ଜମ୍ମୁ-କଶ୍ମୀର ବିଭାଜିତ: ଆଜିଠାରୁ ୨୮ ରାଜ୍ୟ ୯ କେନ୍ଦ୍ର ଶାସିତ ଅଞ୍ଚଳ

ଶ୍ରୀନଗର: ଘଣ୍ଟାରେ ୧୨ଟା ବାଜିବା ସହ ବଦଳିଯାଇଛି ଜମ୍ମୁ-କଶ୍ମୀର ସହ ଜଡ଼ିତ ୭୨ ବର୍ଷର ଇତିହାସ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଅନୁଯାୟୀ ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଅର୍ଥାତ ବର୍ତ୍ତମାନ ଦେଶର ରାଜ୍ୟ ସଂଖ୍ୟା ୨୮କୁ ଖସିଆସିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ପୂର୍ବରାତିରୁ କେନ୍ଦ୍ର ସରକାର କଟକଣା ଲାଗୁ କରିବାର ୮୬ ଦିନ ପରେ ଏହି ନିଷ୍ପତ୍ତି […]

jammu kashmir(2)

jammu kashmir(2)

Subrat Kumar Nayak
  • Published: Thursday, 31 October 2019
  • Updated: 31 October 2019, 01:24 AM IST

Sports

Latest News

ଶ୍ରୀନଗର: ଘଣ୍ଟାରେ ୧୨ଟା ବାଜିବା ସହ ବଦଳିଯାଇଛି ଜମ୍ମୁ-କଶ୍ମୀର ସହ ଜଡ଼ିତ ୭୨ ବର୍ଷର ଇତିହାସ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ଅନୁଯାୟୀ ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଅର୍ଥାତ ବର୍ତ୍ତମାନ ଦେଶର ରାଜ୍ୟ ସଂଖ୍ୟା ୨୮କୁ ଖସିଆସିଥିବାବେଳେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ପୂର୍ବରାତିରୁ କେନ୍ଦ୍ର ସରକାର କଟକଣା ଲାଗୁ କରିବାର ୮୬ ଦିନ ପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ଏକ ରାଜ୍ୟକୁ ଭାଙ୍ଗି ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରାଯାଇଛି।

ଆଉ ସବୁଠାରୁ ବଡ଼ କଥା ହେଉଛି ଏହାର ବୃହତ ଅଙ୍ଗ ଜମ୍ମ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱ ନେବେ ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ। ଅନ୍ୟପକ୍ଷରେ ଏଥିରୁ ଅଲଗା ହୋଇ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ଉପରାଜ୍ୟପାଳ ଦାୟିତ୍ୱ ନେବେ ଆରକେ ମାଥୁର।

ଗୁରୁବାର ଶ୍ରୀନଗର ଏବଂ ଲେହଠାରେ ଯଥାକ୍ରମେ ପୃଥକ ପୃଥକ ୨ଟି ଉତ୍ସବରେ ଦୁହେଁ ଶପଥ ନେବେ। ଉଭୟଙ୍କୁ ଶପଥ କରାଇବେ ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ। ଏ ଦୁଇ ଜଣଙ୍କ ବ୍ୟତୀତ ଲଦାଖ ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ଉମଙ୍ଗ ନରୁଲାଙ୍କୁ ଏବଂ ଏସ୍‌ଏସ୍‌ ଖଣ୍ଡାରେଙ୍କୁ ଲଦାଖ ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି ମିଳିଛି।

ଜମ୍ମୁ-କଶ୍ମୀର ପୁର୍ନଗଠନ ଆଇନ ୨୦୧୯ ଅନୁଯାୟୀ ଆଜି ରାତି ୧୨ଟା ପରେ ପରେ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ରୂପ ନେବ। ଏହାର ୩ ମାସ ପୂର୍ବରୁ ଅର୍ଥାତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏନେଇ ଘୋଷଣା କରିଥିଲେ। ତେବେ ଏହା କାର୍ଯ୍ୟକାରୀ ହେବାପରେ ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇବ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୭କୁ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୁର୍ନବାର ସ୍ପଷ୍ଟ ବହୁମତ ସହ ସରକାରକୁ ଆସିବା ପରେ ଧାରା ୩୭୦ ଉଚ୍ଛେଦ ସହ ଏହି ନିଷ୍ପତ୍ତି ନିଆଯାଇଥିଲା। ଆତଙ୍କବାଦୀଙ୍କ ମୂଳୋତ୍ପାଟନ କରିବା ପାଇଁ ଅନ୍ୟତମ ପଦକ୍ଷେପ କୁହାଯାଉଥିବା ଏହି ଘୋଷଣା ସରକାର କ୍ଷମତାକୁ ଆସିବାର ୯୦ ଦିନ ମଧ୍ୟରେ ନେଇଥିଲେ।

ସୂଚନାଯୋଗ୍ୟ ଯେ, ୧୯୪୭ ମସିହା ଅକ୍ଟୋବର ୨୬ ତାରିଖରେ ମହାରାଜା ହରି ସିଂହ ଭାରତ ସହ ଜମ୍ମୁ-କଶ୍ମୀର ରାଜ୍ୟକୁ ମିଶାଇଥିଲେ। ଏହାର ୭୨ ବର୍ଷ ପରେ ଇତିହାସ ବଦଳାଇଛନ୍ତି ମୋଦି ସରକାର। ଆଉ ଏହି ନିଷ୍ପତ୍ତି ବିଧିବଦ୍ଧ ଭାବେ ଅକ୍ଟୋବର ୩୧ରେ କାର୍ଯ୍ୟକାରୀ ହେଉଛି ଯାହାକି ଦେଶର ପ୍ରଥମ ସୌରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ। ଦେଶର ଛୋଟ ଛୋଟ ୫୬୦ଟି ସ୍ୱାଧୀନ ରାଜତନ୍ତ୍ର ଶାସିତ ଅଞ୍ଚଳକୁ ଭାରତ ସହ ମିଶ୍ରଣ କରାଇବାର ସମସ୍ତ ଶ୍ରେୟ ସର୍ଦ୍ଦାର ପଟେଲଙ୍କୁ ହିଁ ଯାଏ। ଆଉ ତାଙ୍କ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଥିବାରୁ ଏହି ଦିନକୁ ଐତିହାସିକ କୁହାଯାଉଛି।

ଏହି ଦିନରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ଗୁଜରାଟର କେୱାଡ଼ିଆ ଏବଂ ନୂଆଦିଲ୍ଲୀ ୨ଟି ପୃଥକ କାର୍ଯ୍ୟକ୍ରମରେ ଯୋଗଦେବାର ଅଛି। ଆଇନ ଅନୁଯାୟୀ, ଜମ୍ମୁ-କଶ୍ମୀର ପୁଦୁଚେରୀ ଭଳି ବିଧାନସଭା ସହ କେନ୍ଦ୍ରଶାସିତ ଅଞ୍ଚଳ ହେବ ଏବଂ ଲଦାଖ ଚଣ୍ଡୀଗଡ଼ ଭଳି ହେବ। ଲଦାଖର ସମ୍ପୂର୍ଣ୍ଣ ଶାସନ କ୍ଷମତା କେନ୍ଦ୍ର ସରକାର ପାଖରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story