ଆଗତ ହେବା ବେଳେ ରଖିଥିଲେ, ସମତୁଲ ଅଭିବୃଦ୍ଧି ପାଇଁ ରାଜ୍ୟର ସବୁ ସ୍ଥାନକୁ ଗୁରୁତ୍ୱ ଦିଆଯିବା ଉଚିତ। ଏହି କାରଣରୁ ରାଜ୍ୟର ୩ଟି ସ୍ଥାନକୁ ରାଜଧାନୀର ମାନ୍ୟତା ଦେବାକୁ ଚାହୁଁଛୁ। ଯେଉଁ ସବୁ ସ୍ଥାନ ରାଜଧାନୀ ହେବ, ସେଠାରେ ନିଯୁକ୍ତିଠାରୁ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପ ଠିକ ଭାବେ ନିଆଯାଇ ପାରିବ।

ଏହି ବିଲ୍‌ରେ ରାଜ୍ୟକୁ ଏକାଧିକ ଜୋନ ଓ ଜୋନାଲ ପ୍ଲାନିଂ ଏବଂ ବିକାଶ ବୋର୍ଡ ଗଠନ କରିବାର ବ୍ୟବସ୍ଥା ରହିଛି। ଜଗନ ମୋହନ ସରକାର ଅମରାବତୀକୁ ଲେଜିସିଲେଟିଭ ରାଜଧାନୀ, ବିଶାଖାପଟନମରେ କାର୍ଯ୍ୟନିର୍ବାହୀ/ ସଚିବାଳୟ ଓ ନ୍ୟାୟାଳୟ ରାଜଧାନୀ ଭାବେ କର୍‌ନୁଲ୍‌କୁ ଚୟନ କରିଛନ୍ତି।

Related story