ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଗୁରୁବାର ଭୋରରେ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଦୁଇ ଆତଙ୍କବାଦୀ ହେଉଛନ୍ତି ହିଜବୁଲ୍ ମୁଜାହିଦ୍ଦୀନର ଟପ୍ କମାଣ୍ଡର ୱସୀମ ମାଲା ଓ ନସୀର ଅହମଦ ପଣ୍ଡିତ। ନସୀର ଗତବର୍ଷ ଜମ୍ମୁ ଓ କାଶ୍ମୀରର ତତ୍କାଳୀନ ସୂଚନା ପ୍ରସାରଣ ମନ୍ତ୍ରୀ ଅଲତାଫ୍ ବୁଖାରୀଙ୍କ ଘରେ ମୁତୟନ ସୁରକ୍ଷାକର୍ମୀଙ୍କଠାରୁ ଏକ ରାଇଫଲ୍ ନେଇ ଫେରାର ହୋଇଯାଇଥିଲା।
ବୁଧବାର ବିଳମ୍ବିତ ରାତିରୁ ଯବାନଙ୍କ ସହିତ ଏହି ଆତଙ୍କବାଦୀମାନଙ୍କର ଗୁଳିବିନିମୟ ଆରମ୍ଭ ହୋଇଥିଲା। ଭାରତୀୟ ଯବାନମାନଙ୍କୁ ସୂଚନା ମିଳିଥିଲା ଯେ ଦକ୍ଷିଣ କାଶ୍ମୀରର ଶୋପିଆନ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ଏହା ପରେ ସେନା ପକ୍ଷରୁ ଉକ୍ତ ସ୍ଥାନରେ ଏନ୍କାଉଣ୍ଟର କରାଯାଇଥିଲା। ନିହତ ଦୁଇ ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଉକ୍ତ ଅଞ୍ଚଳରେ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ଘରେ ଲଗାଇ ଦେଲେ ନିଆଁ, ପାଉଁଶ ହେବା ଛିଡ଼ା ହୋଇ ରହିଲେ
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ସେ ଘରର ଜିନିଷ ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।
National
ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପ୍ର ଖଣ୍ଡନ, କହିଲା- ଏହା ସମ୍ପୂର୍ଣ୍ଣ ମିଥ୍ୟା
ଆଦାନୀ ଗ୍ରୀନ ଏନର୍ଜୀ ଏକ ବୟାନ ଜାରି ଲାଞ୍ଚ ଅଭିଯୋଗକୁ ନେଇ ନିଜ ସ୍ପଷ୍ଟୀକରଣ ରଖିଛି।
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।