ପୁଲୱାମାଠାରୁ ବଡ଼ ଧରଣ ହମ୍‌ଲା କରିବାକୁ ଜୈଶର ମସୁଧା!

ଶ୍ରୀନଗର: ଭାରତରେ ପୁଣିଥରେ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା କରିବାକୁ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ମସୁଧା କରିଛି। ପୁଲୱାମାରେ ଯେମିତି ଆଇଇଡି ବିସ୍ଫୋରଣ କରି ଆତଙ୍କବାଦୀମାନେ ୪୦ ଜଣ ଯବାନଙ୍କ ଜୀବନ ନେଇଥିଲେ, ତା’ଠାରୁ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଜୈଶ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିପାଇଁ ଜୈଶର ଶୀର୍ଷ ସ୍ତରୀୟ ଆତଙ୍କବାଦୀମାନେ କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଫେବୃଆରୀ ୧୬-୧୭ରେ ହୋଇଥିବା ଏହି ଆଲୋଚନାରୁ ଗୁଇନ୍ଦା […]

df

df

Hemant Lenka
  • Published: Thursday, 21 February 2019
  • Updated: 21 February 2019, 09:35 PM IST

Sports

Latest News

ଶ୍ରୀନଗର: ଭାରତରେ ପୁଣିଥରେ ବଡ଼ ଧରଣର ଆତଙ୍କବାଦୀ ହମ୍‌ଲା କରିବାକୁ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ମସୁଧା କରିଛି। ପୁଲୱାମାରେ ଯେମିତି ଆଇଇଡି ବିସ୍ଫୋରଣ କରି ଆତଙ୍କବାଦୀମାନେ ୪୦ ଜଣ ଯବାନଙ୍କ ଜୀବନ ନେଇଥିଲେ, ତା’ଠାରୁ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଜୈଶ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ଏଥିପାଇଁ ଜୈଶର ଶୀର୍ଷ ସ୍ତରୀୟ ଆତଙ୍କବାଦୀମାନେ କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଫେବୃଆରୀ ୧୬-୧୭ରେ ହୋଇଥିବା ଏହି ଆଲୋଚନାରୁ ଗୁଇନ୍ଦା ବିଭାଗ ହମ୍‌ଲା ସଂକ୍ରାନ୍ତ ତଥ୍ୟ ହାସଲ କରିଛି।

ଗୁଇନ୍ଦା ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ୨ରୁ ୩ ଦିନ ମଧ୍ୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଫିଦାୟିନ୍‌ ହମ୍‌ଲା କରିବାର ଆଶଙ୍କା ରହିଛି। ଏହି ସତର୍କ ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କୁ ସଜାଗ ରହିବାକୁ କୁହାଯାଇଛି।

ଗୁଇନ୍ଦା ବିଭାଗର ଆକଳନ କହୁଛି, ଭାରତରେ ପୁଣିଥରେ ହିଂସା ସୃଷ୍ଟି କରିବାକୁ ଜୈଶ ଏବେ ମସୁଧା କରୁଛି। ଏଥିପାଇଁ ସଂଗଠନ ପକ୍ଷରୁ ଜମ୍ମୁ-କଶ୍ମୀରରେ ଥିବା ଆତଙ୍କବାଦୀଙ୍କୁ ଆଲର୍ଟ କରାଯାଇଛି। ଏହି ସଦସ୍ୟମାନେ ଜମ୍ମୁ ଓ ଜମ୍ମୁ ବାହାରେ ବଡ଼ ଧରଣର ଆକ୍ରମଣ କରିବାକୁ ନିର୍ଦ୍ଦେଶ ପାଇଛନ୍ତି। ଯେଉଁଠି ବି ଆକ୍ରମଣ ହେବ ଆଇଇଡି ଦ୍ୱାରା ବିସ୍ଫୋରଣ କରାଯିବ। ଏଥର ୫୦୦ କେଜିରୁ ଅଧିକ ପରିମାଣର ଆରଡିଏକ୍ସ ଦ୍ୱାରା ହମ୍‌ଲା କରାଯିବ ବୋଲି ଜୈଶ ତା’ର ସଦସ୍ୟମାନଙ୍କୁ କହିଛି।

ଡିସେମ୍ବର ମାସରେ ୨୧ ଜଣିଆ ଜୈଶ ଆତଙ୍କୀ ଟିମ୍‌ କଶ୍ମୀରରେ ପ୍ରବେଶ କରିଥିଲେ। ଏମାନଙ୍କ ମଧ୍ୟରେ ୩ ଜଣ ଆତ୍ମଘାତୀ ଆତଙ୍କବାଦୀ ରହିଛନ୍ତି। ଏମାନଙ୍କୁ ୩ଟି ସ୍ଥାନରେ ହମ୍‌ଲା କରିବାକୁ କୁହାଯାଇଥିଲା। ଗୋଟିଏ ଉପତ୍ୟକାରେ ଓ ଅନ୍ୟ ଦୁଇଟି ଆକ୍ରମଣ ଜମ୍ମୁ-କଶ୍ମୀର ବାହାରେ କରିବାକୁ ନିର୍ଦ୍ଦେଶ ମିଳିଛି।

ଗୁଇନ୍ଦା ସୂତ୍ର କହୁଛି, ଜୈଶ ଏବେ ପୁଲୱାମା ଆତ୍ମଘାତୀ ଆକ୍ରମଣ ପାଇଁ କେମିତି ପ୍ରସ୍ତୁତି ହୋଇଥିଲା, ତା’ର ଏକ ଭିଡିଓ ଜାରି କରିବାକୁ ପ୍ରସ୍ତୁତି କରୁଛି। ଏଥିରେ ୨୦ ବର୍ଷୀୟ ଆତ୍ମଘାତୀ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାରକୁ ପ୍ରଶଂସା କରି ଅନ୍ୟ ଯୁବକଙ୍କୁ ସଂଗଠନରେ ସାମିଲ କରିବାକୁ ଉଦ୍ୟମ କରାଯିବ।

ଏହି ସୂଚନା ପରେ ସୁରକ୍ଷାକର୍ମୀଙ୍କୁ ଅଧିକ ସତର୍କତାର ସହ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story