ଜାମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର? ରାଷ୍ଟ୍ରପତି ଶାସନ ଦାବି କଲା ବିଜେପି

କଶ୍ମୀର: ବିଜେପି ଅଚାନକ ଭାବେ ଜାମ୍ମୁ ଓ କାଶ୍ମୀରରେ ଶାସନ କରୁଥିବା ମେହବୁବା ମୁଫତି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏହି ଘୋଷଣା କରିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ କାହାକୁ ମଧ୍ୟ ଜଣା ନଥିଲା ଯେ, ଏହା ଜାମ୍ମୁ ଓ କାଶ୍ମୀରକୁ ନେଇ ଏତେବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଜାମ୍ମୁ ଓ କାଶ୍ମୀରର ସମସ୍ତ […]

Kasmir

Rakesh Mallick
  • Published: Tuesday, 19 June 2018
  • , Updated: 19 June 2018, 07:52 PM IST

କଶ୍ମୀର: ବିଜେପି ଅଚାନକ ଭାବେ ଜାମ୍ମୁ ଓ କାଶ୍ମୀରରେ ଶାସନ କରୁଥିବା ମେହବୁବା ମୁଫତି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏହି ଘୋଷଣା କରିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପୂର୍ବରୁ କାହାକୁ ମଧ୍ୟ ଜଣା ନଥିଲା ଯେ, ଏହା ଜାମ୍ମୁ ଓ କାଶ୍ମୀରକୁ ନେଇ ଏତେବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଜାମ୍ମୁ ଓ କାଶ୍ମୀରର ସମସ୍ତ ବିଜେପି ନେତାଙ୍କ ରାୟ ନେଇଥିଲେ ଏବଂ ଏହାକୁ ଭିତ୍ତି କରି ସରକାରରୁ ବାହାରି ଆସିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଦଳ କହିଛି। ବିଜେପି ମହାସଚିବ ରାମମାଧବ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁକାଶ୍ମୀର ରାଜନୀତି ସରଗରମ ହୋଇପଡ଼ିଛି।

ବିଜେପି ମେଣ୍ଟରୁ ଓହରିଯିବା ନେଇ ଘୋଷଣା କରିବାର କିଛି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ରାଜ୍ୟପାଳ ଶାସନ ପାଇଁ ଦାବି କରିଥିବା ବେଳେ ମୁଫତି ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଏବେ ଜାମ୍ମୁକାଶ୍ମୀର ବିଧାନସଭାରେ ପିଡ଼ିପିର ସର୍ବାଧିକ ୨୮, ବିଜେପିର ୨୫, ନ୍ୟାସନାଲ କନଫରେନ୍ସର ୧୫, କଂଗ୍ରେସର ୧୨, ସିପିଆଇର ୧, ସ୍ୱାଧୀନ ୩, ଜମ୍ମୁକାଶ୍ମୀର ପିପୁଲ୍ସ କନଫେରେନ୍ସର ୨, ଜାମ୍ମୁକାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟର ଗୋଟିଏ ଆସନ ରହିଛି। ତେବେ ରାଜ୍ୟପାଳ ଶାସନ ଜାରି ହେବା ପୂର୍ବରୁ ନୂଆ ସରକାର ଗଢ଼ିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ଯଦି କଂଗ୍ରେସ ପିଡ଼ିପିକୁ ସମର୍ଥନ ଦିଏ ଓ ଅନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକମାନେ ସହଯୋଗ କରନ୍ତି ତେବେ ନୂଆ ସରକାର ଗଢ଼ିବାର ସମ୍ଭାବନା ରହୁଛି। କିନ୍ତୁ ଏଣେ ନ୍ୟାସନାଲ କନଫେରେନ୍ସ ପିଡିପିକୁ ସମର୍ଥନ ଦେଇ ସରକାର ଗଢ଼ିବାକୁ ମନା କରିଦେଇଛି।

Related story